ମୁମ୍ବାଇ,୧୮।୨: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଠକେଇ ଓ ମନି ଲଣ୍ଡରିଂର ବହୁ ମାମଲାରେ କେସ୍ ଚାଲିଛି। ବିଜୟ ମାଲ୍ୟା ଠକେଇ ଏବଂ ମନି ଲଣ୍ଡରିଂ ମାମଲା ସାମ୍ନା କରୁଛନ୍ତି। ଏହି ମାମଲାରେ, ତାଙ୍କ ଓକିଲ ବମ୍ବେ ହାଇକୋର୍ଟକୁ କହିଛନ୍ତି, ବିଜୟ ମାଲ୍ୟା କେବେ କେବେ ଭାରତ ଫେରିବେ, ତାହା କହିହେବନି। କାରଣ ତାଙ୍କୁ ଆଇନଗତ ଭାବରେ ୟୁକେ ଛାଡିବା ପାଇଁ ବାରଣ କରାଯାଇଛି। ତାଙ୍କ ଓକିଲ ଅମିତ ଦେଶାଇଙ୍କ ମାଧ୍ୟମରେ, ମାଲ୍ୟା ହାଇକୋର୍ଟକୁ କହିଥିଲେ ଯେ ସେ ଭାରତ ଫେରିବା ପାଇଁ ଏକ ସ୍ଥିର ତାରିଖ ପ୍ରଦାନ କରିପାରି ନାହାଁନ୍ତି କାରଣ ତାଙ୍କ ପାସପୋର୍ଟ ବାତିଲ ହେବା ପରେ ଆକ୍ଟିଭ ହୋଇନାହିଁ।
ମୁଖ୍ୟ ବିଚାରପତି ଚନ୍ଦ୍ରଶେଖର ଏବଂ ଜଷ୍ଟିସ୍ ଗୌତମ ଅଖଣ୍ଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ସପ୍ତାହରେ କହିଥିଲେ ଯେଉଁ ପର୍ଯ୍ୟନ୍ତ ମାଲ୍ୟା ଭାରତ ଫେରି ନାହାନ୍ତି, ସେ ପର୍ଯ୍ୟନ୍ତ ତାଙ୍କ ମାମଲାର ଶୁଣାଣି ହେବନି। ସେ ପର୍ଯ୍ୟନ୍ତ ପଳାତକ ଏବଂ ଅର୍ଥନୈତିକ ଅପରାଧୀ। ତାଙ୍କ ଆବେଦନ ଉପରେ ଶୁଣାଣି କରାଯିବନି। କୋର୍ଟ ମାଲ୍ୟାଙ୍କୁ ସ୍ପଷ୍ଟ କରିବାକୁ କହିଛନ୍ତି ସେ ଭାରତ ଫେରିବାକୁ ଚାହୁଁଛନ୍ତି କି ନାହିଁ ? ଜବାବରେ ମାଲ୍ୟା ହାଇକୋର୍ଟଙ୍କୁ କହିଛନ୍ତି, ମୁଁ ନିଜର ଫେରିବାର କୌଣସି ନିର୍ଦ୍ଧିଷ୍ଟ ତାରିଖ କହିପାରିବିନି। ଏହାର କାରଣ ହେଉଛି ମୋ ପାଖରେ ଭାରତୀୟ ପାସପୋର୍ଟ ନାହିଁ। ମୋର ପାସପୋର୍ଯକୁ ସରକାର ୨୦୧୬ ରେ କ୍ୟାନସେଲ କରିଦେଇଥିଲେ। ଏହା ସହ ଇଂଲଣ୍ଡ ଓ ଓ୍ବେଲ୍ସର କୋର୍ଟର ଅର୍ଡର ରହିଛି, ଯେଉଁଥିରେ ମୋତେ ଦେଶ ଛାଡି ଯିବାକୁ ରୋକା ଯାଇଛି।
ଉଲ୍ଲେଖନୀୟ ଯେ, ୨୦୧୬ ରୁ ୟୁକେରେ ରହୁଥିବା ମାଲ୍ୟା ହାଇକୋର୍ଟରେ ୨ଟି ପିଟିସନ୍ ଫାଇଲ କରିଛନ୍ତି। ଗୋଟିଏରେ ତାଙ୍କୁ ଆର୍ଥିକ ଅପରାଧୀ ଘୋଷିତ କରିବାର ଅର୍ଡରକୁ ଚ୍ୟାଲେଞ୍ଜ କରିଛନ୍ତି। ଦ୍ବିତୀୟ ଆବେଦନରେ ପଳାତକ ଆର୍ଥିକ ଅପରାଧୀ ଆକ୍ଟର ଭାଲିଡିଟି ଉପରେ ପ୍ରଶ୍ନ ଉଠାଯାଇଛି। ମାଲ୍ୟାଙ୍କ ଉପରେ ହଜାର ହଜାର କୋଟି ଟଙ୍କାର ଲୋନ୍ ରିପେମେଣ୍ଟରେ ଡିଫଲ୍ଟ କରିବା ଓ ମନି ଲଣ୍ଡରିଂ ଚାର୍ଜର ସାମନା କରିବାର ଅଭିଯୋଗ ରହିଛି।
ଆହୁରି ପଢନ୍ତୁ :ଖାଦ୍ୟ-ପାନୀୟ ଜିନିଷଠାରୁ ନେଇ ଡିଟରଜେଣ୍ଟ-ସାମ୍ପୁ ହେବ ମହଙ୍ଗା, ଏଫ୍ଏମ୍ଜିସି କମ୍ପାନୀ ୫% ପର୍ଯ୍ୟନ୍ତ ବଢାଇବେ ଦାମ୍