ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାତି ପାହିଲେ କାର୍ତ୍ତିକ... ୫୦ ଉପରେ ସବୁ ପରିବା, ୫୦୦ ଟଙ୍କାରେ ଫୁଲ୍ ହେଉନି ବ୍ୟାଗ୍

Published By : Rasmita Pradhan | October 16, 2024 8:54 AM

ଭୁବନେଶ୍ୱର, ୧୬/୧୦ : ବଡ଼ ବାଇଗଣ କିଲୋ ୮୦, ଛୋଟ ୬୦ ଟଙ୍କା । ଦେଶୀ ପୋଟଳ କିଲୋ ୧୦୦, ବାହାର ପୋଟଳ ଦର ୬୦ । ଭେଣ୍ଡି ୬୦, ଜହ୍ନି ୬୦, ପତ୍ର କୋବି କିଲୋ ୫୦, ଟମାଟୋ କିଲୋ ୬୦, ଝୁଡ଼ଙ୍ଗ ୮୦, କୁନ୍ଦୁରି ୪୦, କାକୁଡି ୬୦, ମୂଳା ବିଡ଼ା(୩ଟି) କୁ ୨୦, କଖାରୁ ୨୦ ଓ ଧନିଆପତ୍ର ବିଡ଼ା ୨୦ । ମଙ୍ଗଳବାର ଭୁବନେଶ୍ୱରର ୧ ନମ୍ବର ହାଟରେ ପରିବା ଦର ଏଭଳି ଥିଲା । ଦର ଦେଖି ଗ୍ରାହକ ଛାନିଆ ହୋଇଯାଇଥିଲେ । କିଣିବେ କ’ଣ ଓଲଟା ଗ୍ରାହକ ପଛକୁ ଫେରିଯାଉଥିଲେ। ଯେଉଁମାନେ ଦର ମୂଲଚାଲ କରୁଥିବେ ସେମାନେ ୨୫୦ ଗ୍ରାମ ଓଜନର ପରିବା ନେଉଥିଲେ । ଗ୍ରାହକଙ୍କ କହିବା କଥା, ଦର ଶୁଣିଲେ ଡର ଲାଗୁଛି । ବାଧ୍ୟ ହୋଇ ୨୫୦-୩୦୦ ଗ୍ରାମ ନେଉଛୁ । ୫୦୦ ଟଙ୍କାର ପରିବା କିଣିଲେ ବି ବ୍ୟାଗ୍‌ ଭର୍ତ୍ତି ହେଉନି । 

ଅପରପକ୍ଷେ, ବେପାରୀଙ୍କ ସେହି ସମାନ କଥା, ଆମର ଏଠି ଚାଷ ନାହିଁ । ସବୁ ବାହାରୁ ଆସୁଛି । ତେଣୁ ଦର ବୃଦ୍ଧିରେ ଆମର କୌଣସି ଭୂମିକା ନାହିଁ । ଗତ ଦେଢମାସରୁ ଅଧିକ ହେବ ପରିବା ଦର ଆକାଶଛୁଆଁ ରହିଛି । ହାଟରେ ଦର ଯାହା ବିଭିନ୍ନ ଖୁଚୁରା ମାର୍କେଟରେ ସେହି ଦର ଠାରୁ ୫ରୁ ୧୦ଟଙ୍କା ଅଧିକ । କେବଳ ସେତିକି ନୁହେଁ, କୌଣସି ସ୍ଥାନରେ ପରିବା ଦର ସମାନ ରହୁନି । ଗତ ସପ୍ତାହକ ତଳେ ଟମାଟୋ କିଲୋ ୧୦୦ ପାର୍‌ କରିଥିଲା । କେଉଁଠି ୧୨୦ରେ ବିକ୍ରି ହେଉଥିଲା ତ ଆଉ କେଉଁଠି ୧୦୦ଟଙ୍କାରେ ବିକା ହେଉଥିଲା । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାରି ମଧ୍ୟରେ ଟମାଟୋ ଦର ଖସିଆସିଥିବା ବେଳେ ଅନ୍ୟ କୌଣସି ପରିବା ଦର ଖସିନାହିଁ । 

ଗ୍ରାହକଙ୍କ ଅଭିଯୋଗ ଅନୁସାରେ, ବାହାର ରାଜ୍ୟରୁ ପରିବା ଆସୁଥିବା ଦର୍ଶାଇ କଳାବଜାର ହେଉଛି । ଧାର୍ଯ୍ୟଦର ଠାରୁ ଅଧିକ ଦରରେ ପରିବା ବିକ୍ରି ହେଉଛି । ହେଲେ ଯୋଗାଣ ବିଭାଗ ଏ ଦିଗରେ ନିରବଦ୍ରଷ୍ଟା ପାଲଟିଛି । ତେଣୁ ବିଭାଗ କଳାବଜାରୀ ରୋକୁ ବୋଲି ଦାବି ହେଉଛି । ଦିନକ ପରେ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେବ । କାର୍ତ୍ତିକ ମାସ ଆସିଲେ ଅଧିକାଂଶ ଓଡିଆ ଘରେ ହବିଷ ଖାଦ୍ୟ ପ୍ରସ୍ତୁତ ହୁଏ । ହବିଷ୍ୟାଳୀମାନେ ସମ୍ପୂର୍ଣ୍ଣ ପରିବା ପକା ରୋଷେଇ ଖାଇଥାନ୍ତି । ମାତ୍ର କାର୍ତ୍ତିକ ମାସରେ ପରିବା ଦର ଏବେ ବଡ଼ ଚିନ୍ତାର କାରଣ ପାଲଟିଛି । ପ୍ରକାଶ ଥାଉକି, ଭୁବନେଶ୍ୱରକୁ ବେଙ୍ଗାଲୁରୁରୁ ବନ୍ଧା, ଫୁଲକୋବି, ବିନ୍‌, ଟମାଟୋ ଆସୁଛି । ତାମିଲନାଡ଼ୁରୁ ସଜନା ଛୁଇଁ, କଖାରୁ, ଲଙ୍କା, ଗୁଆଁର ଆସୁଥିବା ବେଳେ ଆନ୍ଧ୍ରରୁ ଅମୃତ ଭଣ୍ଡା, ମାଟି ଆଳୁ, ଇନ୍ଦୋରରୁ ଗାଜର, ପଶ୍ଚିମବଙ୍ଗରୁ ବାଇଗଣ, ପୋଟଳ, ଭଣ୍ଡା, କୁନ୍ଦୁରି, ଜହ୍ନି, ସାରୁ ଆସୁଛି ବୋଲି ରାଜଧାନୀ କଞ୍ଚା ପରିବା ସଂଘ ପକ୍ଷରୁ କୁହାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.