ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ନ୍ୟାୟ ପାଇଁ ଥାନା ଅଧିକାରୀଙ୍କୁ ଭେଟିଲା ବିଭିନ୍ନ ସଂଗଠନ

Published By : Suraj Kumar | March 18, 2025 10:52 PM

ମାଲକାନଗିରି/କାଲିମେଳା/ଏମଭି ୭୯,୧୮।୩ (ଆପ୍ର ):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜଙ୍ଗଲରୁ ଉଦ୍ଧାର ଘଟଣାକୁ ଇତି ମଧ୍ୟରେ ଦେଢ଼ ମାସରୁ ଅଧିକ ସମୟ ବିତିଲାଣି । କିନ୍ତୁ ଏହି ଚର୍ଚ୍ଚିତ ସମ୍ବେଦନଶୀଳ ଘଟଣାକୁ ଆତ୍ମହତ୍ୟାର ରୁପ ଦେଇ ପୁଲିସ ଚୁପ୍ ବସିଛି । ପରିବାରଲୋକଙ୍କ ସମେତ ବିଭିନ୍ନ ସଙ୍ଗଠନ  ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି।

ଏନେଇ ମଙ୍ଗଳବାର  ଜିଲ୍ଳାର ବିଭିନ୍ନ ସଙ୍ଗଠନର ସଦସ୍ୟ ମାନେ ମୋଟୁ ଥାନାରେ ପହଞ୍ଚିଥିଲେ।  ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଉଚିତ୍ ନ୍ୟାୟ ପ୍ରଦାନ କରିବାକୁ ମୋଟୁ ଥାନା ଅଧିକାରୀଙ୍କୁ ଭେଟିବାକୁ ଯାଇଥିଲେ।  ବ୍ୟବଚ୍ଛେଦ ରିପୋର୍ଟରେ ହେରଫେର କରାଯାଇ ସତ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏକାଥରକେ ଦୁଇ ଛାତ୍ରୀଦୟ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ, ଏହି ଘଟଣାରେ ମୃତ ଦୁଇ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବୁ ବୋଲି ସେମାନେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.