ନୂଆଦିଲ୍ଲୀ, ୧୯/୦୧ : ନାଲି ଶାଢୀ, ନାଲି ଚୁଡ଼ି ସାଙ୍ଗକୁ ମୁକୁଳା କେଶ... ଜଳନ୍ତା ଜୁଇ ଆଗରେ ଅସ୍ଥି କଳସ ଧରି ଶ୍ମଶାନରେ ରିଲ୍ସ କଲେ ଯୁବତୀ। ତାପରେ ଘଟିଲା ଏମିତି... ଜାଣିଲେ ଉଡ଼ିଯିବ ହୋସ୍। ସୋସିଆଲ୍ ମିଡିଆରେ ଶସ୍ତା ଲୋକପ୍ରିୟତା ପାଇଁ ଏବେ ସୀମା ଲଙ୍ଘିଲେଣି କଣ୍ଟେଣ୍ଟ କ୍ରିଏଟର୍। ଜନ୍ମଦିନ, ବାହାଘର ସେଲିବ୍ରେସନରୁ ଏବେ ଶ୍ମଶାନ ଯାଏଁ ପହଞ୍ଚିଲାଣି ରିଲ୍ସ ନିଶା। ଏଭଳି ଏକ ରିଲ୍ସ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ୪ ଲକ୍ଷରୁ ଅଧିକ ଫଲୋୟରସ ଥିବା ଇନଷ୍ଟାଗ୍ରାମ ୟୁଜର ସୋନା ଶ୍ମଶାନରେ ଏହି ରିଲ୍ସ ସୁଟ୍ କରିଛନ୍ତି। ରିଲ୍ସ କରିବାର ଗୋଟିଏ ଦିନ ପରେ ଯୁବତୀଙ୍କ ସହ ଏମିତି ଘଟିଛି, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବହୁ ଲୋକ ଏହାକୁ ସମାଲୋଚନା କରୁଛନ୍ତି।
ସୋନା ଏକ ନାଲି ଶାଢୀ ପିନ୍ଧି, ଅସ୍ଥି କଳସ ଧରି ଶ୍ମଶାନରେ ରିଲ୍ସ କରିଥିଲା। ଜଳନ୍ତା ଜୁଇ ଆଗରେ ବବି ଦେଓଲ ଏବଂ ଟ୍ଵିଙ୍କଲ ଖନ୍ନାଙ୍କ ବରସାତ ଫିଲ୍ମର 'ତୁଝେ ଲଭ୍ ମେଁ କରତି ହୁଁ' ଲୋକପ୍ରିୟ ଗୀତରେ ରିଲ୍ସ କରିଥିଲେ। ସେ କଳସକୁ ଜୁଇ ନିକଟରେ ରଖିଥିଲେ। ରିଲ୍ସ କରିବାର ଗୋଟିଏ ଦିନ ପରେ ଆଉ ଏକ ସିନ୍ ଦେଖା ଯାଇଥିଲା। ଏହି ଭିଡିଓରେ ଜଣେ ତାନ୍ତ୍ରିକ ସୋନାଙ୍କୁ ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଥିଲା। ସୋନା କୌଣସି ନେଗେଟିଭ୍ ଏନର୍ଜିର ବଶବର୍ତ୍ତୀ ହୋଇଥିବା କୁହାଯାଇଥିଲା।
ଶ୍ମଶାନରେ ରିଲ୍ସ କଲେ ଏଭଳି ହେବ ବୋଲି ଭିଡିଓରୁ ସ୍ପଷ୍ଟ ବାର୍ତ୍ତା ମିଳୁଛି। ଯାହାକି ଅନ୍ଧବିଶ୍ଵାସକୁ ପ୍ରୋତ୍ସାହିତ କରୁଛି। ସୋନାଙ୍କ ଏଭଳି କଣ୍ଟେଣ୍ଟକୁ ବହୁ ଲୋକ ସମାଲୋଚନା କରିଛନ୍ତି। ଏଭଳି ଦୃଶ୍ୟ ଦେଖାଇ ଲୋକମାନଙ୍କ ଭାବନାକୁ କୁଠାରାଘାତ କରାଯାଉଥିବା କୁହାଯାଉଛି।
ବିଶେଷ ଦ୍ରଷ୍ଟବ୍ୟ- ଏହା ଏକ ଭାଇରାଲ୍ ଖବର। ଏହା ଦ୍ଵାରା ଅନ୍ଧବିଶ୍ଵାସକୁ ପ୍ରୋତ୍ସାହନ କରିବା ଆମର ଉଦ୍ଦେଶ୍ୟ ନୁହେଁ।