କଟକ, ୧୮।୧: କଟକ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍‌ । ଜାନୁଆରୀ ୨୩ରେ କଟକ ଆସିବା ନେଇ ଉପରାଷ୍ଟ୍ରପତି ସହମତି ଦେଇଛନ୍ତି । ନେତାଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ସାମିଲ ହେବେ । ସ୍ୱତନ୍ତ୍ର ଫଟୋ ଏକଡିଭିସନର ଆୟୋଜନ କରାଯାଇଛି । ଏନେଇ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଉପରାଷ୍ଟ୍ରପତିଙ୍କ ଆଗମନ ନେଇ ରାଜ୍ୟ ପ୍ରଶାସନ ଓ ସଂସ୍କୃତି ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ମଧ୍ୟ ଯୋଜନା ରହିଛି । ଜିଲ୍ଲାପାଳ ସମସ୍ତ ପ୍ରସ୍ତୁତିର ତଦାରଖ କରୁଛନ୍ତି ।

  ​​​​​​​

​​​​​​​