ଚୌଦ୍ୱାର,୨୨/୦୮: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ । ସ୍କାନର୍‌ରେ ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ । ୧ କୋଟି ୨୪ ଲକ୍ଷ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୭ ଜଣିଆ ଟିମ୍‌ ଚଢାଉ କରୁଛି । ପ୍ରଧାନିଆ ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ମୋଟ୍ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍‌ । 

ସ୍ୱତନ୍ତ୍ର ଅଦାଲତଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ୯ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର, ୭ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଏହି ରେଡ୍‌ରେ ସାମିଲ ହୋଇଛନ୍ତି । କଟକ ଯୋବ୍ରା ସ୍ଥିତ ନୂଆସାହିରେ ଥିବା ୩ ମହଲା ବିଶିଷ୍ଟ କୋଠା, ଚୌଦ୍ୱାରର ପଳାସିଆ ଅଞ୍ଚଳରେ ଥିବା ଏକ ଘର ଓ କୁକୁଡ଼ା ଫାର୍ମ, କଟକ ସିଡିଏମଓରେ ଥିବା ଅଫିସ୍, କଟକ ତୁଳସୀପୁରର ଦେଉଳ ସାହିରେ ଥିବା ଶ୍ୱଶୁର ଘର, କଟକ କିଶୋରନଗରର ଉତ୍ତରକୂଳରେ ଥିବା ପୈତୃକ ଘରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍ ।