ମୁମ୍ୱାଇ : ଧୁରନ୍ଧର-୨ ପରେ ଅଣ୍ଡରୱାଲ୍ଡର ସ୍ମୃତି ପୁଣି ଥରେ ତାଜା ହୋଇ ଯାଇଛି। ଏବେ ବରୁଣ ଧୱନ ଏକ ମଜାଦାର କଥା ସେୟାର କରିଛନ୍ତି। ପରିସ୍ଥିତି ତ ଗମ୍ଭୀର ଥିଲା, କିନ୍ତୁ ଡେଭିଡ୍ ଧୱନଙ୍କ କର୍ମଚାରୀଙ୍କ ଭୁଲ ଯୋଗୁଁ ଜିନିଷଟି ମଜାଦାର ହୋଇଗଲା। ୯୦ ଦଶକରେ, ଯେତେବେଳେ ଅଣ୍ଡରୱାଲ୍ଡର ଧମକ ପୂର୍ଣ୍ଣ ଫୋନ୍ ସବୁ ଆସୁ ଥିଲା, ସେହି ସମୟରେ ଡେଭିଡ୍ ଧୱନଙ୍କ ଘରକୁ ମଧ୍ୟ ଫୋନ୍ ଆସି ଥିଲା । ହେଲେ କର୍ମଚାରୀମାନେ ଏହାକୁ ଗମ୍ଭୀରତାର ସହ ନେଇ ନଥିଲେ ଏବଂ ଫୋନ୍ କରୁଥିବା ଲୋକଙ୍କୁ ବଗିଚାରେ ମାଡ଼ ମାରିବାକୁ ଧମକ ଦେଇ ଥିଲେ।
କହି ରଖୁଛୁ ଯେ, ବରୁଣ ଧୱନ ଯୁବା ଚ୍ୟାନେଲର ପଡକାଷ୍ଟରେ କଥା ହେଉଥିଲେ। ସେ ସେତେବେଳେ ସେହି ସମୟକୁ ମନେ ପକାଇ ଥିଲେ ,ଯେତେବେଳେ ତାଙ୍କ ପରିବାରକୁ ଅଣ୍ଡରୱାଲ୍ଡରୁ ଧମକ ମିଳୁଥିଲା। ଏହି ଭୟଙ୍କର ପରିସ୍ଥିତିକୁ କର୍ମଚାରୀମାନେ ମଜାଦାର କରି ଦେଇଥିଲେ। ବରୁଣ କହିଥିଲେ -ସେତେବେଳେ ଲୋକଙ୍କ ପାଖକୁ ଅଣ୍ଡରୱାଲ୍ଡରୁ ଫୋନ୍ ଆସୁଥିଲା, ଏବଂ ଆମକୁ ଏଠାକୁ ମଧ୍ୟ ଫୋନ୍ ଆସୁଥିଲା। ଆମେ ପାଖକୁ ବହୁ ଦିନ ହେବ ଫୋନ୍ ଆସୁଥିଲା। କିନ୍ତୁ ଆମେ ଜାଣି ନଥିଲୁ କାରଣ କର୍ମଚାରୀମାନେ ଫୋନ୍ କରୁଥିବା ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ କରୁଥିଲେ। କର୍ମଚାରୀମାନେ ଆମର ସମ୍ପୂର୍ଣ୍ଣ ଠିକଣା ମଧ୍ୟ ଦେଇ ଥିଲେ ଏବଂ ସେହି ବ୍ୟକ୍ତିଙ୍କୁ କହିଥିଲେ, 'ମୋତେ କେଉଁଠାରେ ଭେଟିବାକୁ ହେବ କୁହ, ନଚେତ୍ ମୋ ବଗିଚାକୁ ଆସ, ମୁଁ ତୁମକୁ ବହୁତ ପିଟିବି।
ବରୁଣ ଆହୁରି କହିଥିଲେ - ଯେତେବେଳେ ପରିସ୍ଥିତି ଆହୁରି ବିଗିଡ଼ି ଗଲା, ଜଣେ ଅଭିନେତା ମୋ ବାପାଙ୍କୁ ଫୋନ୍ କରି କହିଲେ ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ଏହି ଲୋକମାନେ (ଅଣ୍ଡରୱାଲ୍ଡକୁ) କହୁଛନ୍ତି , ସେମାନେ ବନ୍ଧୁକ ଧରି ଆସିବେ, ଆପଣଙ୍କ ଘର ଠିକଣା ଏବଂ ଅଫିସ ସମୟ ମଧ୍ୟ ଜାଣିଛନ୍ତି । ଯେତେବେଳେ ବାପା ପଚାରିଲେ ଯେ, ଏସବୁ କିଏ କହିଲା, ଅଭିନେତା କର୍ମଚାରୀଙ୍କ ନାମ କହିଥିଲେ । ଆମକୁ ପୁଣି ଗୋଟିଏ ଦିନ ପାଇଁ ଘରୁ ବାହାରେ ରହିବାକୁ ପଡ଼ିଲା । ବରୁଣ କହି ଥିଲେ ଯେ ଏହା ମଜାଦାର ଥିଲା, କିନ୍ତୁ ଏତେ ମଜାଦାର ନୁହେଁ ।
୯୦ ଦଶକରେ ବଲିଉଡକୁ ଅଣ୍ଡରୱାର୍ଲ୍ଡରୁ ଖୁବ୍ ଧମକ ଆସୁଥିଲା। ସେହି ସମୟରେ ଶାହରୁଖ ଖାନଙ୍କୁ ମଧ୍ୟ ଆବୁ ସାଲେମ ଠାରୁ ମଧ୍ୟ ଧମକ ମିଳିଥିଲା। ରିପୋର୍ଟ ଅନୁଯାୟୀ ଆବୁ ସାଲେମ ଶାହରୁଖ ଖାନଙ୍କୁ ତାଙ୍କ ସମର୍ଥନ ଥିବା ଏକ ଫିଲ୍ମରେ ଅଭିନୟ କରିବାକୁ କହିଥିଲେ । ସେତେବେଳେ ଶାହରୁଖ ମନା କରି ଦେଲେ, ଆବୁ ସାଲେମ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ସେହି ସମୟରେ ଶାହରୁଖ ଖାନଙ୍କ ସୁରକ୍ଷା ବଢାଇ ଦିଆଯାଇ ଥିଲା।