ନୂଆଦିଲ୍ଲୀ, ୨୮/୧ : ଜଣାଶୁଣା ପ୍ଲେବ୍ୟାକ ସିଙ୍ଗର ଅରିଜତ ସିଂହଙ୍କ ଅବସର ଘୋଷଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ବିଶ୍ବବ୍ୟାପୀ ତାଙ୍କର ଅନେକ ପ୍ରଂଶସକ ରହିଛନ୍ତି । ଯେଉଁଥିରେ ରହିଛନ୍ତି ଟିମ ଇଣ୍ଡିଆର କ୍ରିକେଟର ବିରାଟ କୋହଲି । ଅରିଜିତଙ୍କ ଅବସର ଘୋଷଣା ପରେ ଏକ ପୋଷ୍ଟ କରିଛନ୍ତି ବିରାଟ କୋହଲି । ଯେଉଁଥିରେ ସେ ଅରିଜିତଙ୍କ ଫ୍ୟନେ ବୋଲି ଦର୍ଶାଇଛନ୍ତି। ତେବେ ବିରାଟ ୨୦୧୬ ଏବଂ ୨୦୧୭ ମସିହାରେ ପୋଷ୍ଟ କରିଥିବା ଦୁଇଟି ପୋଷ୍ଟ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଅରିଜତ ସିଂହଙ୍କ କଥା ଯଦି କହିବା ତାହେଲେ ସେ ‘ବ୍ୟାଟେଲ ଅଫ୍ ଗଲଓ୍ବାନ’ରେ ଶେଷଥର ପାଇଁ କଣ୍ଠଦାନ କରିଛନ୍ତି । ସଲମାନ ଖାନଙ୍କ ଅଭିନୀତ ଏହି ଫିଲ୍ମଟି ରିଲିଜ ଅପେକ୍ଷାରେ ରହିଛି । ଯେଉଁଥିରେ ସେ କଣ୍ଠଦାନ କରିଛନ୍ତି ।
I am probably one of the biggest fans of Arijit Singh. Mesmerised by his talent and soulful voice. I am short of words actually.
— Virat Kohli (@imVkohli) January 24, 2016
Pure fanboy moment for me. What an amazing person he is. No one has captivated me with their voice like this man. God bless you Arijit. 🙏😊 pic.twitter.com/aQMeGjQP8y
— Virat Kohli (@imVkohli) October 17, 2017