ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ବୃଷ ରାଶିରେ ଶୁକ୍ର ଗୋଚର, ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ...

Published By : Harapriya Sethi | May 17, 2025 7:11 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନ-ସମ୍ପତ୍ତି, ସୁଖସମୃଦ୍ଧି, ପ୍ରେମ, ଆଭୂଷଣ,ଆନନ୍ଦ, ବୈଭବ, ଐଶ୍ୱର୍ଯ୍ୟ, ସୁନ୍ଦରତା ଓ ଆକର୍ଷଣର କାରକ ଶୁକ୍ର ପ୍ରାୟ ୧ ବର୍ଷ ପରେ ନିଜ ରାଶି ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଜୁନ୍‌ ମାସରେ ଶୁକ୍ର ଗ୍ରହ ନିଜ ରାଶିରେ ଚଳନ କରିବେ । ଜୁନ୍‌ ୨୯ ତାରିଖ ଦ୍ୱିପ୍ରହର ୨ଟା ୧୭ ମିନିଟରେ ବୃଷ ରାଶିରେ ପ୍ରବେଶ କରିବେ । ଏହା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଶୁକ୍ରଙ୍କ ଏହି ଚଳନ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଧନ ବର୍ଷା କରିବେ । ରାଜାଙ୍କ ଭଳି ଏମାନେ ନିଜ ଜୀବନ ଅତିବାହିତ କରିବେ ।

ବୃଷ- ଶୁକ୍ରଙ୍କ ଚଳନ ଫଳରେ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ । ସୁଖ-ସମୃଦ୍ଧି, ଧନ-ସମ୍ପତ୍ତି ପ୍ରାପ୍ତି ହେବ । ହଠାତ୍‌ ଧନ ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଚାକିରିରେ ଶୁଭଫଳ ମିଳିବା ସହ ପଦନ୍ନୋତି ହେବ । ବ୍ୟବସାୟରେ ବଡ ଲାଭ ମିଳିବ ।

କନ୍ୟା- ଏହି ରାଶି ବ୍ୟକ୍ତିଙ୍କୁ ସବୁ ଲାଭ ମିଳିବ । ଭାଗ୍ୟର ସାଥ୍‌ ମିଳିବ । ଜୀବନରେ ସୁଖ-ସମୃଦ୍ଧି, ଶାନ୍ତି, ଅନେକ କ୍ଷେତ୍ରରେ ସଫଳତା ମିଳିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଘରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ ।

ମକର- ଏହି ରାଶିଙ୍କୁ ମଧ୍ୟ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ପରିଶ୍ରମର ଶୁଭଫଳ ମିଳିବ । ବିଦ୍ୟାର୍ଥୀ ଲାଭବାନ୍‌ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.