ନୂଆଦିଲ୍ଲୀ, ୨୪/୫ :  ବାରଣାସୀର ନମୋ ଘାଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜନୈକ ପର୍ଯ୍ୟଟକଙ୍କୁ ସିକ୍ୟୁରିଟି ଗାର୍ଡ଼୍ସ ଏବଂ ବାଉନ୍ସର ମିଶି ହକି, ରଡ଼୍ ଏବଂ ଠେଙ୍ଗାରେ ଏତେ ଜୋରରେ ପିଟିଲେ ଯେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ରାଜେଶ ଏବଂ ତାଙ୍କ ସାଥୀ ସୋନଭଦ୍ରରୁ ବାରଣାସୀ ବୁଲିବାକୁ ଆସିଥିଲେ । ସକାଳ ସମୟରେ ପ୍ରଥମେ ନମୋ ଘାଟରେ ପହଞ୍ଚିଥିଲେ ଏବଂ ନମୋ ଘାଟରେ ପ୍ରବେଶକୁ ନେଇ ପର୍ଯ୍ୟଟକ ଏବଂ ସିକ୍ୟୁରିଟି ଗାର୍ଡ଼୍ସଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସିକ୍ୟୁରିଟି ଗାର୍ଡ଼୍ସ ଏବଂ ବାଉନ୍ସର ମିଶି ହକି, ରଡ଼୍ ଏବଂ ଠେଙ୍ଗାରେ ସମସ୍ତ ୫ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରି ଦେଇଥିଲେ । ଯେଉଁଥିରେ ଜନୈକ ପର୍ଯ୍ୟଟକ ରାଜେଶ ଓରଫ ଚନ୍ଦୁ ଜୟସଓ୍ବାଲଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଯାହାକି ଅନ୍ୟମାନେ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରି ନେଇଛି ।

ବାରଣାସୀରେ ଲଗାତର ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାସହ ତାଙ୍କ ସହ ଦୁର୍ବ୍ୟବହାର ଏବଂ ମାର୍ ପିଟର ଘଟଣା ବି ଅଭିଯୋଗ ହୋଇଛି । କିନ୍ତୁ ଆଜି ବହୁତ ହୋଇଯାଇଥିଲା ଯେତେବେଳେ ନମୋ ଘାଟରେ ଜଣେ ପର୍ଯ୍ୟଟକଙ୍କୁ ସିକ୍ୟୁରିଟି ଗାର୍ଡ଼୍ସ ଏବଂ ବାଉନ୍ସର ରଡ଼, ହକି ଏବଂ ଠେଙ୍ଗାରେ ଏତେ ଜୋରରେ ମାରିଥିଲେ କି ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଯାହାକି ମୃତକଙ୍କ ୪ସାଥୀ ବି ଆହତ ହୋଇଛନ୍ତି ।

ପ୍ରକାଶ ଯେ, ସୋନଭଦ୍ରର ରାୟପୁର ଥାନା ଅଞ୍ଚଳର ପ୍ରଥମ ଗାଁରେ ରହୁଥିବା ରାଜେଶ ଓରଫ ଚନ୍ଦୁ ଜୟସଓ୍ବାଲ ନିଜ ୪ସାଥୀଙ୍କ ସହ ସକାଳେ ନମୋ ଘାଟରେ ବୁଲିବାକୁ ପହଞ୍ଚିଥିଲେ । ନମୋ ଘାଟର ଗେଟ୍ ନମ୍ବର ୨ରେ ପ୍ରାଇଭେଟ ସିକ୍ୟୁରିଟି ଗାର୍ଡ୍ସ ଏବଂ ୫ପର୍ଯ୍ୟଟକ ମଧ୍ୟରେ ପ୍ରବେଶକୁ ନେଇ ବଚସା ହୋଇଥିଲା । କିଛି ସମୟ ପରେ ରଡ଼, ହକି ଏବଂ ଠେଙ୍ଗାରେ ଏକ ଡର୍ଜନରୁ ଅଧିକ ବାଉନ୍ସର ଏବଂ ସିକ୍ୟୁରିଟି ଗାର୍ଡ଼୍ସ ୫ସୋନଭଦ୍ରର ପର୍ଯ୍ୟଟକଙ୍କ ଉପ​‌ରେ ଆକ୍ରମଣ କରିଦେଇଥିଲେ । ଆହତ ୪ପର୍ଯ୍ୟଟକ କୌଣସି ଭାବେ ଜୀବନ ବଞ୍ଚାଇ ଦୌଡ଼ିବାକୁ ଲାଗିଥିଲେ । କିନ୍ତୁ ରାଜେଶ ଚନ୍ଦୁ ଜୟସଓ୍ବାଲଙ୍କ ସେଠାରେ ମୃତ୍ୟୁ ହୋଇଛି ।

ସିକ୍ୟୁରିଟି ଗାର୍ଡ଼୍ସ ଏବଂ ବାଉନ୍ସର ତାଙ୍କୁ ସେତେବେଳ ଯାଏ ମାରିଥିଲେ ଯେତେବେଳ ଯାଏ ତାଙ୍କର ମୃତ୍ୟୁ ହୋଇନଥିଲା । କିଛି ସମୟ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାଜେଶ ଓରଫ ଚନ୍ଦୁଙ୍କୁ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।