ନୂଆଦିଲ୍ଲୀ, ୨୬/୦୫ : କଥା ଦିଅ ମଥା ଛୁଇଁ। ଯେତେ ଆସୁ ଝଡ଼ଝଞ୍ଜା, ଆମକୁ ଅଲଗା କରିପାରିବେନି କେହି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏମିତି ଏକ ଇମୋସନାଲ୍ ଡ୍ରାମା ଲଭ୍ ଷ୍ଟୋରୀ। ଯେଉଁଠି ଘର ଲୋକଙ୍କ ଘାତ ପ୍ରତିଘାତ ସତ୍ତ୍ଵେ ପ୍ରେମିକା ଛାଡ଼ୁନି ପ୍ରେମିକ ହାତ। ମାଡ଼ ଗାଳି ସହିବା ପରେ ବି ଯୁବତୀ ଜଣଙ୍କ ଜିଦରେ ଅଟଳ। ଏହି ଭିଡିଓ ଦେଖିଲେ ଲାଗୁଛି ଯେମିତି, ସାରା ଦୁନିଆ ବିରୋଧୀ ହୋଇଗଲେ ବି ଏମାନଙ୍କୁ ଅଲଗା କରିପାରିବେନି କେହି। 

ଏହି ଭାଇରାଲ୍ ଭିଡିଓଟି କେଉଁଠାର ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ଭିଡିଓରେ ଜଣେ ଯୁବତୀ ଏବଂ ଜଣେ ଯୁବକଙ୍କୁ ତାଙ୍କ ପରିବାର ଲୋକ ମାରପିଟ୍ କରୁଛନ୍ତି। ଯୁବତୀଙ୍କ ଚୁଟି ଟାଣି ତାଙ୍କ ପ୍ରେମିକ ଠାରୁ ଅଲଗା କରିବାକୁ ଚେଷ୍ଟା କରାଯାଉଛି। ବିଧା, ଗୋଇଠା ଖାଇବା ସତ୍ତ୍ଵେ ଯୁବତୀ ଜଣଙ୍କ ସେମିତି ତାଙ୍କ ଜିଦରେ ଅଟଳ ଅଛନ୍ତି। ପ୍ରେମିକର ହାତକୁ ଜୋକ ଭଳି ଜାବୁଡ଼ି ଧରିଛନ୍ତି। ଲାଗୁଛି ଯେମିତି ଏହି ପ୍ରେମୀଯୁଗଳ ସାତ ଜନ୍ମ ପାଇଁ ଏକାଠି ରହିବାକୁ ଏଇ ଜନ୍ମରେ ରାଣ ଖାଇଛନ୍ତି। 

ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଜୋରରେ ଭାଇରାଲ୍ ହେବାକୁ ଲାଗୁଛି। ୟୁଜରମାନେ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି। କିଛି ୟୁଜର ପ୍ରଶଂସା କରି ଲେଖିଛନ୍ତି ଯେ, ବାଃ... ପ୍ରେମ ଏମିତି ନିଡ଼ର ହୋଇ ଉଚିତ୍ ନହେଲେ ନକରିବା ଉଚିତ୍। ଆଉ କିଛି ୟୁଜର ଏହି ପ୍ରେମୀଯୁଗଳଙ୍କ ଧୈର୍ଯ୍ୟକୁ ସାବାସୀ ଦେଇଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି ଯେ, କେଜାଣି ଏମିତି ପ୍ରେମିକା ମୋତେ କେବେ ମିଳିବ ? ଭିଡିଓଟିକୁ sukhveersingh6800 ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। 

ଏହି ଖବରଟିକୁ ପଢନ୍ତୁଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ଶିକାର କଲେ ସାଇବର ଲୁଟେରା; ATM-CIF ନମ୍ବର ପଚାରିଲେ, ଆକାଉଣ୍ଟରୁ ଉଡ଼ିଗଲା ୨୪ କୋଟି