ନୂଆଦିଲ୍ଲୀ,୨୩/୧୨; ରାଜଧାନୀ ଦିଲ୍ଲୀରେ ବ୍ୟାପିଲା ବାଂଲାଦେଶ ଅତ୍ୟାଚାର ନିଆଁ । ବାଂଲାରେ ହିନ୍ଦୁଙ୍କ ଉପରେ ଆକ୍ରମଣର ଜୋରଦାର ପ୍ରତିବାଦ ହୋଇଛି । ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ହଜାର ସଂଖ୍ୟାରେ ଲୋକ । ବିଶ୍ୱ ହିନ୍ଦୁ ପରିଷଦ ସମେତ ଅନେକ ହିନ୍ଦୁ ସଂଗଠନ ବାଂଲା ହାଇକମିଶନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ପୁଲିସ୍ ବ୍ୟାରିକେଟ ଭାଙ୍ଗିଛନ୍ତି ପ୍ରର୍ଦଶନକାରୀ । ଏହା ସହିତ ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ୍‌ଙ୍କ କୁଶପୁତ୍ତଳିକା ହାଦ କରିଛନ୍ତି ବିକ୍ଷୋଭକାରୀ । ବାଂଲାରେ ଦୀପୁ ଚନ୍ଦ୍ର ଦାସଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ତାର ବିରୋଧ ଦିଲ୍ଲୀରେ ହୋଇଛି ।  ପୁଲିସ୍ ସହ ମୁହାଁମୁହିଁ ହୋଇଛନ୍ତି ପ୍ରଦର୍ଶନକାରୀ । ବାଧ୍ୟ ହୋଇ ଲାଠିଚାର୍ଜ କରିଛି ପୁଲିସ୍  କିଛି ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୁଲିସ୍ ।

​​​​​​​ଜମ୍ମୁକାଶ୍ମୀରରେ ଡୋଗ୍ରା ଫ୍ରଣ୍ଟ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବାଂଲାଦେଶରେ ସଂଖ୍ୟାଲଘୁ ଏବଂ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଜାମ୍ମୁ-କାଶ୍ମୀରରେ ଡୋଗ୍ରା ଫ୍ରଣ୍ଟର ସଦସ୍ୟମାନେ ପ୍ରତିବାଦ କରିଛନ୍ତି । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ୍‌ଙ୍କ ଫଟୋରେ ଚପଲ ମାଳ ପକାଇ ନାରାବାଜି ଦେଇଛନ୍ତି । କୋଲକାତାରେ ବାଂଲାଦେଶର ଡେପୁଟି ହାଇକମିଶନ ଆଗରେ ବାଙ୍ଗିୟୋ ହିନ୍ଦୁ ଜାଗରଣ ଏବଂ ଅନ୍ୟାନ୍ୟ ହିନ୍ଦୁ ସଂଗଠନଗୁଡ଼ିକର ପ୍ରତିବାଦ କରିଛନ୍ତି 

​​​​​​​

​​​​​​​ଦୀପୁ ଚନ୍ଦ୍ର ଦାସ ହତ୍ୟାକାଣ୍ଡ କ'ଣ ?  ଗତ ୧୮ ତାରିଖରେ ଭାରତ ବିରୋଧୀ ତଥା ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧୀ ଛାତ୍ରନେତା ଉସମାନ ହାଦୀର ମୃତ୍ୟୁକୁ ନେଇ ବାଂଲାଦେଶରେ ନିଆଁ କୁହୁଳିଥିଲା । ଧିରେ ଧିରେ ଏହା ତୀବ୍ର ହେବାରେ ଲାଗିଲା । ଭାଙ୍ଗାରୁଜା, ପୋଡାଜଳା ସ୍ଥିତି ବିସ୍ଫୋରକ ହେବାରେ ଲାଗିଲା । ଭାରତ ବିରୋଧୀ ନାରା ବାଜି ହୋଇଥିଲା । ସେହି ସମୟରେ ୨୭ ବର୍ଷୀୟ ଦୀପୁ ଚନ୍ଦ୍ର କାମ କରୁଥିବା ଫ୍ୟାକ୍ଟ୍ରିରେ କିଛି ଶ୍ରମିକ ହଙ୍ଗାମା କରିବା ଆରମ୍ଭ କଲେ । ଦୀପୁ ଧର୍ମୀୟ ଭାବନାକୁ ଅପମାନିତ କରିଥିବା ମିଛ ଆରୋପ ଲଗାଇ ପାଟିତୁଣ୍ଡ କରିଥିଲେ । ଏହି ଖବର ବ୍ୟାପିବା ପରେ ଫ୍ୟାକ୍ଟ୍ରି ସାମ୍ନାରେ ଆସି ରୁଣ୍ଡ ହୋଇଯାଇଥିଲେ ଶହ ଶହ ଉତ୍ୟକ୍ତ ପ୍ରଦର୍ଶନକାରୀ । ସେମାନେ ଫ୍ୟାକ୍ଟିରୁ ଦୀପୁଙ୍କୁ ଘୋଷଡି ନେଇ ନିସ୍ତୁକ ଭାବରେ ପିଟି ପିଟି ମାରି ଦେଇଥିଲେ । ସେତିକିରେ ତାଙ୍କ ମନ ଶାନ୍ତି ହୋଇନଥିଲା ଯେ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ । ଆକ୍ରମଣକାରୀଙ୍କ ସହ ସାମିଲ ହୋଇଥିଲେ ଦୀପୁଙ୍କ ସହକର୍ମୀ । ହତ୍ୟା ଏତେ ନିର୍ମମ ଥିଲା ଯେ, ତା' ଭାବିଲା ବେଳକୁ ଛାଟି ଥରି ଉଠୁଛି । ସୋସିଆଲ ମିଡିଆରେ ହତ୍ୟାକାଣ୍ଡର ଭିଡିଓ ମଧ୍ୟ ଭାଇରାଲ ହେଉଛି ଯାହା ଦେଖିଲେ ଲୋମ ଟାଙ୍କୁରି ଯାଉଛି । ପୁଲିସର କହିବା ଅନୁସାରେ, ଦୀପୁ ଚନ୍ଦ୍ର କାମ କରୁଥିବା କମ୍ପାନୀ ମ୍ୟାନେଜମେଣ୍ଟ ଯଦି ଠିକ୍ ସମୟରେ ପୁଲିସକୁ କଲ୍‌ କରିଥାନ୍ତେ, ତାହେଲେ ହୁଏତ ସେ ବଞ୍ଚିଯାଇଥାନ୍ତେ । ପୁଲିସକୁ ଫୋନ୍ ନକଲି ଦୀପୁଙ୍କୁ ହିଂସାକାରୀଙ୍କ ହାତରେ ଧରାଇ ଦେଇଥିଲେ । ଯେଉଁମାନେ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ । ​​​​​​​