ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସମାନେ ଚାହିଁ ବସିଥାନ୍ତି । ବିରାଟଙ୍କ ସହ ଫଟୋ ଉଠାଇବା ଏବଂ କଥା ହେବାକୁ ଅନେକ ଇଛା ରହିଥାଏ । ମାତ୍ର ଏହାର ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ । ଯୁବ କ୍ରିକେଟରମାନେ ତାଙ୍କୁ ଅନୁସରଣ କରନ୍ତି । ଆଉ ବିରାଟଙ୍କ ପରାମର୍ଶ ପାଇଁ ମଧ୍ୟ ଚାହିଁଥାନ୍ତି । ଯାହାକୁ ନେଇ ଏବେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରକାଶ କରିଛନ୍ତି ।
ନିକଟରେ ଏକ ଇଣ୍ଟରଭିୟ୍ୟୁ ସମୟରେ ବୈଭବ କହିଛନ୍ତି କି, ବିରାଟ ତାଙ୍କ କାନ୍ଧରେ ହାତ ପକାଇ କଥା ହୋଇଥିଲେ । ଯାହାଦ୍ବାରା ମୋର ଏକ ବଡ଼ ସ୍ବପ୍ନ ପୂରଣ ହୋଇଛି । ଏହାସହ ବୈଭବ କହିଛନ୍ତି ମୁଁ ପୂର୍ବରୁ ଆରସିବିର ଜଣେ ବଡ଼ ଫ୍ୟାନ ଥିଲି । ମୁଁ ବିରାଟ ଭାଇଙ୍କ ଜଣେ ବଡ଼ ପ୍ରଶଂସକ । ବିରାଟ ଯେତେବେଳେ ମୋ କାନ୍ଧରେ ହାତ ପକାଇ କହିଥିଲେ ମୋତେ ବିଶ୍ବାସ ହୋଇନଥିଲା । ତାହା ମୋତେ ସ୍ବପ୍ନ ଭଳି ଲାଗୁଥିଲା । ବିଶ୍ବାସ ହେଉନଥିଲା ବିରାଟ ଅଛନ୍ତି ବୋଲି । ଏହାସହ ସେ ଜଣେ ବଡ଼ଭାଇଙ୍କ ଭଳି ମୋତେ ବୁଝାଇଥିଲେ । ମୁଁ କଣ ଭଲ କରୁଛି, କଣ କରିବା ଉଚିତ୍ ଏମିତି ଅନେକ ଉପଦେଶ ମଧ୍ୟ ଦେଇଛନ୍ତି ।
କହି ରଖୁଛୁ କି, ବୈଭବ ସୂର୍ଯବଂଶୀ ଚଳିତ ଆଇପିଏଲରେ ଦମଦାର ବ୍ୟାଟିଂ କରିବା ପରେ ବଡ଼ ବଡ଼ କ୍ରିକେଟର ମଧ୍ୟ ତାଙ୍କୁ ପ୍ରଶଂସା କରୁଛନ୍ତି । ସେ ୭୭୬ ରନ କରି ଅରେଞ୍ଜ କ୍ୟାପର ଅଧିକାରୀ ହୋଇଥିଲେ । କେବଳ ଏତିକି ନୁହେଁ ଚଳିତ ସିଜିନ ତାଙ୍କ ପାଇଁ ଅଭୁଲ ରହିବ । ଅନେକ ପୁରୁଷ୍କାର ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେପଟେ ବୈଭବଙ୍କ ଦମଦାର ପ୍ରଦର୍ଶନ ପରେ ତାଙ୍କୁ ଟିମ ଇଣ୍ଡିଆରେ ଖେଳିବାର ସୁଯୋଗ ମିଳିଛି । ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ତାଙ୍କୁ ଦଳରେ ସୁଯୋଗ ମିଳିଛି ।