ମୁମ୍ବାଇ ୨୫/୧୧: ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ପରସ୍ପରକୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଥିବାବେଳେ ଏବେ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ମିଳିଛି । ଉଭୟଙ୍କୁ ଏକାଠି ଲଞ୍ଚ୍‌ ଡେଟ୍‌ରେ ଦେଖାଯାଇଛି । ଲଞ୍ଚ୍‌ ଡେଟ୍‌ ବେଳର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ ବିଜୟ ଏବଂ ରଶ୍ମିକା ଏକ ଟେବଲରେ ଲଞ୍ଚ୍‌ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ରଶ୍ମିମା ଏକ ସ୍ଲିଭ୍‌ଲେସ୍‌ କ୍ରପ୍‌ ବ୍ଲୁ ଟପ୍‌ ପିନ୍ଧିଥିବାବେଳେ ବିଜୟଙ୍କୁ ଏକ ନୀଳ ଜ୍ୟାକେଟ୍‌ରେ ସ୍ପଟ୍‌ କରାଯାଇଛି । 

ବିଜୟ ଏବଂ ରଶ୍ମିକା ରିଲେସନଶିପ୍‌ରେ ଥିବା ନେଇ ରିପୋର୍ଟ ଉପରେ ନିକଟରେ ବିଜୟ କହିଥିଲେ ଯେ, ସେ ସିଙ୍ଗଲ ନାହାନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ, ଭଲପାଇବା ମାନେ କ’ଣ ଜାଣିଛି । ଏବେ ମୋତେ ୩୫ ବର୍ଷ ହେଲାଣି । ଆପଣଙ୍କୁ ଲାଗୁଛି କି ଯେ ମୁଁ ସିଙ୍ଗଲ ଥିବି ବୋଲି । ଯେ ପର୍ଯ୍ୟନ୍ତ ଅନ୍ୟ ବିକଳ୍ପ ନାହିଁ ଆମକୁ କେବେ ନା କେବେ ବିବାହ କରିବାକୁ ପଡ଼ିବ । 

Vijay Deverakonda and Rashmika spotted together 📷 
byu/Even_Conversation_83 inBollyBlindsNGossip

ତେବେ ରଶ୍ମିକା ଏବଂ ବିଜୟ ୨୦୧୮ରେ ‘ଗୀତା ଗୋବିନ୍ଦମ୍‌’ ଫିଲ୍ମରେ ପ୍ରଥମ ଥର ଏକାଠି କାମ କରିଥିଲେ । ପରେ ୨୦୧୯ରେ ‘ଡିଅର କମ୍‌ରେଡ୍‌’ରେ ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରାଯାଇଥିଲା । ଏହି ଫିଲ୍ମ ଶୁଟିଂ ବେଳେ ଉଭୟେ ପରସ୍ପରକୁ ଡେଟ୍‌ କରୁଥିବା ଖବର ଆସିଥିଲା । ତେବେ ଏହାକୁ ଦୁଇଜଣ ଯାକ ମନା କରିଥିଲେ । ଥରେ ରଶ୍ମିକା କହିଥିଲେ, ଯେତେବେଳେ ରକ୍ଷିତଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ ହୋଇଥିଲା ଏବଂ ସେ ବେଶ୍‌ ଭାଙ୍ଗିପଡ଼ିଥିଲେ ସେତେବେଳେ ବିଜୟ ତାଙ୍କୁ ବୁଝାଇ ସମ୍ଭାଳିଥିଲେ । ପ୍ରକାଶଥାଉ କି, ବର୍ଷେ ଡେଟିଂ ପରେ ରଶ୍ମିକା ତାଙ୍କ ସହକଳାକାର ରକ୍ଷିତ ସେଟ୍ଟୀଙ୍କ ସହ ନିର୍ବନ୍ଧ କରିଥିଲେ । ତେବେ ୨୦୧୮ରେ ନିର୍ବନ୍ଧ ଭାଙ୍ଗି ଯାଇଥିଲା ।