ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

RCB ଜିତିବା ପରେ ବିଜୟ ମାଲ୍ୟାଙ୍କ ରିଆକ୍ସନ୍, କହିଲେ-'୧୮ ବର୍ଷ ପରେ ପୂରଣ ହେଲା ସ୍ୱପ୍ନ'

Published By : Krishna Priya | June 4, 2025 8:57 AM

ନୂଆଦିଲ୍ଲୀ ୦୪/୦୬: ଦୀର୍ଘ ୧୮ ବର୍ଷର ପ୍ରତୀକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ସବୁ ଆଲୋଚନାର ଘଟିଛି ଅନ୍ତ । ଶେଷରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହୋଇଛି ଆଇପିଏଲ୍‌ର ନୂଆ ଚାମ୍ପିଅନ୍‌ । ଗତକାଲି ରାତିରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା।ଯେଉଁଥିରେ RCB ଚମତ୍କାର ପ୍ରଦର୍ଶନ କରି ୬ ରନରେ ବିଜୟୀ ହୋଇଥିଲା। RCB ଚାମ୍ପିଅନ ହେବା ପରେ, ଦଳର ପୂର୍ବତନ ମାଲିକ ଏବଂ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ପ୍ରଥମ ଥର ପାଇଁ RCB ଚାମ୍ପିଅନ୍ ହେବା ଉପରେ ବିଜୟ ମାଲ୍ୟା ଟ୍ୱିଟ୍ କରି ଲେଖିଛନ୍ତି, "ଯେତେବେଳେ ମୁଁ RCB ପ୍ରତିଷ୍ଠା କରିଥିଲି, ମୋର ସ୍ୱପ୍ନ ଥିଲା ଯେ IPL ଟ୍ରଫି ବେଙ୍ଗାଲୁରୁକୁ ଆସୁ। ଜଣେ ଯୁବ ଖେଳାଳି ଭାବରେ କିମ୍ବଦନ୍ତୀ କିଙ୍ଗ କୋହଲିଙ୍କୁ ବାଛିବାର ସୌଭାଗ୍ୟ ମୋତେ ମିଳିଲା ଏବଂ ଏହା ଉଲ୍ଲେଖନୀୟ ଯେ ସେ ୧୮ ବର୍ଷ ଧରି RCB ସହିତ ଅଛନ୍ତି।"




ସେ ଆହୁରି ଲେଖିଛନ୍ତି " ୟୁନିଭର୍ସ ବସ୍ କ୍ରିସ୍ ଗେଲ୍ ଏବଂ ମିଷ୍ଟର ୩୬୦ ଏବି ଡିଭିଲିୟର୍ସଙ୍କୁ ଚୟନ କରିବାର ଗୌରବ ମୋତେ ମିଳିଛି, ଯେଉଁମାନେ ଆରସିବି ଇତିହାସର ଏକ ଅଭୁଲା ଅଂଶ। ଶେଷରେ, ଆଇପିଏଲ ଟ୍ରଫି ବେଙ୍ଗାଲୁରୁରେ ପହଞ୍ଚିଛି।"ମୋ ସ୍ୱପ୍ନକୁ ସାକାର କରିଥିବା ସମସ୍ତଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ। RCB ର ପ୍ରଶଂସକ ସର୍ବୋତ୍ତମ ଏବଂ ସେମାନେ IPL ଟ୍ରଫି ପାଇବାର ଯୋଗ୍ୟ। ଇ ସାଲା କପ୍ ବେଙ୍ଗାଲୁରୁ ବାରୁଥେ!”

ତେବେ ଫାଇନାଲ ମ୍ୟାଚରେ ପୂର୍ବତନ ଅଭିଜ୍ଞ ଖେଳାଳି ଏବି ଡିଭିଲିୟର୍ସ ମଧ୍ୟ ଆରସିବିକୁ ସମର୍ଥନ କରିବାକୁ ଆସିଥିଲେ। ଡିଭିଲିୟର୍ସ ବହୁତ ଦିନ ଧରି ଆରସିବିର ଅଂଶ ଥିଲେ। ମ୍ୟାଚ୍ ଜିତିବା ପରେ ବିରାଟ କୋହଲି ଏବି ଡିଭିଲିୟର୍ସଙ୍କୁ ଆଲିଙ୍ଗନ କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.