ମୁମ୍ବାଇ, ୮/୩ : ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ରବିବାର ଦୁବାଇରେ ଖେଳାଯିବ । ତା’ପୂର୍ବରୁ ଟିମ୍ ଇଣ୍ଡିଆରୁ ଏକ ଖରାପ ଖବର ସାମ୍ନାକୁ ଆସିଛି । ପାକିସ୍ତାନ ଓ୍ବେବସାଇଟ୍ ଜିୟୋ ନ୍ୟୁଜ୍ ଅନୁସାରେ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲୀ ଆହତ ହୋଇଛନ୍ତି । ଅଭ୍ୟାସ ସେଶନ ସମୟରେ ଗୋଟିଏ ବଲ୍ ତାଙ୍କ ଆଣ୍ଠୁରେ ବାଜିଛି । ଯାହା ପରେ ସେ ବହୁ କଷ୍ଟରେ ଥିବା ନଜର ଆସିଛନ୍ତି । ସୂଚନା ଅନୁସାରେ କିଙ୍ଗ୍ କୋହଲୀଙ୍କ କଷ୍ଟର ଅନୁଭବ ଏହି କଥାରୁ ଲଗାଯାଇପାରେ କି ଆହତ ହେବା ପରେ ସେ ପ୍ରାକ୍ଟିସ ସେଶନ ଛାଡ଼ି ମୈଦାନରୁ ବାହାରକୁ ଚାଲିଯାଇଥିଲେ ।
କୋହଲୀଙ୍କ ଆହତ ହେବା ଖବର ଶୁଣି ତାଙ୍କର ଫ୍ୟାନ୍ସ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ସେ ଜାଣିବାକୁ ଚାହୁଁଛନ୍ତି କି କ’ଣ କୋହଲୀ ଆଗାମୀ ମ୍ୟାଚରେ ବ୍ଲୁ ଟିମ୍ ତରଫରୁ ଖେଳିବେ କି ନାହିଁ । ଟିମ୍ ମ୍ୟାନେଜମେଣ୍ଟ କିଙ୍ଗ୍ କୋହଲୀଙ୍କ ଆହତ ହେବା ଖବର କହିବା ସହ ଚିନ୍ତା କରିବାର କୌଣସି କଥା ନାହିଁ । ଫାଇନାଲ୍ ମ୍ୟାଚରେ ସେ ଖେଳିବେ ବୋଲି କହିଛନ୍ତି ।