ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ୟୁଜର୍ସ ଫି ନୋଟିସ ଖୋଲିଦେଲା ଭେଣ୍ଡିଂଜୋନ୍‌ କେଳେଙ୍କାରୀ, ସବ୍‌-ଲେଟ୍‌ ଦାତାଙ୍କ ମୁଣ୍ଡରେ ଚଡ଼କ

Published By : Rasmita Pradhan | April 30, 2025 11:23 AM

ଭୁବନେଶ୍ୱର, ୩୦/୦୪ : ଗରିବ ଉଠାଦୋକାନୀଙ୍କ ଗୁଜୁରାଣ ମେଣ୍ଟାଇବାକୁ ବିଏମ୍‌ସି ଭେଣ୍ଡିଂଜୋନ୍‌ କରି ଥଇଥାନ କରୁଛି। କିନ୍ତୁ ବାସ୍ତବ ହିତାଧିକାରୀ ଦୋକାନ ଖଣ୍ଡେ ପାଉନି । ରାଜନେତା, ସରକାରୀ ଅଧିକାରୀଙ୍କ ଭାଇ ବିରାଦରୀରେ ଦୋକାନ ବାଣ୍ଟି ନେଇ ଭଡ଼ାରେ ଲଗାଇଛନ୍ତି । ବିଚରା ଉଠାଦୋକାନୀ ସେହି ଭେଣ୍ଡିଂଜୋନ୍‌କୁ ଭଡ଼ାରେ ନେଇ ପରିବାର ପୋଷୁଛନ୍ତି । ବିଏମସିରୁ ଭେଣ୍ଡିଂ ଜୋନ୍‌କୁ ୬୦୦ ଟଙ୍କାରେ ନେଇ ୬ ହଜାର ଟଙ୍କାରେ ଭଡ଼ା ଲଗାଉଛନ୍ତି । ତେବେ ବିଏମ୍‌ସି ପରିମଳ ବିଭାଗ ଫାଇନ କଷିବା ବେଳେ ଏବେ କଥା ଧରାପଡ଼ିଛି । ୟୁଜର୍ସ ଫି ନୋଟିସ ଭଡ଼ାଟିଆ ନାଁରେ ଦେଇଛି । ପ୍ରକୃତ ମାଲିକ ଏବେ ଅକଳରେ ପଡ଼ିଛି । ଏହି ଗୁମର ରାଜଧାନୀ ସାରା ଭେଣ୍ଡିଂଜୋନ୍‌ ଭଡ଼ାର ଗୁମର ଖୋଲି ଦେଇଛି । 

ବିଏମ୍‌ସି ପକ୍ଷରୁ ସହର ଥିବା ବ୍ୟାବସାୟିକ ଅନୁଷ୍ଠାନ ଗୁଡିକୁ ୟୁଜର୍ସ ଫି ଆଦାୟ କରିବାକୁ ନୋଟିସ୍‌ ଦିଆଯାଇଛି । ଏହି କ୍ରମରେ ବିଏମ୍‌ସି ପକ୍ଷରୁ ଫାୟାରଷ୍ଟେସନ ନିକଟରେ ଥିବା ମା’ ମଙ୍ଗଳା ଭେଣ୍ଡିଂଜୋନ୍‌ରେ ବି ନୋଟିସ କରାଯାଇଥିଲା । ଜଣେ ପାନ ଦୋକାନୀଙ୍କୁ ବିଏମ୍‌ସି ୧୬୦ ଟଙ୍କା ଦାଖଲ କରିବାକୁ ନୋଟିସ କରିଥିଲା । ମାତ୍ର ଦୁଇଦିନ ପରେ ଅନ୍ୟ ଜଣେ ବ୍ୟକ୍ତି ପହଞ୍ଚି ତାଙ୍କ ନାଁରେ ଭେଣ୍ଡିଂଜୋନ୍‌ ରହିଥିବା ଦର୍ଶାଇଥିଲେ । ଏହା ସହ ତାଙ୍କ ନାଁରେ ଡିମାଣ୍ଡ ନୋଟିସ୍‌ କରିବାକୁ ସେ ବାଧ୍ୟ କରିଥିଲେ । ଗୋଟିଏ ଦୋକାନରେ ଦୁଇ ଜଣଙ୍କୁ ବିଏମ୍‌ସି ନୋଟିସ ଦେଇଛି । ଫଳରେ ଏବେ ଦୋକାନର ମାଲିକାନାକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଛି । 

ବିଏମ୍‌ସି ନିୟମ କହୁଛି, କୌଣସି ବ୍ୟକ୍ତି ଭେଣ୍ଡିଂଜୋନ୍‌ ପାଇବା ପରେ ତାକୁ ଭଡ଼ାରେ ଲଗାଇ ପାରିବେନାହିଁ । ଯଦି ଏପରି ଅଭିଯୋଗ ଆସେ, ତେବେ ଆଲର୍ଟମେଣ୍ଟ ବାତିଲ କରାଯିବ । ହେଲେ ଫାୟାରଷ୍ଟେସନ ନିକଟ ଭେଣ୍ଡିଂଜୋନରେ ଥିବା ଗୋଟିଏ ଦୋକାନ ପାଇଁ ଦୁଇଟି ନୋଟିସ୍‌ ଦେଇ ବିଏମସି ଏବେ ନିଜ ଗୋଡ଼ରେ କୁରାଢ଼ି ମାରିଛି । ନିୟମ କେବଳ ଭାଙ୍ଗିବା ପାଇଁ ହୁଏ ବୋଲି ବିଏମସି ନିଜେ ପ୍ରମାଣିତ କରିଛି । ଖାଲି ଏହି ଜଣେ ପାନ ଦୋକାନୀ ନୁହେଁ, ଏମିତି ପ୍ରାୟ ୨୨ ଜଣ ଦୋକାନ ଭଡ଼ାରେ ଲଗାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଦୋକାନ କେଳେଙ୍କାରୀ ପଛରେ ବହୁ ବଡ଼ବଡ଼ିଆଙ୍କ ହାତ ରହିଛି । କିଛି ନେତା, ସରକାରୀ ଅଧିକାରୀ ନିଜେ ଏବଂ ନିଜ ସମ୍ପର୍କୀୟଙ୍କ ନାଁରେ ଦୋକନ ହାତେଇ ଭଡ଼ା ଲଗାଇଛନ୍ତି । ବର୍ଷ ବର୍ଷ ଧରି ଏହି ଭଡ଼ା ପଇସା ଆଦାୟ ହେଉଛି । ମାଲିକ ମାଲେମାଲ ହେଉଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ଦୋକାନ ଖଣ୍ଡେ ପାଉନାହିଁ । 

ଖାଲି ମା ମଙ୍ଗଳା ଭେଣ୍ଡିଂଜୋନ ନୁହେଁ, ରୁଚିକା ମାର୍କେଟରେ ମଧ୍ୟ କିଛି ଭେଣ୍ଡିଂଜୋନ୍‌ ଏମିତି ବେଆଇନ ଭାବେ ଭଡ଼ାରେ ଲାଗିଛି । ଏହା ସହ ସିଆରପିଏଫ ଛକ, ପାୱାର ହାଉସ୍‌ ଛକରେ ମଧ୍ୟ ଭେଣ୍ଡିଂଜୋନରେ ଦୋକାନ ଭଡ଼ା ଲାଗିଥିବା ଅଭିଯୋଗ ହୋଇଛି । ଭେଣ୍ଡିଂଜୋନ୍‌ ଭଡ଼ାରେ ଲଗାଇବା ବେଆଇନ ବୋଲି ବିଏମ୍‌ସି କହୁଛି । ହେଲେ ଯେଉଁମାନେ ବର୍ଷ ବର୍ଷ ଧରି ଏଭଳି ଦୋକାନକୁ ଭଡ଼ାରେ ଲଗାଇଛନ୍ତି, ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ବିଏମ୍‌ସିର ଏପରି ନରମ ଆଭିମୁଖ୍ୟ ନିୟମ ଉଲ୍ଲଂଘନକାରୀଙ୍କୁ ବଳ ଯୋଗାଉଛି । ବିଏମ୍‌ସିର ଡେପୁଟି କମିଶନର ଅଜୟ କୁମାର ମହାନ୍ତି କହିଛନ୍ତି ଯେ ବେଆଇନ ଭାବରେ ଭେଣ୍ଡିଂଜୋନ୍‌ ଭଡ଼ା ଲଗାଇଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଏପରି କି ଆଲର୍ଟମେଣ୍ଟ ବାତିଲ କରାଯିବ । ସେହି ଦୋକାନ ଭଡ଼ାଟିଆଙ୍କୁ ଦିଆଯିବ । ଏହା ସହ ଟଙ୍କା ମଧ୍ୟ ଆଦାୟ କରାଯିବ । ମାତ୍ର ପ୍ରକୃତ କାର୍ଯ୍ୟାନୁଷ୍ଠାନ କେବେ ହେବ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.