ନୂଆଦିଲ୍ଲୀ : ସୋମବାର, ଶ୍ରୀଲଙ୍କା-ଏ ଓ ଭାରତ- ଏ ମଧ୍ୟରେ ଖେଳାଯାଇ ଥିଲା ତ୍ରି-ରାଷ୍ଟ୍ରୀୟ ସିରିଜ୍। ଏହି ମ୍ୟାଚ୍ ସମୟରେ, ବୈଭବ ସୂର୍ଯ୍ୟବଂଶୀଙ୍କ ଶ୍ରୀଲଙ୍କା ଖେଳାଳି ବିଶେନ ହଲମ୍ୱେଜଙ୍କ ସହ ହୋଇ ଥିଲା ଝଗଡ଼ା। ଯାହାର ଫଟୋ ସାମ୍ନାକୁ ଆସି ଥିଲା। ଏହା ପୂର୍ବରୁ, ପଡ଼ିଆରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣା ପରେ ଏବେ ମ୍ୟାଚ୍ ରେଫରୀ ଶ୍ରୀଲଙ୍କାର ଏହି ଖେଳାଳିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ଜରିମାନା କରିଛନ୍ତି।
କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ପଡ଼ିଆରେ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଝଗଡ଼ା ପରେ ମ୍ୟାଚ୍ ରେଫରି ପ୍ରଦୀପ ଜୟପ୍ରଗାଶଙ୍କ ଦ୍ୱାରା ବିଶେନ ହଲମ୍ୱେଜଙ୍କୁ ଜରିମାନା ଲଗାଯାଇଛ। ହେଲେ ସୂର୍ଯ୍ୟବଂଶୀଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ରିପୋର୍ଟ ମୁତାବିକ, ଜୁନ୍ ୧୫ ତାରିଖରେ ଖେଳାଯାଇ ଥିବା ମ୍ୟାଚରେ ସୁପର ଓଭରରେ ଭାରତର ପରାଜୟ ପରେ, ଜଣେ ଶ୍ରୀଲଙ୍କା ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତି କିଛି ଉତ୍ତେଜନାପୂର୍ଣ୍ଣ ଶବ୍ଦ କହିଥିଲେ, ଯାହା ୧୫ ବର୍ଷୀୟ ୱଣ୍ଡର ବୟଙ୍କୁ କ୍ରୋଧିତ କରିଥିଲା। ସେ ସେହି ଖେଳାଳିଙ୍କୁ ଠେଲି ଦେଇ ଥିଲେ। ଏହାପରେ ଦୁହିଁଙ୍କର ଯୁକ୍ତିତର୍କ ମଧ୍ୟରେ ଅନ୍ୟ ଖେଳାଳିମାନେ ହସ୍ତକ୍ଷେପ କରିଥିଲେ। ଯାହା ଫଳରେ ଉତ୍ତେଜିତ ମାହୋଲ ସୃଷ୍ଟି ହୋଇଥିଲା। ଶ୍ରୀଲଙ୍କା ଖେଳାଳି ବିଶେନ ମ୍ୟାଚ୍ ସରିବା ପରେ ବୈଭବଙ୍କୁ ଘରକୁ ଯିବା କଥା କହି ଥିଲେ ଏବଂ ତାଙ୍କର ମାନସିକ ଶାନ୍ତିକୁ ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ ।
ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା କ୍ରିକେଟର କିଛି ବରିଷ୍ଠ ଖେଳାଳିମାନେ ଭେଳ ଭାବନାକୁ ଧ୍ୟାନରେ ରଖି ବୈଭବ ସୂର୍ଯ୍ୟବଂଶୀଙ୍କ ସହିତ ଯୋଗାଯୋଗ କରି ଥିଲେ ଏବଂ ପଡ଼ିଆରେ ଘଟି ଥିବା ଘଟଣା ପାଇଁ ଦୁଃଖ ପ୍ରକାଶ କରି ଥିଲେ।
ଖବର ଅନୁସାରେ , ଶ୍ରୀଲଙ୍କା ଖେଳାଳି ବିଶେନ ହଲମ୍ୱେଜ ପ୍ରଥମ ମ୍ୟାଚରୁ ହିଁ ବୈଭବ ସୂର୍ଯ୍ୟବଂଶୀ ବିରୋଧରେ ଲଗାତାର ସ୍କେଜିଂ କରୁଥିଲେ। ତାଙ୍କର ଧ୍ୟାନ ହଟାଇବାକୁ ଚେଷ୍ଟା କରୁ ଥିଲେ । ଏହା ମଧ୍ୟ କୁହାଯାଉଛି ଯେ, ମୈଦାନରେ ଯାହା କିଛି ହେଲା , ଏଥିରେ ଶ୍ରୀଲଙ୍କା- ଏ ଟିମର ଅନେକ ଖେଳାଳି ମଧ୍ୟ ଖୁସି ନଥିଲେ।
ରିପୋର୍ଟରେ ଦାବି କରାଯାଇଛି ଯେ, ମ୍ୟାଚ୍ ପରେ, ଶ୍ରୀଲଙ୍କା -ଏ'ର ଡ୍ରେସିଂ ରୁମରେ ଏହି କଥା ଉପରେ ଆଲୋଚନା ହୋଇଥିଲା ଯେ, ଭାରତୀୟ ଟିମକୁ ଆନୁଷ୍ଠାନିକ ଭାବେ କ୍ଷମା ମାଗିବା ଉଚିତ୍ ନା ନାହିଁ। ହେଲେ ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା କ୍ରିକେଟ୍ କିମ୍ବା ଟିମ୍ ପରିଚାଳନା ପକ୍ଷରୁ କୌଣସି ଆନୁଷ୍ଠାନିକ କ୍ଷମା ପ୍ରାର୍ଥନାର ନିଶ୍ଚିତ କରାଯାଇ ନାହିଁ।
ଅନ୍ୟପଟେ , ଯଦିଓ ବୈଭବ ସୂର୍ଯ୍ୟବଂଶୀ ପ୍ରତିକ୍ରିୟାରେ ଏପରି କରିଥାଇ ପାରନ୍ତି, କିନ୍ତୁ କିଛି ଲୋକ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ହେଲେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଏହି ଘଟଣାକ୍ରମ ପାଇଁ କୌଣସି ନିଆଯାଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।
ଆହୁରି ମଧ୍ୟ ପଢନ୍ତୁ : ଶ୍ରୀଲଙ୍କା ଟିମ୍ ସହ ବୈଭବଙ୍କ ଝଗଡ଼ାର ଅସଲ କାରଣ ଜାଣନ୍ତି ? ପଢନ୍ତୁ