ମୁମ୍ବାଇ, ୨୬/୧୨ :  ବହୁ ପ୍ରତୀକ୍ଷା ପରେ ବଋଣ ଧଓ୍ବନଙ୍କ ଫିଲ୍ମ ବେବି ଜନ ଫିଲ୍ମ ହଲରେ ଆସି ସାରିଛି । ଫିଲ୍ମର ନିର୍ଦେଶନା ଏଟଲୀ କୁମାର ଦେଇଛନ୍ତି । ଏଟଲୀ ଏହା ପୂର୍ବରୁ ଫିଲ୍ମ ଜଓ୍ବାନର ନିର୍ଦେଶନା ଦେଇ ସାରିଛନ୍ତି । ବେବି ଜନରେ ସଲମାନ ଖାନ କେମିଓ ରୋଲରେ ବି ଅଛନ୍ତି । ପ୍ରକାଶ ଯେ, ଏହି ଫିଲ୍ମକୁ ଆଶାଠାରୁ କମ୍ ଆଡଭାନ୍ସ ବୁକିଂ ମିଳିଛି । ଏହି କାରଣରୁ ବଋଣ ଧଓ୍ବନଙ୍କ ଏହି ଫିଲ୍ମ ବକ୍ସ ଅଫିସରେ କେବଳ ୧୧କୋଟି ଟଙ୍କାର କଲେକ୍ସନ କରିଛି । ଏବେ ଆଗାମୀ ଦିନ ବେବି ଜନର ଅବସ୍ଥା ପୁରା ଖରାପ ରହିଛି ।

କୁହାଯାଉଛି କି, ବଋଣଙ୍କ ଏହି ଫିଲ୍ମର ଦ୍ବିତୀୟ ଦିନ ୯୦ପ୍ରତିଶତ ଶୋ ବାତିଲ୍ ହୋଇଯାଇଛି । ଏହି କଥାର ସ୍ପଷ୍ଟ ନିଜକୁ ଫିଲ୍ମ କ୍ରିଟିକ୍ସ କହୁଥିବା ଅଭିନେତା କେଆରକେ କରିଛନ୍ତି । କେଆରକେ ସୋସିଆଲ ମିଡ଼ିଆରେ ବହୁ ଆକ୍ଟିଭ ରହୁଥିବା କଳାକାରଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଫିଲ୍ମ ବେବି ଜନକୁ ନେଇ ଲେଖିଛନ୍ତି କି, ଆଜି କୌଣସି ଦର୍ଶକ ନ ହେବା କାରଣରୁ ବେବି ଜନର ୯୦ପ୍ରତିଶତ ଶୋ ବାତିଲ୍ ହୋଇଯାଇଛି । ଏହାପରେ କେଆରକେ ବଋଣଙ୍କ ଉପରେ କଟାକ୍ଷ କରିଛନ୍ତି ।