ନୂଆଦିଲ୍ଲୀ: ସିଡ଼ିରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପନି ରହିଥିଲେ ଡାକ୍ତରୀ ଛାତ୍ରୀ । ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ପ୍ରେମିକ ରୁମ୍ ସାମ୍ନାରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ପୁଲିସ ଛାତ୍ରୀଙ୍କ ବୟଫ୍ରେଣ୍ଡକୁ ଅଟକ ରଖି ପଚରାଉଚରା କରୁଛି ।
ଡାକ୍ତରୀ ଛାତ୍ରୀଙ୍କ ବାପା ଜଣେ ପୁଲିସ କନେଷ୍ଟବଳ । ସେ ତାଙ୍କ ବାପାଙ୍କ ସହ କ୍ବାଟରରେ ରହୁଥିଲେ । ତେବେ ତାଙ୍କ ବୟଫ୍ରେଣ୍ଡ ପିଜିରେ ରହୁଥିଲେ । ତାଙ୍କୁ ଦେଖା କରିବାକୁ ସବୁବେଳେ ଯାଆନ୍ତି । ବୟଫ୍ରେଣ୍ଡ ମଧ୍ୟ ଡାକ୍ତରୀ ଛାତ୍ର ଅଟନ୍ତି । ତେବେ ଛାତ୍ରୀ ଜଣକ ଦୁଇଟି ଲଞ୍ଚ ବାକ୍ସ ଧରି ତାଙ୍କ ପାଖକୁ ଯାଇଥିଲେ ମାତ୍ର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସିଡ଼ିରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ଏହା ପଛର ପ୍ରକୃତ କାରଣ ଜଣାପଡ଼ିଛି ।
କୁହାଯାଉଛି କି, ଛାତ୍ରୀ ଜଣକ ଗର୍ଭବତୀ ଥିଲେ । ଯେଉଁ କାରଣରୁ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଗର୍ଭନିରୋଧକ ବଟିକା ଦେଇଥିଲେ । ଯେଉଁ କାରଣରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା । ସିଡ଼ିରେ ଆସିବା ସମୟରେ ଅଚେତ ହୋଇ ପଡ଼ି ରହିଥିଲେ । ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସତ ଜଣାପଡ଼ିବ ବୋଲି କୁହାଯାଉଛି । ସେପଟେ ତାଙ୍କ ପୁରୁଷବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।
ଏହାସହ ପଢ଼ନ୍ତୁ : Shatrughan Sinha: ମମତାଙ୍କ ଛଡ଼ା କାହା କଥା ଶୁଣେନି କି ଦଳରେ ଆଉ କାହା କଥା ମାନେନି: ଶତ୍ରୁଘ୍ନ ସିହ୍ନା