ନୂଆଦିଲ୍ଲୀ,୧୨/୦୫; 'ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) ବା 'ଭିବି-ଜି ରାମ ଜି' ଆଇନ ଆସନ୍ତା ଜୁଲାଇ ପହିଲାରୁ ଦେଶବ୍ୟାରୀ କାର୍ଯ୍ୟକାରୀ ହେବ । ଅର୍ଥାତ ଜୁନ୍ ୩୦ ପରେ ବନ୍ଦ ହେବ ମନରେଗା ଯୋଜନା । 'ଭିବି-ଜି ରାମ ଜି'କୁ ନେଇ କେନ୍ଦ୍ର ସରକାର ବଡ଼ ଅପଡେଟ୍ ଦେଇଛନ୍ତି । ମନରେଗା ଶ୍ରମିକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ସୋମବାର ଘୋଷଣା କରିଛନ୍ତି ଯେ VB-G Ram G ଯୋଜନା ଜୁଲାଇ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ । VB-G Ram G ଯୋଜନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବଦଳାଇବ ।​​​​​​​

କେନ୍ଦ୍ର ସରକାର କହିଛନ୍ତି ଯେ, ନୂତନ ଆଇନରେ ଏକ ନୂତନ ଢାଞ୍ଚା ରହିବ ଯାହା ଗ୍ରାମୀଣ ପରିବାରକୁ ୧୨୫ ଦିନର ବୈଧାନିକ ଦରମାପ୍ରାପ୍ତ ନିଯୁକ୍ତି ପ୍ରତିଶ୍ରୁତି ଦେବ । ଏକ ବିବୃତ୍ତିରେ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏହାକୁ "ବିକାଶ ଭାରତ ୨୦୪୭" ର ଦୃଷ୍ଟିକୋଣ ସହିତ ଭାରତର ଗ୍ରାମୀଣ ବିକାଶ ଗଠନରେ ଏକ "ଐତିହାସିକ ପରିବର୍ତ୍ତନ" ଭାବରେ ବର୍ଣ୍ଣନା କରିଛି । ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଏହି ଆଇନ ଜୁଲାଇ ୧ ରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କାର୍ଯ୍ୟକାରୀ ହେବ ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ସେହି ଦିନ ସମାପ୍ତ ହେବ ।

ଏହାଯୋଗୁ ଶ୍ରମିକଙ୍କ କାମ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଏହା କାହାରୁ ରୋଜଗାରରୁ ବଞ୍ଚିତ କରାଯିବ ନାହିଁ । ଗେଜେଟ୍ ବିଜ୍ଞପ୍ତି ଅନୁସାରେ, ଜୁନ ୩୦ ସୁଦ୍ଧା ମନରେଗାରେ ଯେଉଁ କାମ ଚାଲୁଥିବ, ତାହାକୁ ନୂଆ ବ୍ୟବସ୍ଥାରେ ସେହି ଭଳି ଭାବେ ଜାରି ରହିବ । ଏହା ଦ୍ୱାରା ପ୍ରକଳ୍ପ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଏଥି ସହିତ ଯେଉଁ ଶ୍ରମିକଙ୍କ ମନରେଗା ଜବ୍ କାର୍ଡ ଇ-କେୱାଇସ୍ ଦ୍ୱାରା ଯାଞ୍ଚ ହୋଇଯିବ, ତାହା ସେ ପର୍ଯ୍ୟନ୍ତ ବୈଧ ରହିବ ଯେ ପର୍ଯ୍ୟନ୍ତ ନୂଆ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ଜାରି ନ ହୋଇଛି ।

ଏହା ବି ପଢନ୍ତୁ...ଶପଥର ଦୁଇ ଦିନ ମଧ୍ୟରେ ୨ୟ ବିବାଦରେ ସିଏମ୍ ବିଜୟ , ଗରିବୀ କଥାକୁ ନେଇ ପିଲାଦିନର ସାଙ୍ଗ କଲେ ସମାଲୋଚନା     

ସରକାର ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ଶ୍ରମିକମାନଙ୍କର ଇ-କେୱାଇସି ଏବେ ବି ବାକି ଅଛି, ସେମାନଙ୍କୁ ମଧ୍ୟ କାମରୁ ବାରଣ କରାଯିବ ନାହିଁ । ଯେଉଁମାନଙ୍କ ପାଖରେ ଜବ୍ କାର୍ଡ ନାହିଁ, ସେମାନଙ୍କର ପଞ୍ଜିକରଣ ଗ୍ରାମ ପଞ୍ଚାୟତ ସ୍ତରରେ ପୂର୍ବଭଳି ଜାରି ରହିବ । ଗ୍ରାମୀଣ ବିକାଶ ପଞ୍ଚାୟତ ସ୍ତରରେ ପୂର୍ବଭଳି ଜାରି ରହିବ । ଗ୍ରାମୀଣ  ବିକାଶ ମନ୍ତ୍ରଣାଳୟ କହିଛି ଯେ ମଜୁରି ଦେୟ, ଅଭିଯୋଗ ପ୍ରତିକାର, ପାଣ୍ଠି ଆବଣ୍ଟନ ଏବଂ ସ୍ଥାନାନ୍ତରଣ ସହ ଜଡ଼ିତ ନିୟମଗୁଡିକର ଚିଠା ପ୍ରସ୍ତୁତ କରାଯାଉଛି । ଏହାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହ ଚର୍ଚ୍ଚା ପରେ ଖୁବଶୀଘ୍ର ସାର୍ବଜନୀନ କରାଯିବ । ସରକାର ଗ୍ରାମ ପଞ୍ଚାୟତଗୁଡିକୁ ଗ୍ରାମୀଣ ପରିବର୍ତ୍ତନର କେନ୍ଦ୍ରୀୟ ସ୍ତମ୍ଭ ଦର୍ଶାଇଛନ୍ତି । ନୂଆ ଆଇନରେ ଏବେ ବର୍ଷକୁ ୧୨୫ ଦିନର କାମ ଦେବାକୁ ଗ୍ୟାରେଣ୍ଟୀ ମିଳିବ, ଯାହା ପୂର୍ବରୁ ୧୦୦ ଦିନ ଥିଲା । ଏହାଦ୍ୱାରା ଗ୍ରାମାଞ୍ଚଳରେ ବାସ କରୁଥିବା ପରିବାରକୁ ଅଧିକ କାମ ମିଳିବ ଏବଂ ସେମାନଙ୍କ ଆର୍ଥିକ ସୁରକ୍ଷା ସୁଦୃଢ ହେବ ।