ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହିଳାଙ୍କୁ ସାଇବର ଠକ ହେବାକୁ ଅଫର୍ ଦେଲା ପାକିସ୍ତାନୀ ବ୍ୟକ୍ତି , କହିଲା- ମୁଁ ସବୁ ଶିଖାଇ ଦେବି

Published By : Prameya | December 5, 2024 9:32 PM

ନୂଆଦିଲ୍ଲୀ : ୪ ଡିସେମ୍ୱର ୨୦୨୪, ସୋମବାର। ସହରାନପୁରର ଏକ ହସ୍ପିଟାଲରେ ଷ୍ଟାଫ୍ ନର୍ସର ଚାକିରି କରୁଥିବା ଶଗୁଫ୍ତାଙ୍କ ପାଖକୁ ଏକ ଫୋନ୍‌ କଲ ଆସିଲା। ସେ ଯେତେବେଳେ ଫୋନ୍‌ ରିସିଭ୍‌ କଲେ ତାଙ୍କ ଜୀବନରେ ଯେମିତି ଝଡ଼ ଆସିଗଲା। ସେ ଏହି ଫୋନ୍ କଲ୍‌ରେ ଡିଜିଟାଲ ଆରେଷ୍ଟ ହୋଇ ସାରି ଥିଲେ। ଶଗୁଫ୍ତା ନିଜର ପୂରା କାହାଣୀ ଆଜତକ୍‌ ଡଟ୍‌ ଇନ୍‌ରେ ସେୟାର କରିଛନ୍ତି। 

ଶଗୁଫ୍ତା କହିଛନ୍ତି, ଫୋନ୍‌ରେ ସେ ନିଜର ପରିଚୟ ପୁଲିସକର୍ମୀ ଭାବେ ଦେଇ ଥିଲେ। ଏହା ସେ କହିଥିଲେ ତୁମ ପୁଅ ରୁଡକୀରେ ପଢୁଛି ନା ? ଶଗୁଫ୍ତା କହି ଥିଲେ ହଁ , ସେ ଦ୍ୱିତୀୟ ପ୍ରଶ୍ନ ପଚରି ଥିଲା – କେତେ ବର୍ଷର ? ଶଗୁଫ୍ତା ୨୦ ବର୍ଷର ବୋଲି କହି ଥିଲେ। ସେ ପୁଣି କହିବାକୁ ଲାଗିଲା, ଏଠାରେ ଜଣେ ଝିଅକୁ ଦୁଷ୍କର୍ମ କରାଯାଇଛି। ଏଥିରେ ୪ଜଣ ପିଲା ସାମିଲ ଥିଲେ, ଝିଅର ହତ୍ୟା ବି ହୋଇ ଯାଇଛି। ଏଠାରେ ଘଟଣା ସ୍ଥଳରେ ଆପଣଙ୍କର ପୁଅ ହିଁ ଥିଲା। ଏହାଶୁଣି ଶଗୁଫ୍ତାଙ୍କର ପାଦ ତଳୁ ମାଟି ଖସି ଗଲା। 

ଏହାପରେ ଶଗୁଫ୍ତା ନିଜକୁ ସମ୍ଭାଳି ତାକୁ କହିଲେ ପୁଅ ସହ କଥା କରାଅ। ଏହାପରେ ସେ ଫୋନ୍‌ ଧରାଇ ଦେଲା, ଆଉ ସେପଟୁ ମୋ ପୁଅ ଭଳି ଭଏସ ଆସିଲା। ସେ କାନ୍ଦୁ ଥିଲା ମମ୍ମି ବଞ୍ଚାଅ। ପ୍ଲିଜ୍‌ ମମ୍ମି ବଞ୍ଚାଅ। ଏହାପରେ ସେହି ବ୍ୟକ୍ତିଟି କହିଲା ଆପଣ ଲକ୍ଷେ କି ୫୦ ହଜାର ଟଙ୍କା ଦିଅ , ଆମେ ଆପଣଙ୍କ ପୁଅକୁ ଛାଡ଼ି ଦେବୁ ।

ଏହାପରେ ଶଗୁଫ୍ତା କହିଲେ , ମୋ ଆକାଉଣ୍ଟରେ ତ କେବଳ ୬ ହଜାର ଟଙ୍କା ହିଁ ଅଛି। ସେ ତୁରନ୍ତ କହିଲା ସେତିକି ଦେଇ ଦିଅ। କହିବାକୁ ଲାଗିଲା ଏମିତି ଛାଡ଼ି ଦେବେ ସାର୍‌, ସେ ତ ଏମିତି ସଚ୍ଚୋଟ ପିଲା ଲାଗୁଛି। ଶଗୁଫ୍ତା କହିଲେ ସେ ଫ୍ରଡ ହିଁ ଥିଲା , ଆଉ ଥରେ ଫୋନ୍‌ କରି କହିଲା ଏଥିରେ କିଛି ହେବ ନାହିଁ। ଆପଣଙ୍କୁ ନିଜ ପୁଅର କ୍ୟାରିୟର ଠାରୁ ଟଙ୍କା ଅଧିକ ପ୍ରିୟ। ଭାବି ଦେଖ ଆଗକୁ କଣ ହେବ। ଏଠାରେ ମିଡ଼ିଆ ଲୋକ ବୁଲୁଛନ୍ତି। ଆପଣ ପଇସା ଦେଲେ ଏଠି ଯେଉଁ ଲୋକ ଅଛନ୍ତି ତାଙ୍କୁ ଦେଇ ମୁହଁ ବନ୍ଦ କରିବାକୁ କହିବୁ। ଏହାପରେ ଶଗୁଫ୍ତା କହିଲେ , ମୁଁ ଟଙ୍କା ଯୋଗାଡ଼ କରୁଛି । ସେ ବ୍ୟକ୍ତିଟି କହିଲା, ଆପଣ କାହାକୁ ତାହେଲେ କଲ୍ କର, କଲ୍‌ ଅନ୍ କରି ଥାଅ। 

ଶଗୁଫ୍ତାଙ୍କର ଜଣେ ଷ୍ଟାଫ୍‌ ନର୍ସ ଥିଲେ। ସେ ତାଙ୍କୁ ଇସାରା ଦେଇ କଲ୍‌କୁ ରେକର୍ଡିଂ କରିବାକୁ କହିଲେ। ଠକ ଜଣଙ୍କ କହିଥିଲା କଲ୍‌କୁ ନକାଟି ଆଉ ଏକ ନମ୍ୱରରେ ଅନ୍ୟକୁ କଲ୍‌ କରି ଟଙ୍କା ମାଗ। ଏପଟେ ମୋ ସହକର୍ମୀ କହୁଥିଲେ କଲ୍‌ କାଟି ନିଜ ପୁଅକୁ କଲ୍‌ କର। ସେ ଏମିତି ଫ୍ରଡ୍‌ ବିଷୟରେ ଶୁଣିଥିଲେ ତ ପୂରା ସ୍ପଷ୍ଟ ଥିଲେ ଏଥିରେ। ତାଙ୍କର କହିବାନୁସାରେ, ଶଗୁଫ୍ତା ଫୋନ୍‌ କାଟି ପୁଅକୁ କଲ୍‌ କଲେ। ପୁଅ କହିଲା ମୁଁ ଘରେ ଅଛି। ଏବେ ମାଙ୍ଗାଲୁରୁରେ ଅଛି। 

ଶଗୁଫ୍ତା କହି ଥିଲେ କି, ସେ ରୁଡକୀରେ ରହି ବି.ଫାର୍ମା ପଢୁଛି। କିନ୍ତୁ ସେ କୌଣସି କାମରେ ମାଙ୍ଗାଲୁରୁ ଯାଇଥିଲା, ସେ କହିଲା କି, ଏସବୁ ମିଛ। ମୁଁ ପୂରା ଠିକ୍‌ ଅଛି। ଏଥିରୁ ଶଗୁଫ୍ତା ଜାଣିଲେ କି ସେ ଲୋକଟି ଏକ ଠକ । ତାଙ୍କୁ ଡିଜିଟାଲ ଆରେଷ୍ଟ କରିବାକୁ ଚେଷ୍ଟା କରୁଥିଲା। କଲ୍‌ରେ ରହି ପଇସା ମାଗି ପଠାଇବାକୁ କହୁଥିଲା। 

ଶଗୁଫ୍ତାଙ୍କ କହିବାନୁସାରେ, କିଛି ସମୟ ପରେ ଲଗାତାର ଫୋନ୍‌ କଲ୍‌ ଆସିବା ଆରମ୍ଭ ହୋଇ ଗଲା। ସେ ଭାବି ନଥିଲେ ତାଙ୍କ ସହ ଏମିତି ହେବ ବୋଲି। କାନ୍ଦିବାର ଶବ୍ଦ ଶୁଣାଗଲା ଯେମିତି କି, ଏହା ମୋର ପୁଅର କାନ୍ଦ। ମୁଁ ବହୁତ ବିଚଳିତ ହୋଇ ଯାଇଥିଲି। ଟ୍ରୁ କଲରରେ ଯେତେବେଳେ ଦେଖିଲି ଏହା ପାକିସ୍ତାନ ଲେଖା ହୋଇଥିଲା। ମୁଁ ରେକର୍ଡିଂକୁ ଯେତେବେଳେ ଶୁଣିଲି ତା କଥାବାର୍ତ୍ତାରୁ ଜାଣିଲି ସେ ଜଣେ ପାକିସ୍ତାନୀ। ଏବେ ପରେ ଯେବେ କଲ୍‌ କଲା ମୁଁ ଉଠାଇଲି।

ଶଗୁଫ୍ତା କହିଛନ୍ତି , ଏହାପରେ ସେ ତାକୁ ଧମକାଇଲେ କି, ନିଜ ଦେଶ ପାଇଁ ଓ ଧର୍ମ ପାଇଁ କଳଙ୍କ। ଜଣେ ପାକିସ୍ତାନୀ ଭାବେ ଏହି ହରକତ ମୋ ମନରେ ରହିଗଲା। ଏହା ପରେ ସେ କହିଲା, ମୋତେ ଏହି କାମ କରି ବହୁତ ସମ୍ମାନ ମିଳୁଛି। ମୁଁ ଆପଣଙ୍କୁ ବି ଶିଖାଇ ଦେବି। ଏହିକାମ କରି ମୋର ଏଠାରେ କୋଠା ଘର କରିଛି। ଏହାର ଜବାବରେ ଶଗୁଫ୍ତା ତାକୁ କହିଥିଲେ ଏହି କୋଠା ତୁମକୁ ନର୍କକୁ ନେଇ ଯିବ। ଏହା ବଡ଼ ଅପରାଧ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.