ନୂଆଦିଲ୍ଲୀ: ଗ୍ରୀସର ଦୁଇଟି ସହରରେ ହିଂସା ଆରମ୍ଭ ହୋଇଯାଇଛି। ଏହି ହିଂସା ଗତ ୨୦୨୩ ମସିହାରେ ହୋଇଥିବା ରେଳ ଦୁର୍ଘଟଣା ପାଇଁ ହୋଇଥିବା ନେଇ ସୂଚନା ମିଲିଛି। ତେବେ ଗ୍ରୀସର ରାଜଧାନୀ ଏଥେନ୍ସରେ ଥିବା ସଂସଦରେ ସରକାରଙ୍କ ବିପକ୍ଷରେ ନିନ୍ଦା ପ୍ରସ୍ତାବ ପାରିତ ହେବା ବେଳେ ଏହି ହିଂସା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ସଂସଦ ବାହରେ ଥିବା ଲୋକମାନେ ସଂସଦ ଉପରକୁ ବୋମାମାଡ କରିଥିବା ନେଇ ଖବର ସାମ୍ନାକୁ ଆସିଛି।
ତେବେ ପରିସ୍ଥିତି ଅଣାୟତ ହେଉଥିବା ଦେଖି ଗ୍ରୀସ ପୋଲିସ ଏହି ହିଂସାକୁ ବନ୍ଦ କରିବା ପାଇଁ ବିକ୍ଷୋପକାରିଙ୍କ ଉପରେ ଲୁହବୁହା ଗ୍ୟାସ ସାଙ୍ଗକୁ ଷ୍ଟନ ଗ୍ରେନେଡ ମାଡ କରିବା ସହିତ ପାଣିମାଡ ମଧ୍ୟ କରିଥିଲା। ଅନ୍ୟପଟେ ପ୍ରଦର୍ଶନକାରୀମାନେ ପୋଲିସ ଉପରକୁ ପୋଟ୍ରୋଲ ବମ ଫିଙ୍ଗିଥିବା ଜଣା ପଡିଛି।

ସୂଚନା ମୁତାବକ, ସଂସଦରେ ଗ୍ରୀସରେ ୨୦୨୩ ମସିହାରେ ହୋଇଥିବା ରେଳ ଦୁର୍ଘଟଣା ସମ୍ପର୍କରେ ଆଲୋଚନା ଚାଲୁ ରହିଥିଲା। ଏହି ଆଲୋଚନା ସମୟରେ ଶୁକ୍ରବାର ଗ୍ରୀସର ପ୍ରଧାନମନ୍ତ୍ରୀ କିରିୟାକୋଶ ମିସ୍ତୋତାକିଶ ନିଜ ଅଭିଭାଷଣ ଦବାର କିଛି ସମୟ ମଧ୍ୟରେ ହିଂସା ଆରମ୍ଭ ହୋଇଯାଇଥିଲା। ଶୁକ୍ରବାର ବିଳମ୍ୱିତ ରାତିରେ ଘୋଷଣା ହୋଇଥିବା ସୂଚନା ଅନୁଯାୟି ସରକାର ୧୫୭-୧୩୬ଭୋଟରେ ଜିତିଯାଇଥିଲେ। ଆଉ ଏହାପରେ ହିଂସା ଆରମ୍ଭ ହୋଇଯାଇଥିଲା। ସଂସଦ ବାହାରେ ଓ ଭିତରେ ଥିବା ଲୋକମାନେ ସଂସଦ ମଧ୍ୟକୁ କାଗଜ ପିଙ୍ଗିଥିଲେ। ତେବେ ଏହି ଦୁର୍ଘଟମା ଘଟିବା ପରେ ସଂସଦ ମଧ୍ୟରେ ଥିବା ଗ୍ୟଲେରିକୁ ଖାଲି କରିଦିଆଯାଇଥିଲା।

ଗ୍ରୀସର ଉତ୍ତରରେ ଥିବା ଥେସାଲେନିକ ସହରରେ ହିଂସା ଦେଖିବାକୁ ମିଳିଥିଲା। ଆପଣଙ୍କୁ ଜଣାଇରଖୁ ଯେ ୨୦୨୩ ମସିହାରେ ଗ୍ରୀସରେ ହୋଇଥିବା ଟେନ ଦୁର୍ଘଟଣା ପାଇଁ ସରକାରଙ୍କୁ ସଂସଦରେ ନିନ୍ଦା ପ୍ରସ୍ତାବର ସାମ୍ନା କରିବାକୁ ପଡିଥିଲା। ଏହି ରେଳ ଦୁର୍ଘଚଣାରେ ୫୭ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନେକ ଆହତ ହୋଇଥିଲେ। ଏହି ରେଳ ଦୁର୍ଘଟଣା ଗ୍ରୀସର ଟେମ୍ପେ ସହରରେ ୨୮ ଫେବୃଆରୀ ରେ ସଂଗଠିତ ହୋଇଥିଲା। ନିକଟରେ ଏହି ଦୁର୍ଘଟଣା ଦ୍ୱିତୀୟ ବାର୍ଷିକି ପାଳନ କରାଯାଇଥିଲା।
ଏହି ଦୁର୍ଘଟଣାରେ ଗ୍ରୀସ ସରକାରଙ୍କ ଉପରେ ବିଭିନ୍ନ ଆରୋପ ରହିଛି। ସଂସଦରେ ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା ସମୟରେ ବିରୋଧି ଦଳ ଏହି ଦୁର୍ଘଟଣାରେ ସରକାର ନିଜ ଅପରାଧକୁ ଲୁଚାଉଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ଶୁକ୍ରବାର ହୋଇଥିବା ଏହି ବିରୋଧ ପ୍ରଦର୍ଶନରେ ରେଳ ଦୁର୍ଘଟଣାରେ ମୃତାହତ ହୋଇଥିବା ଲୋକମାନଙ୍କର ପରିବାର ପରିଜନମାନେ ଭାଗ ନେଇଥିଲେ।