କଟକ,୩୦/୧୧: ୧୬ ବର୍ଷରୁ କମ୍‌ ବାଳକ ଜାତୀୟ  କ୍ରିକେଟ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଆସନ୍ତା ୬ ତାରିଖରୁ ଆରମ୍ଭ  ହେବ । ଏହାର ପ୍ରଥମ ଦୁଇ ମ୍ୟାଚ୍‌ ନିମନ୍ତେ ଆଜି ଓଡ଼ିଶା କ୍ରିକେଟ  ଆସୋସିଏସନ(ଓସିଏ) ପକ୍ଷରୁ ୧୬ ଜଣିଆ ରାଜ୍ୟ ଦଳ ଘୋଷଣା  କରାଯାଇଛି । ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ୱାଦିକ  ସମ୍ମିଳନୀରେ ରାଜ୍ୟ କନିଷ୍ଠ ଦଳ ଚୟନ  କମିଟି ଅଧ୍ୟକ୍ଷ ନଟରାଜ ବେହେରା ଏବଂ ୧୬  ବର୍ଷରୁ କମ୍‌ ବାଳକ ଦଳର ମୁଖ୍ୟ କୋଚ୍‌  ଅଜିତ ଜୟପ୍ରକାଶନ ଉପସ୍ଥିତ ରହି ଦଳ ଘୋଷଣା କରିଥିଲେ ।

ଘୋଷିତ ଦଳରେ ସ୍ୱାଗତ ସୌରଭ ମିଶ୍ରଙ୍କୁ ନେତୃତ୍ୱ ଦିଆଯାଇଛି ।  ଆୟନ ନାୟକ(ୱିକେଟ କିପର), ଅସ୍ମିତ ବରାଡ, ଆୟୂଷ ରଞ୍ଜନ  ମନ୍ତ୍ରୀ, ଚାନ୍ଦିପ ସିଂହ ରିଆର, ଦିବ୍ୟାଂଶୁ ନାୟକ, କୌସ୍ତିକ ମହାନ୍ତି,  କ୍ରିଷ୍ଣା ସାସମଲ, ମହେଶ କୁମାର ସାହୁ, ପିୟୂଷ ବଳିଆରସିଂହ,  ପ୍ରତୀକ ପ୍ରିୟାଂଶୁ ନାୟକ (ୱିକେଟ କିପର), ପ୍ରିୟ ରଞ୍ଜନ ନାୟକ, ରାଜ ଯାଦବ, ରୋଶନ ଚୌଧୁରୀ, ସତ୍ୟଜିତ ସାହୁ, ସୌମ୍ୟରଞ୍ଜନ  ସିଂହ ଦଳରେ ସ୍ଥାନ ପାଇଛନ୍ତି । ଓଡି଼ଶା ଲିଗ୍‌ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଗ୍ୱାଲିୟରରେ ଖେଳିବ । ପ୍ରଥମ ମୁକାବିଲାରେ ଦଳ ଆସାମକୁ ଭେଟିବ ।