ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ସ୍ୱାଗତ ସୌରଭ ମିଶ୍ରଙ୍କୁ ଓଡ଼ିଶା ଦଳର ନେତୃତ୍ୱ

Published By : Prameya | November 30, 2024 1:03 PM

କଟକ,୩୦/୧୧: ୧୬ ବର୍ଷରୁ କମ୍‌ ବାଳକ ଜାତୀୟ  କ୍ରିକେଟ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଆସନ୍ତା ୬ ତାରିଖରୁ ଆରମ୍ଭ  ହେବ । ଏହାର ପ୍ରଥମ ଦୁଇ ମ୍ୟାଚ୍‌ ନିମନ୍ତେ ଆଜି ଓଡ଼ିଶା କ୍ରିକେଟ  ଆସୋସିଏସନ(ଓସିଏ) ପକ୍ଷରୁ ୧୬ ଜଣିଆ ରାଜ୍ୟ ଦଳ ଘୋଷଣା  କରାଯାଇଛି । ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ୱାଦିକ  ସମ୍ମିଳନୀରେ ରାଜ୍ୟ କନିଷ୍ଠ ଦଳ ଚୟନ  କମିଟି ଅଧ୍ୟକ୍ଷ ନଟରାଜ ବେହେରା ଏବଂ ୧୬  ବର୍ଷରୁ କମ୍‌ ବାଳକ ଦଳର ମୁଖ୍ୟ କୋଚ୍‌  ଅଜିତ ଜୟପ୍ରକାଶନ ଉପସ୍ଥିତ ରହି ଦଳ ଘୋଷଣା କରିଥିଲେ ।

ଘୋଷିତ ଦଳରେ ସ୍ୱାଗତ ସୌରଭ ମିଶ୍ରଙ୍କୁ ନେତୃତ୍ୱ ଦିଆଯାଇଛି ।  ଆୟନ ନାୟକ(ୱିକେଟ କିପର), ଅସ୍ମିତ ବରାଡ, ଆୟୂଷ ରଞ୍ଜନ  ମନ୍ତ୍ରୀ, ଚାନ୍ଦିପ ସିଂହ ରିଆର, ଦିବ୍ୟାଂଶୁ ନାୟକ, କୌସ୍ତିକ ମହାନ୍ତି,  କ୍ରିଷ୍ଣା ସାସମଲ, ମହେଶ କୁମାର ସାହୁ, ପିୟୂଷ ବଳିଆରସିଂହ,  ପ୍ରତୀକ ପ୍ରିୟାଂଶୁ ନାୟକ (ୱିକେଟ କିପର), ପ୍ରିୟ ରଞ୍ଜନ ନାୟକ, ରାଜ ଯାଦବ, ରୋଶନ ଚୌଧୁରୀ, ସତ୍ୟଜିତ ସାହୁ, ସୌମ୍ୟରଞ୍ଜନ  ସିଂହ ଦଳରେ ସ୍ଥାନ ପାଇଛନ୍ତି । ଓଡି଼ଶା ଲିଗ୍‌ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଗ୍ୱାଲିୟରରେ ଖେଳିବ । ପ୍ରଥମ ମୁକାବିଲାରେ ଦଳ ଆସାମକୁ ଭେଟିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.