ନୂଆଦିଲ୍ଲୀ, ୨୬/୧୦ : ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଭାରତୀୟ ଟିମ୍ ଲାଗି ବହୁତ ନିରାଶଜନକ ରହିଛି। ପ୍ରଥମ ଟେଷ୍ଟ ମ୍ୟାଚ୍ ୮ଓ୍ବିକେଟ ଏବଂ ଏବେ ଟିମ୍ ଇଣ୍ଡିଆକୁ ଦ୍ବିତୀୟ ମ୍ୟାଚରେ ୧୧୩ରନରେ ପରାଜୟ ହେବାକୁ ପଡ଼ିଛି।   ତୃତୀୟ ଦିନ ଯେତେବେଳେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ ତ ସେ କିଛି ଭଲ ସଟ୍ସ ଲଗାଇ ଭାରତକୁ ବିଜୟ କରିବାକୁ ଆଶା ରଖିଥିଲେ । କିନ୍ତୁ ଯେତେବେଳେ ସେ ଆଉଟ ହୋଇ ଡ୍ରେସିଂ ରୁମ୍ ଫେରୁଥିଲେ ତ ତାଙ୍କର ରାଗ ଦେଖିବାକୁ ମିଳିଥିଲା । ସେ ରାଗରେ ଆସି ସେଠାରେ ଥିବା‌ ପାଣି ବୋତଲ ବକ୍ସକୁ ବ୍ୟାଟରେ ମାରୁଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ । ବିରାଟ କୋହଲୀ ଆଉଟ ହେବା ପରେ ଡ୍ରେସିଂ ରୁମ ଆଡ଼କୁ ଯାଉଥିଲେ । ସେତେବେଳେ ବିରାଟ ପାଣି ବୋତଲରେ ଭର୍ତ୍ତି ହୋଇଥିବା ବକ୍ସକୁ ଜୋରରେ ବ୍ୟାଟରେ ମାରିଥିଲେ । କିଛି ଫ୍ୟାନ୍ସ କହିଛନ୍ତି କି ‘ହାର୍ଡ଼ ଲକ’ । କୋହଲୀ ପୁଣେ ଟେଷ୍ଟର ପ୍ରଥମ ପାଳିରେ ପ୍ରାୟ ୧ରନ୍ କରିଥିଲେ । ସେହିଭଳି ଦ୍ବିତୀୟ ପାଳିରେ ସେ କେବଳ ୧୭ରନର ଯୋଗଦାନ କରିପାରିଥିଲେ । 

ତୃତୀୟ ଦିନ ନ୍ୟୁଜିଲାଣ୍ଡ ୧୯୫/୫ର ସ୍କୋରରେ ନିଜ ପାଳି ଆଗକୁ ବଢିଥିଲା । କିନ୍ତୁ ଭାରତୀୟ ବୋଲର ଆଗାମୀ ୫୭ରନ ଭିତରେ କିଓ୍ବି ଟିମକୁ ଅଲଆଉଟ୍ କରି ଦେଇଥିଲେ । ଏହିଭଳି ଭାବେ ଭାରତକୁ ଚତୁର୍ଥ ପାଳିରେ ୩୫୯ରନର ଲକ୍ଷ୍ୟ ମିଳିଥିଲା । ଚତୁର୍ଥ ପାଳିରେ ବିରାଟ କୋହଲି ସେତେବେଳେ ବ୍ୟାଟିଂ କରିବାକୁ ଆସିଥିଲେ ଯେତେବେଳେ ଭାରତ ୯୬ରନ ସ୍କୋରରେ ଦ୍ବିତୀୟ ଓ୍ବିକେଟ ହରାଇଥିଲା । ସେହିଭଳି ଟିମ୍ ଇଣ୍ଡିଆକୁ ଏକ ୬୦-୭୦ରନର ପାର୍ଟନରଶିପର ଆବଶ୍ୟକ ଥିଲା । କିନ୍ତୁ ବାରମ୍ବାର ଓ୍ବିକେଟ ଯିବା ପରେ ଟିମ୍ ବ୍ୟାକଫୁଟକୁ ଚାଲିଯାଇଥିଲା ।