ନୂଆଦିଲ୍ଲୀ,୦୮/୦୫; ଦକ୍ଷିଣ ରାଜ୍ୟ ତାମିଲନାଡୁରେ ନୂଆ ସରକାର ଗଠନ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଦୁଇ ଦିନରେ ରାଜନୈତିକ ଟଣାଓଟରା ପରେ ସୁତ୍ର ଅନୁଯାୟୀ ସିପିଏମ୍, ସିପିଆଇ ଏବଂ ଭିସିକେ ଥାଲାପତି ବିଜୟଙ୍କ ନେତୃତ୍ୱାଧୀନ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ୩ ଦଳର ସମର୍ଥନ ସହିତ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି । ଏହି ତିନୋଟି ଦଳର ସମର୍ଥନ ସହିତ, ଥାଲାପତି ବିଜୟଙ୍କୁ ସରକାର ଗଠନ କରିବାକୁ  ୧୧୮ ମ୍ୟାଜିକ୍ ନମ୍ବର ଯୋଗାଡ଼ କରିଛନ୍ତି । ଯାହା ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା । ଆଜି ତୃତୀୟ ଥର ପାଇଁ ରାଜ୍ୟାପାଳଙ୍କୁ ଭେଟିବେ ବିଜୟ । ଏହି ବୈଠକ ଅପରାହ୍ନ ୪ଟା୩୦ରେ ହେବାର କାର୍ଯ୍ୟକ୍ରମ ରହିଛି ।

ତାମିଲନାଡୁରେ ବିଜୟଙ୍କ ଟିଭିକେ ବମ୍ଫର ବିଜୟ ହାସଲ କରି ରାଜ୍ୟରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଚଳାଇଛି । ହେଲେ ତାମିଲନାଡୁରେ ସରକାର ଗଠନ ପ୍ରକ୍ରିୟା ଜଟିଳ ହେବାରେ ଲାଗିଛି । ରାଜ୍ୟରେ କୌଣସି ଦଳ କିମ୍ବା ମେଣ୍ଟ ବହୁମତ ହାସଲ ନକରିବାରୁ, ସରକାର ଗଠନର ପଥ ଅସ୍ପଷ୍ଟ ରହିଛି । ଏହା ଦକ୍ଷିଣ ଭାରତୀୟ ରାଜ୍ୟରେ ଏପରି ଏକ ରାଜନୈତିକ ବିକାଶ ଆଡ଼କୁ ନେଇଯାଉଛି ଯାହା ଗତ ୫୦ ବର୍ଷରେ କେହି କେବେ କଳ୍ପନା କରିନଥିଲେ । ତାମିଲନାଡୁରେ ରାଜନୈତିକ ଖେଳ ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି, କାରଣ କୌଣସି ଦଳ ବହୁମତ ହାସଲ କରିନାହାଁନ୍ତି। ବିଜେପି ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା ଏଆଇଏଡିଏମକେ ଏବେ ଏନଡିଏରୁ ଅଲଗା ହେବାକୁ ଚିନ୍ତା କରୁଛି । ଏଆଇଏଡିଏମକେ କାହା ସହିତ ରହିବ ?  ବିଜୟ ନା ଷ୍ଟାଲିନ କାହାକୁ କରିବ ସପୋର୍ଟ ।

ଏହା ବି ପଢନ୍ତୁ...ତାମିଲନାଡ଼ୁରେ ଟ୍ୱିଷ୍ଟ୍: ବିଜୟଙ୍କୁ 'ଅହଂକାରୀ' କହିଲେ ଭିସିକେ ନେତା, ହ୍ୱାଟ୍ସଆପ୍ ମାଧ୍ୟମରେ ସମର୍ଥନ ଲୋଡ଼ୁଥିବା ଅଭିଯୋଗ

ତାମିଲନାଡୁରେ ସରକାର ଗଠନ ନେଇ ସସ୍‌ପେନ୍ସ ଲାଗି ରହିଛି । ଥଲାପତି ବିଜୟଙ୍କ ଟିଭିକେ ସଂଖ୍ୟା ଖେଳରେ ଫସିରହିଛି । ବହୁମତ ପାଇଁ ଆଉ ମାତ୍ର ୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଦଳ ଗୁରୁବାର ସିପିଆଇ(ଏମ୍‌)କୁ ଚିଠି ଲେଖି ସମର୍ଥନ ଲୋଡ଼ିଛି । ଆଜି ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ସିପିଆଇ(ଏମ୍‌) ନେତା ପି. ସନ୍ମୁଗମ୍‌ କହିଛନ୍ତି । ଥଲାପତି ବିଜୟ ୨ଥର ଲୋକ ଭବନରେ ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ଭେଟି ସାରିଛନ୍ତି  । କିନ୍ତୁ ତାଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି । ପ୍ରଥମେ ବହୁମତ ପ୍ରମାଣ ପାଇଁ ରାଜ୍ୟପାଳ କହିଛନ୍ତି । ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଦଳ ଟିଭିକେ ତାମିଲନାଡୁରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି ।  କିନ୍ତୁ ସେମାନେ ବହୁମତ ପାଇବାର ସଂଖ୍ୟାରୁ ବଞ୍ଚିତ ଅଛନ୍ତି । କଂଗ୍ରେସ ବିଜୟଙ୍କ ଟିଭିକେକୁ ସମର୍ଥନ କରିଥାଇପାରେ, କିନ୍ତୁ ସେମାନେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିପାରିନାହିଁ । ବିଜେପି ସହିତ ମେଣ୍ଟ କରି ତାମିଲନାଡୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ଏଆଇଏଡିଏମକେ ଏବେ ଏନଡିଏରୁ ଓହରି ଯିବାକୁ ପ୍ରସ୍ତୁତ ହେଉଛି । ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ତାମିଲନାଡୁରେ ଏଆଇଏଡିଏମକେ ଦୁଇଟି ଦଳ ମଧ୍ୟରୁ କେଉଁ ଦଳ ସହିତ ମିଶିବ ଏହେ ଏବେ ବଡ଼ ପ୍ରଶ୍ନ ।​​​​​​​

ଏହା ବି ପଢନ୍ତୁ... ତାମିଲନାଡୁରେ ଓଲଟିବ ଖେଳ ! Bjp ସହ ସମ୍ପର୍କ ଭାଙ୍ଗିବ AIADMK, ବିଜୟ ନା ଷ୍ଟାଲିନ କାହା ସପକ୍ଷରେ ଯିବ ?​​​​​​​