ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସବୁ ମ୍ୟାଚ୍‌ରେ ରନ୍‌ କରିବାକୁ ୨୩.୭୫ କୋଟି ଟଙ୍କା ମିଳିନାହିଁ: ଭେଙ୍କଟେଶ ଆୟର

Published By : Tapas Panda | April 4, 2025 7:47 PM

Image Courtesy: tv9hindi

ମୁମ୍ବାଇ: ସବୁ ମ୍ୟାଚ୍‌ରେ ବଡ଼ ସ୍କୋର କରିବାକୁ ୨୩ କୋଟି ୭୫ ଲକ୍ଷ ଟଙ୍କା ମିଳିନାହିଁ ବୋଲି କହିଛନ୍ତି କୋଲକାତା ନାଇଟ ରାଇଡର୍ସର ଉପଅଧିନାୟକ ଭେଙ୍କଟେଶ ଆୟର । କେବଳ ରନ୍‌ ପାଇଁ ନୁହେଁ ବରଂ ଦଳକୁ ପ୍ରଭାବଶାଳୀ ଅବଦାନ ଉପରେ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି । ଆଇପିଏଲ ମୋଗା ନିଲାମୀରେ ଆୟରଙ୍କୁ କେକେଆର  ରାଇଟ ଟୁ ମ୍ୟାଚ୍ (RTM) କାର୍ଡ ବ୍ୟବହାର କରି ରିଟେନ୍‌ କରିଥିଲା । ଏହା ପରେ ସେ ଦଳର ସବୁଠାରୁ ମହଙ୍ଗା ଏବଂ ଆଇପିଏଲରେ ତୃତୀୟ ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ । 

ଚଳିତ ଆଇପିଏଲ ସିଜିନର ପ୍ରଥମ ଦୁଇଟି ମ୍ୟାଚ୍‌ରେ ତାଙ୍କର ପ୍ରଦର୍ଶନ ଭଲ ନଥିଲା । ସେ କେବଳ ୯ ରନ୍ କରିଥିଲେ। ଏହା ପରେ ତାଙ୍କୁ କେକେଆର କାହିଁକି ଏତେ ଟଙ୍କା ଦେଇ ରିଟେନ୍‌ କରିଥିଲା ବୋଲି ପ୍ରଶ୍ନ ଉଠିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୯ ବଲ୍ରୁ ୬୦ ରନର ବିସ୍ଫୋରକ ଇନିଂସ ଖେଳିବା ପରେ ଭେଙ୍କଟେଶ ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ସେ କହିଛନ୍ତି, ସବୁଠାରୁ ମହଙ୍ଗା ଖେଳାଳି ହେବାର ଅର୍ଥ ନୁହେଁ ଯେ ମୋତେ ପ୍ରତ୍ୟେକ ମ୍ୟାଚ୍‌ରେ ରନ୍ କରିବାକୁ ପଡିବ। 

ତାଙ୍କ ଉପରେ ଚାପ ଅଛି କି ନାହିଁ ପ୍ରଶ୍ନରେ ଭେଙ୍କଟେଶ କହିଛନ୍ତି, ‘ଥରେ IPL ଆରମ୍ଭ ହେଲେ, ତୁମେ ୨୦ ଲକ୍ଷ ପାଉଛ କି ୨ ୦ କୋଟି ପାଉଛ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜଣେ ଦଳୀୟ ଖେଳାଳି ଭାବରେ ମୋର ଲକ୍ଷ୍ୟ ହେଉଛି ଦଳର ବିଜୟରେ ଯୋଗଦାନ ଦେବା । ଅନେକ ସମୟରେ ଏପରି ଜଟିଳ ପରିସ୍ଥିତି ଉପୁଜେ ଯେଉଁଠାରେ ମୋର କାମ ହେଉଛି କିଛି ଓଭର ଖେଳି ଦଳକୁ ସ୍ଥିରତା ପ୍ରଦାନ କରିବା । ଯଦିଓ ମୁଁ ଏହା କରି ରନ କରିପାରି ନଥିଲି, ତଥାପି ମୁଁ ଦଳ ପାଇଁ କାମ କରିଥିଲି।’

ଆରସିବି ଏବଂ ମୁମ୍ବାଇ ବିପକ୍ଷରେ କେକେଆର ପ୍ରଦର୍ଶନକୁ ନେଇ ଦଳର ମଧ୍ୟକ୍ରମ ସମାଲୋଚନାର ଶିକାର ହୋଇଥିଲା । ଏହାକୁ ନେଇ ଭେଙ୍କଟେଶ କହିଛନ୍ତି, କେକେଆର ‘କାଲକୁଲେଟେଡ୍‌ ଆଗ୍ରେସନ୍‌’ ଉପରେ ଭରସା କରେ । ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିବାର ଅର୍ଥ ନୁହେଁ ସବୁ ବଲ୍‌ରେ ଛକା ମାରିବା । କେତେବେଳେ ୨୫୦ ରନ୍‌ କରିବୁ ପୁଣି କେତେବେଳେ ୭୦ ରନ୍‌ରେ ଅଲଆଉଟ୍‌ ହେବା ଭଳି ଦଳ ହେବାକୁ ଆମେ ଚାହୁଁନୁ ।’ ଆଗାମୀ ମ୍ୟାଚ୍‌ରେ କେକେଆର, ସିଏସକେ ବିପକ୍ଷରେ ଖେଳିବ । ଏହି ମ୍ୟାଚ୍‌ରେ ଭେଙ୍କଟେସଙ୍କ ପ୍ରଦର୍ଶନ ଉପରେ ଖେଳପ୍ରେମୀଙ୍କ ନଜର ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.