ନୂଆଦିଲ୍ଲୀ; ୫/୧ : ଜାରି ରହିଛି ବିଜୟ ହଜାରେ ଟ୍ରଫି । ଘରୋଇ କ୍ରିକେଟରେ କମାଲ କରୁଛନ୍ତି ଷ୍ଟାର ଖେଳାଳି । ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ୨ଟି ମ୍ୟାଚ୍ ଖେଳିଥିବାବେଳେ ୨ ଶହରୁ ଅଧିକ ସ୍କୋର କରିଛନ୍ତି । ବିସିସିଆଇ ନିୟମ ଅନୁସାରେ ୨ଟି ମ୍ୟାଚ୍ ଖେଳିସାରିଥିବା ବିରାଟ ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ନିଜର ତୃତୀୟ ମ୍ୟାଚ ଚଳିତ ସିଜିନରେ ଖେଳିବେ ବୋଲି ପୂର୍ବରୁ ଦିଲ୍ଲୀ କ୍ରିକେଟ୍ ପକ୍ଷରୁ କୁହାଯାଉଥିଲା । ମାତ୍ର ଏବେ ଖବର ମିଳୁଛି କି ବିରାଟ୍ ଆଉ ମ୍ୟାଚ୍ ଖେଳିବେ ନାହିଁ । ୬ ତାରିଖରେ ଖେଳାଯିବାକୁ ଥିବ ରେଲଓ୍ବେ ବିପକ୍ଷ ମ୍ୟାଚରେ ବିରାଟ୍ ନଜର ଆସିବେ ବୋଲି ପୂର୍ବରୁ ଚର୍ଚ୍ଚା ହୋଇଥିଲା । ଘରୋଇ କ୍ରିକେଟରେ ୧୫ ବର୍ଷ ପରେ ପୁଣି ବିରାଟ ନଜର ଆସିଛନ୍ତି । ଫ୍ୟାନ୍ସମାନେ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ମଇଦାନରେ ପହଞ୍ଚୁଛନ୍ତି । ମାତ୍ର ବିରାଟ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଆଉ ମ୍ୟାଚ ଖେଳିବେ ନାହିଁ ବୋଲି ସଦ୍ୟସୂଚନାରେ ପ୍ରକାଶ କରାଯାଇଛି ।
ବିଜୟ ହଜାରେ ଟ୍ରଫି ପୂର୍ବରୁ ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିଥିଲେ । ଦମଦାର ଫର୍ମରେ ନଜର ଆସିଥିବାବେଳେ ଶତକୀୟ ପାଳି ଖେଳି ଥିଲେ । ଫ୍ୟାନ୍ସମାନେ ବିରାଟଙ୍କ ବ୍ୟାଟରୁ ବଡ଼ ବଡ଼ ସଟ୍ ଦେଖିବାକୁ ପାଇଥିଲେ । ଏହାପରେ ଘରୋଇ କ୍ରିକେଟ ବିଜୟ ହଜାରେ ଟ୍ରଫିରେ ଆନ୍ଧ୍ର ବିପକ୍ଷରେ ଶତକୀୟ ପାଳି ଖେଳିଥିଲେ । ଦ୍ବିତୀୟ ମ୍ୟାଚରେ ଗୁଜୁରାଟ ବିପକ୍ଷରେ ୭୭ ରନର ପାଳି ଖେଳିବାରେ ସକ୍ଷମ ହୋଇଥିଲେ ବିରାଟ । ଆଶା କରାଯାଉଥିଲା କି ବିରାଯ ଆଉ ଗୋଟିଏ ମ୍ୟାଚ ଖେଳିବେ ମାତ୍ର ଏବେ ସିଧା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ନଜର ଆସିବେ କିଙ୍ଗ୍ କୋହଲି ।