ଚେନ୍ନାଇ ୧୦/୦୫: ତାମିଲନାଡୁକୁ ମିଳିଲା ନୂଆ ସରକାର। ଆଜୁଠୁ ଚାଲିବ ବିଜୟଙ୍କ ରାଜ୍। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଥଲାପତି ବିଜୟ। ପାଞ୍ଚ ଦିନର ଉତ୍ଥାନ ପତନ ପରେ ଶେଷରେ ଟିଭିକେ ମୁଖ୍ୟ ଥଲାପତି ବିଜୟ ଚେନ୍ନାଇର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ବିଶେଷ ଅବସରରେ ତାଙ୍କ ବାପା-ମାଆ ସେଠାରେ ଉପସ୍ଥିତ ରହି ନିଜର ଖୁସି ବ୍ୟକ୍ତ କରିଛନ୍ତି।

ବିଜୟଙ୍କ ବାପା ଏବଂ ନିର୍ଦ୍ଦେଶକ ଏସ.ଏ. ଚନ୍ଦ୍ରଶେଖର ଏହି ଅବସରରେ ନିଜର ଖୁସି ପ୍ରକାଶ କରି କହିଛନ୍ତି, "ମୁଁ ବହୁତ ଖୁସି। ମୋ ପୁଅକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ଦେଖି ବହୁତ ଖୁସି ଲାଗୁଛି ।" ଏଥିସହିତ ବିଜୟଙ୍କ ମାଆ ଶୋଭା ମଧ୍ୟ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, "ମୁଁ ବହୁତ ଖୁସି। ଆଜି ମାତୃ ଦିବସ, ଏବଂ ମୋ ପୁଅ ଏହି ଅବସରରେ ଶପଥ ନେଇଛି। ମୁଁ ଏଥିରେ ଅତ୍ୟନ୍ତ ଖୁସି।"

​​​​​​​

ତେବେ ଶପଥ ଗ୍ରହଣ ଅବସରରେ ଥଲପତି ବିଜୟଙ୍କୁ ଏକ ସ୍ୱତନ୍ତ୍ର ଅବତାରରେ ଦେଖିବାକୁ ମିଳିଛି। ତାଙ୍କର ଲୁକ୍ ସମ୍ପୂର୍ଣ୍ଣ ଫର୍ମାଲ ରହିଛି, ସେ ଫୁଲ ହ୍ୱାଇଟ ସାର୍ଟ ସହିତ ବ୍ଲାକ୍ ବ୍ଲେଜର୍ ଏବଂ କଳା ଟ୍ରାଉଜର ପିନ୍ଧି ଶପଥ ନେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି।

ଆହୁରି ପଢ଼ନ୍ତୁ...Tamil Nadu CM: ତାମିଲନାଡୁରେ 'ବିଜୟ' ଯୁଗ...୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲାପତି