ଟାଙ୍ଗି,୭।୧୧ : ଚିଲିକା ମଝିରେ ଅଟକିଲା ଭସାପୋଲ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ହଠାତ୍ ଅଟକିଲା ଯାତ୍ରୀବାହୀ ଭସାପୋଲ । ପୁରୀ ଜିଲ୍ଲା ସାତପଡା ନିକଟ ଚିଲିକା ମଝିରେ ଫସି ରହିଛି ଏହି   ଯାତ୍ରୀବାହୀ ଭସାପୋଲ ।

 ଭସାପୋଲଟି ସାତପଡାରୁ କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ଜହ୍ନିକୁଦା ଘାଟ ଅଭିମୁଖେ ଯାଉଥିଲା । ହଠାତ  ଭସାପୋଲରେ  ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଭସାପୋଲଟି ଚିଲିକା ମଝିରେ ଅଟକି  ରହିଛି। ଏହି  ଭସାପୋଲରେ ଗୋଟିଏ  ବସ୍ , ୨ଟି ୪ ଚକିଆ ଯାନ, ୧୦ ଟି ବାଇକ୍   ସହିତ ୬୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡିଛି।