ମୁମ୍ୱାଇ : ବଲିଉଡ୍ ଅଭିନେତା ବରୁଣ ଧୱନ ଭାବବିହ୍ୱୋଳ ହୋଇ ଯାଇଥିଲେ। ଯେଉଁଥି ପାଇଁ ସେ ଏକ ଇଣ୍ଟରଭ୍ୟୁ ବେଳେ କାନ୍ଦି ପକାଇ ଥିଲେ। ଉଲ୍ଲେଖନୀୟ ଯେ, ଯେବେ ବରୁଣ ନିଜର ଅପକମିଂ ଫିଲ୍ମ ‘ବେବି ଜାନ୍’ର ପ୍ରମୋସନ କରୁ ଥିଲେ, ସେତେବେଳେ ତାଙ୍କୁ ପଚରାଗଲା ଯେ, ତାଙ୍କର ଜୀବନରେ ତାହା କେଉଁ ସମୟ ଥିଲା ଯାହା ତାଙ୍କୁ ବଦଳାଇ ଦେଇ ଥିଲା। ବରୁଣ କହିଛନ୍ତି କି ତାଙ୍କର ଡ୍ରାଇଭର ମନୋଜ ଗତ ୨୬ ବର୍ଷରୁ ତାଙ୍କ ସାଥିରେ ଥିଲେ, ଏହି ଭିତରେ ତାଙ୍କ ଯେତେବେଳେ ଦେହାନ୍ତ ହୋଇଗଲା ତ ସେ ପୂରା ଭାଙ୍ଗି ପଡ଼ି ଥିଲେ। ସେ କହିଛନ୍ତି ଯେ, ଏହି ଦୁର୍ଘଟଣା ପୂର୍ବରୁ ସେ ଖୁବ୍ ଅଲଗା ପ୍ରକାରର ମଣିଷ ଥିଲେ ଏବଂ ଏହା ପରେ ସେ ପୂରା ଭିନ୍ନ ଧରଣର ମଣିଷ ହୋଇଗଲେ।
ରଣବୀର ଅଲ୍ଲାହବାଦିଆଙ୍କ ପୋଡକାଷ୍ଟରେ ବରୁଣ କହିଛନ୍ତି, ମୁଁ ଭାବୁ ଥିଲି କି, ମୁଁ ଏକ ହିରୋ ଏବଂ ସବୁ କିଛି କରି ପାରିବି। ସେହି ଦିନ ମୁଁ ଫେଲ୍ ହୋଇ ଗଲି କାରଣ...ମୁଁ ମନୋଜଙ୍କର ବହୁତ ନିକଟତର ଥିଲି। ମନୋଜ ମୋର ଡ୍ରାଇଭର ଥିଲେ। ସେହି ଦିନ ଆମେ କିଛି କାମ କରୁ ଥିଲୁ, ସେତେବେଳେ ହଠାତ୍ ମନୋଜଙ୍କର ମୃତ୍ୟୁ ହୋଇଗଲା। ମୁଁ ତାଙ୍କୁ ସିପିଆର ଦେଇ ଥିଲି। ଆମେ ତାଙ୍କୁ ଲିଲାବତୀ ହସ୍ପିଟାଲ ମଧ୍ୟ ନେଇ ଗଲୁ। ଆମକୁ ଲାଗିଲା କି, ମନୋଜ ବଞ୍ଚିଯିବେ, ହେଲେ ସେ ମୋ ବାହୁରେ ଶୋଇ ରହି ଶେଷ ନିଶ୍ୱାସ ଛାଡ଼ି ଦେଲେ।
ବରୁଣ ଆହୁରି କହିଛନ୍ତି , ମୋତେ ସେହି ଦୁଃଖରୁ ବାହାରିବାକୁ ସମୟ ଲାଗିଲା। ଯଦି ଆପଣ ଦେଖିବେ ତ ମୁଁ କାମ କରିବା ବନ୍ଦ କରିଦେଇ ଥିଲି। ମୋର ଦୁଇ ବର୍ଷ ପରେ କୌଣସି ଫିଲ୍ମ ରିଲିଜ ହେଉଛି। ‘ବେବି ଜାନ୍’ ଦୁଇ ବର୍ଷ ପରେ ସିନେମା ହଲ୍ରେ ରିଲିଜ ହେଉଛି। ଏହି ଘଟଣା ମୋତେ ଦୋହଲାଇ ଦେଇଥିଲା। ମୋ ମନରେ ବହୁତ ଗୁଡ଼ିଏ ପ୍ରଶ୍ନ ଉଠୁଥିଲା। ସେହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ମୁଁ ଭଗବତ ଗୀତା, ମହାଭାରତ ଓ ରାମାୟଣ ପଢିବା ଆରମ୍ଭ କଲି। ମୋତେ ଏହି କଥାର ଅନୁଭବ ହେଲା କି ଆପଣଙ୍କୁ ଏକ ମଣିଷ ଭାବେ ଆଗକୁ ବଢିବାର ଅଛି। ଏହି ଘଟଣା ଗୁଡ଼ିକ ଆପଣଙ୍କୁ ଦୋହଲାଇ ଦିଏ, କିନ୍ତୁ ଆପଣ ବସି ପାରିବେ ନାହିଁ।