ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିଜୟା ଏକାଦଶୀ ବ୍ରତର ମହତ୍ତ୍ୱ, କ'ଣ ରହିଛି ତ୍ରେତୟା ଯୁଗ ସହ ସମ୍ପର୍କ...

Published By : Harapriya Sethi | February 10, 2025 10:29 AM

ନୂଆଦିଲ୍ଲୀ, ୧୦/୦୨: ବିଜୟା ଏକାଦଶୀ ଏକ ପବିତ୍ର ବ୍ରତ । ହିନ୍ଦୁ ଧର୍ମରେ ଏହି ବ୍ରତ ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ଏହି ବ୍ରତ ସୁଖ, ସମୃଦ୍ଧି ଏବଂ ସଫଳତାର ପ୍ରତୀକ । ବିଜୟା ଏକାଦଶୀ ବ୍ରତ ପାଳନ କରୁଥିବା ବ୍ୟକ୍ତିର ଜୀବନରେ ସୁଖ, ସମୃଦ୍ଧି ବଢିବା ସହ ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ । ବିଜୟା ଏକାଦଶୀ ଅର୍ଥାତ ଏପରି ଏକ ଏକାଦଶୀ ତିଥି ଯାହା ବିଜୟ ପ୍ରଦାନ କରିଥାଏ । ଚଳିତ ବର୍ଷ ବିଜୟା ଏକାଦଶୀ ତିଥି ଫେବୃୟାରୀ ୨୪ ତାରିଖ (ସୋମବାର)ରେ ପଡ଼ୁଛି । ଏହି ଦିନ ଜଣେ ବ୍ୟକ୍ତି ସମସ୍ତ କ୍ଷେତ୍ରରେ ବିଜୟୀ ହେବାର କାମନା ନେଇ ବ୍ରତ ପାଳନ କରିଥାଏ । ମାନ୍ୟତା ରହିଛି ଯେ, ବିଜୟା ଏକାଦଶୀର ମାହାତ୍ମ୍ୟକୁ ଶୁଣିବା କିମ୍ୱା ପଢିବା ଦ୍ୱାରା ମଧ୍ୟ ମନୁଷ୍ୟ ଜୀବନର ସମସ୍ତ ପାପର ବିନାଶ ହୋଇଥାଏ । 

ବିଜୟା ଏକାଦଶୀର ଶୁଭ ମୁହୂର୍ତ୍ତ-

ଫାଲ୍‌ଗୁନ ମାସର ଶୁକ୍ଳପକ୍ଷର ଏକାଦଶୀ ତିଥିକୁ ବିଜୟା ଏକାଦଶୀ ଭାବରେ ବିବେଚନା କରାଯାଇଥଏ । ଚଳିତ ବର୍ଷ ଫେବୃୟାରୀ ୨୩ ତାରିଖ ଦ୍ୱିପ୍ରହର ୧ଟା ୫୫ ମିନିଟରୁ ଆରମ୍ଭ ହୋଇ ଏହାର ପରଦିନ ଅର୍ଥାତ ଫେବୃୟାରୀ ୨୪ ତାରିଖ ଦ୍ୱିପ୍ରହର ୧ଟା ୪୪ ମିନିଟରେ ଏହି ତିଥି ସମାପ୍ତ ହେବ । ଏହି ସମୟ ଅବଧି ମଧ୍ୟରେ ଫେବୃୟାରୀ ୨୪ ତାରିଖ ସକାଳ ୬ଟା ୫୧ ମିନିଟରୁ ଆରମ୍ଭ କରି ୮ଟା ୧୭ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିବା ପାଇଁ ଶୁଭ ମୁହୂର୍ତ୍ତ ରହିବ । ଫେବୃୟାରୀ ୨୪ ତାରିଖ ସକାଳ ୬ଟା ୫୦ରୁ ଆରମ୍ଭ କରି ଫେବୃୟାରୀ ୨୫ ତାରିଖ ୯ଟା ୦୮ ପର୍ଯ୍ୟନ୍ତ ବ୍ରତ ପାଳନ ପାଇଁ ଶୁଭ ମୁହୂର୍ତ୍ତ ରହିଛି ବୋଲି ଜ୍ୟୋଜିର୍ବିଦ୍‌ ମାନେ ଆକଳନ କରଛନ୍ତି । 

ବିଜୟା ଏକାଦଶୀର ମହତ୍ତ୍ୱ ଏବଂ ତ୍ରେତୟା ଯୁଗ ସହ ସମ୍ପର୍କ -

ପଦ୍ମ ପୁରାଣ ଏବଂ ସ୍କନ୍ଦ ପୁରାଣ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଅତି ଶୋଚନୀୟ ଏବଂ କଷ୍ଟକର ପରସ୍ଥିତିରେ ବିଜୟା ଏକାଦଶୀ ବ୍ରତ ପାଳନ କରିଥାଏ, ସେହି ବ୍ୟକ୍ତି ନିଜର ବିଜୟ ସୁନିଶ୍ଚିତ କରିଥାଏ । ରାବଣ ସହ ଲଢିବା ପୂର୍ବରୁ ଶ୍ରୀରାମ ବକଦଲଭ୍ୟ ଋଷିଙ୍କ ଉପଦେଶ ଅନୁଯାୟୀ ସମୁଦ୍ର କୂଳରେ ବିଜୟା ଏକାଦଶୀ ବ୍ରତ ପାଳନ କରିଥିଲେ । ଏହି ବ୍ରତ ପାଳନ କରିବା ପରେ ଶ୍ରୀରାମ ରାବଣର ବଦ୍ଧ କରି ଯୁଦ୍ଧରେ ବିଜୟ ହାସଲ କରିଥିଲେ । ପ୍ରାଚୀନ କାଳରେ ଅନେକ ରାଜା ବିଜୟା ଏକାଦଶୀ ବ୍ରତ ପାଳନ କରି ହାରିବା ପରିସ୍ଥିତିରେ ମଧ୍ୟ ବିଜୟ ଲାଭ କରିଛନ୍ତି ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.