ପ୍ରମୂଖ ଖବର
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମା’ ହେବେ ଭିନେଶ ଫୋଗାଟ୍, ଇନଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ଙ୍କୁ ଦେଲେ ଖୁସି ଖବର

Published By : Harapriya Biswal | March 6, 2025 8:25 PM

ନୂଆଦିଲ୍ଲୀ,୬।୩: ପ୍ରସିଦ୍ଧ ରେସଲର ଓ ହରିୟାଣାରୁ କଂଗ୍ରେସ ବିଧାୟକ ଥିବା ଭିନେଶ ଫୋଗାଟ ମା’ ହେବାକୁ ଯାଉଛନ୍ତି। ଏନେଇ ସେ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜ ଫ୍ୟାନ୍‌ଙ୍କୁ ଖୁସି ଖବର ଦେଇଛନ୍ତି। ଭିନେଶ ୨୦୧୮ ରେ ସୋମବୀର ରାଠିଙ୍କୁ ବିବାହ କରିଥିଲେ। ସୋମବୀର ମଧ୍ୟ ପେଶାରେ ଜଣେ ରେସଲର। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ନିରାଶ ହେବାପରେ ଭିନେଶ ରେସଲିଂରୁ ସନ୍ୟାସ ନେଇଥିଲେ। ବିବାହର ୭ ବର୍ଷ ପରେ ସେ ଏବେ ମା’ ହେବାକୁ ଯାଉଛନ୍ତି।

ଭିନେଶ ସୋସିଆଲ ମିଡିଆରେ ନିଜ ଓ ତାଙ୍କ ସ୍ବାମୀ ସୋମବୀର ରାଠିଙ୍କ ଫଟୋ ସେୟାର କରିଛନ୍ତି। ଏହା ସହ ଲେଖିଛନ୍ତି ଆମର ପ୍ରେମ କାହାଣୀ ଜାରି ରହିଛି, ଯେଉଁଥିରେ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି। ସେଭଳି ରେସଲର ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ୍   ଏବେ ଭିନେଶ ଓ ସୋମବୀରଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଭିନେଶଙ୍କ ଶ୍ବଶୁର ରାଜପାଲ ରାଠି  ମଧ୍ୟ ସ୍ପଷ୍ଟ କରିଛନ୍ତି ଏବେ ତାଙ୍କ ଘରକୁ ଖୁସି ଆସିବାକୁ ଯାଉଛି। 

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ଭିନେଶ ଡିସକ୍ବାଲିଫାଏ ହୋଇଥିଲେ। ଫାଇନାଲ ମ୍ୟାଚ୍‌ର ଠିକ୍ ପୂର୍ବରୁ ତାଙ୍କର ଓଜନ ଧାର୍ଯ୍ୟ ଲିମିଟଠାରୁ ୧୦୦ ଗ୍ରାମ୍ କମ୍ ଥିଲା। ଭାରତ ଫେରିବା ପରେ ସେ କୁସ୍ତୀରୁ ସନ୍ୟାସ ନେବାର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଥିଲେ। ଏହାପରେ ସେ ରାଜନୀତିକୁ ଓହ୍ଲାଇଥିଲେ। କଂଗ୍ରେସରେ ଯୋଗଦେଇଥିଲେ। ୨୦୨୪ ବିଧାନସଭା ନିର୍ବାଚନରେ ଜୁଲାନା ଆସନରୁ ବିଜୟୀ ହୋଇଥିଲେ। ଭିନେଶଙ୍କ ରେସଲିଂ କ୍ୟାରିୟରକୁ ଯଦି ଦେଖିବା ତେବେ ସେ ୨୦୧୪,୨୦୧୮ ଓ ୨୦୨୨ କମନଓ୍ବେଲଥ୍ ଗେମ୍ସରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ୨୦୧୮ ଏସିଆଡ୍ ଖେଳରେ ସେ ଗୋଲ୍ଡ ମେଡାଲ ଜିତିଛନ୍ତି ଓ ୨୦୧୪ ରେ ବ୍ରୋଞ୍ଜ ଜିତିବାରେ ସଫଳ ରହିଛନ୍ତି। ଭିନେଶ ୨୦୧୯ ଓ ୨୦୨୨ ବିଶ୍ବ କୁସ୍ତୀ ଚମ୍ପିଆନ୍‌ସିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏସିଆଡ୍ ଚମ୍ପିଆନ୍‌ସିପ୍‌ରେ ସେ ଲଗାତାର ଭଲ ପ୍ରଦର୍ଶନ କରିଛନ୍ତି ଓ ବହୁ ପଦକ ଜିତିଛନ୍ତି। ଭିନେଶ ବହୁ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି। ୨୦୧୪ ରେ ତାଙ୍କୁ ଅର୍ଜୁନ ଆଓ୍ବାର୍ଡ ଓ ୨୦୨୨ ରେ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.