ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କୋହଲୀଙ୍କ ନୂଆ ରେକର୍ଡ଼, ଏଭଳି କରିବାରେ ହେଲେ ଆଇପିଏଲର ପ୍ରଥମ ଖେଳାଳୀ

Published By : Gurupada Nath | April 10, 2025 8:57 PM

ମୁମ୍ବାଇ, ୧୦/୪ :  ବିରାଟ କେହାଲୀ ତାଙ୍କୁ କିଏ ବା ନ ଜାଣେ । ତାଙ୍କର ଫ୍ୟାନ୍ସମାନେ ତାଙ୍କୁ ବହୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି ତାଙ୍କର ଟିକେ ଝଲକ ପାଇବା ପାଇଁ। ଯେମିତି ଖେଳ ସେମିତି ଷ୍ଟାଇଲ୍ । ରେକର୍ଡ଼ କରିବାରେ ମାହିର । ଏବେ ପୁଣି ତାଙ୍କ ନାଁରେ ଆଉ ଏକ ରେକର୍ଡ଼ ହୋଇଛି । ଆଇପିଏଲ୍ ଇତିହାସରେ ସେ ଏହି ନୂଆ ରେକର୍ଡ଼ ଯୋଡ଼ିଛନ୍ତି ।

ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁରୁବାର ୨୨ରନ୍‌ର ପାଳି ଖେଳିଛନ୍ତି । କୋହଲୀ ଏହି ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଲାଗି ବ୍ୟାଟିଂ କରି ଦୁଇଟି ଛକ୍କା ଏବଂ ଗୋଟିଏ ଚୌକା ଲଗାଇଛନ୍ତି । ବିରାଟ ଏହା ଫଳରେ ଆଇପିଏଲରେ ୧୦୦୦ବାଉଣ୍ଡ୍ରୀର ସଂଖ୍ୟା ଛୁଇଁ ନେଇଛନ୍ତି । ସେ ଏଭଳି କରିବାରେ ଆଇପିଏଲ୍ ଇତିହାସରେ ପ୍ରଥମ ଖେଳାଳୀ ହୋଇଛନ୍ତି ।

ବିରାଟ କୋହଲୀ ଆଇପିଏଲରେ କେବଳ ଆରସିବି ଲାଗି ହିଁ ମ୍ୟାଚ୍ ଖେଳିଛନ୍ତି । ସେ ୨୦୦୮ରୁ ଏବେ ପର୍ଯ୍ୟନ୍ତ ୨୪୮ମ୍ୟାଚ୍ ଖେଳିସାରିଛନ୍ତି । ଏହି ସମୟରେ ୭୨୧ଚୌକା ଏବଂ ୨୭୯ଛକ୍କା ଲଗାଇଛନ୍ତି । ବିରାଟ ଏହିଭଳି ଭାବେ ୧ହଜାର ବାଉଣ୍ଡ୍ରୀ ପୂରା କରିନେଇଛନ୍ତି । ସେ ଏଭଳି କରିବାରେ ଇତିହାସର ପ୍ରଥମ ଖେଳାଳୀ ହୋଇଛନ୍ତି । ଏହି ଲିଷ୍ଟରେ ଦ୍ବିତୀୟ ନମ୍ବର‌ରେ ଶିଖର ଧଓ୍ବନ ଅଛନ୍ତି । ଧଓ୍ବନ ଆଇପିଏଲରେ ୯୨୦ବାଉଣ୍ଡ୍ରୀ ଲଗାଇଛନ୍ତି।  

ଯଦି ଆମେ ଆଇପିଏଲରେ ସବୁଠାରୁ ଅଧିକ ବାଉଣ୍ଡ୍ରୀର କଥା କହିବା ତେବେ ଟପ୍ ଖେଳାଳୀଙ୍କ ଲିଷ୍ଟରେ ୩ଭାରତୀୟ ଖେଳାଳୀ ଅଛନ୍ତି । କୋହଲୀ ଏବଂ ଧଓ୍ବନଙ୍କ ସହ ଏହି ଲିଷ୍ଟରେ ରୋହିତ ଶର୍ମା ବି ସାମିଲ ଅଛନ୍ତି । ରୋହିତ ଖବର ଲେଖାହେବା ପର୍ଯ୍ୟନ୍ତ ଆଇପିଏଲରେ ୨୫୬ରନର ମ୍ୟାଚ୍ ଖେଳିଛନ୍ତି । ସେ ଏହି ସମୟରେ ୨୮୨ଛକ୍କା ଏବଂ ୬୦୩ଚୌକା ଲଗାଇଛନ୍ତି । ରୋହିତ ପ୍ରାୟ ୮୮୫ବାଉଣ୍ଡ୍ରୀ ଲଗାଇଛନ୍ତି । ସେ ଓଭେରାଲ ଲିଷ୍ଟରେ ଚତୁର୍ଥ ନମ୍ବରରେ ଅଛନ୍ତି। ତୃତୀୟ ନମ୍ବରରେ ଡେଭିଡ ଓ୍ବାର୍ଣ୍ଣର ଅଛନ୍ତି । ଓ୍ବାର୍ଣ୍ଣର ୮୯୯ବାଉଣ୍ଡ୍ରୀ ଲଗାଇଛନ୍ତି । କ୍ରିସ ଗେଲ ୫ନମ୍ବରରେ ଅଛନ୍ତି। ଗେଲ୍ ୭୬୧ବାଉଣ୍ଡ୍ରୀ ଲଗାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.