ମୁମ୍ୱାଇ : ବର୍ତ୍ତମାନ ସମୟରେ ମଲୟାଲମ ଫିଲ୍ମ ବହୁତ ଜୋରରେ ଆଗକୁ ବଢିବାରେ ଲାଗିଛି। ଏହି ଇଣ୍ଡଷ୍ଟ୍ରୀ ଗତ କିଛି ବର୍ଷରେ ଆକର୍ଷଣୀୟ ସସପେନ୍ସ , ଥ୍ରୀଲର ପୂର୍ଣ୍ଣ କାହାଣୀ ସବୁ କରିଛି। ଏହାର ଜବରଦସ୍ତ ସଫଳତା ଦେଖି କରଣ ଜୋହର ମଧ୍ୟ ମଲୟାଲମ ଫିଲ୍ମର ସଦସ୍ୟ ହୋଇଛନ୍ତି। ଏହି ଫିଲ୍ମମେକର ନିଜର ଆଗାମୀ ଫିଲ୍ମ 'ଓଡିୟନ'ର ଘୋଷଣା କରିଛନ୍ତି। ଏହି ଫିଲ୍ମକୁ କରଣ ଜୋହର ଅଭିନେତା ପୃଥ୍ୱୀରାଜଙ୍କ ସହ ତିଆରି କରୁଛନ୍ତି। ଏହା ଏକ ହରର ଫିଲ୍ମ ହେବାକୁ ଯାଉଛି, ଯାହାକୁ ରାହୁଲ ସଦାସିଭନ ନିର୍ଦ୍ଦେଶନା ଦେବେ। ସେ ନିଜର ଚମତ୍କାର କାମ ପାଇଁ ଇଣ୍ଡଷ୍ଟ୍ରୀରେ ଖୁବ୍‌ ଜଣାଶୁଣା।

କରଣ ଜୋହର ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି , ଆମ ଧର୍ମା ମୁଭିଜ ମଲୟାଲମ ଫିଲ୍ମ ଦୁନିଆରେ ନିଜର ପ୍ରଥମ ପାଦ ରଖିବାକୁ ଯାଉଛୁ ଏବଂ ମୋତେ ଏହା କହିବାରେ ଗର୍ବ ଅନୁଭବ ହେଉଛି ଯେ, ଆମ ସହ ଏଥିପାଇଁ ସବୁଠୁ ଭଲ ପାର୍ଟନର ଅଛନ୍ତି। ପୃଥ୍ୱୀରାଜ , ଆମେ ଏକାଠି ମିଶି ଅନେକ ପ୍ରୋଜେକ୍ଟରେ କାମ କରିଛୁ ଏବଂ ଆଶା ଯେ, ଆଗକୁ ମଧ୍ୟ ଏମିତି ଅନେକ ପ୍ରୋଜେକ୍ଟ ଉପରେ ଏକାଠି କାମ କରିବୁ। ଆମେ ନିଜର ଆଗାମୀ ଫିଲ୍ମ ଓଡିୟନର ଘୋଷଣା କରି ବହୁତ ଗର୍ବ ହେଉଛି, ଯାହାକୁ ଖୁବ୍ ଟାଲେଣ୍ଟେଡ୍ ରାହୁଲ ସଦାଶିଭନ ନିର୍ଦ୍ଦେଶନା ଦେଉଛନ୍ତି।

କରଣ ଆଗକୁ ଡାଇରେକ୍ଟରଙ୍କ ବିଷୟରେ ଲେଖିଛନ୍ତି ଯେ, ଲୋକକଥା ଉପରେ ଆଧାରିତ ଭୟାତୁର କାହାଣୀ ଶୁଣାଇବାରେ ତାଙ୍କର ଟାଲେଣ୍ଟ ଆଜିର ସିନେମା ସମୟରେ ଏକ ସୁନ୍ଦର କଥା। ଓଡିୟନ ଏକ ପ୍ୟାନ ଇଣ୍ଡିଆ ହରର ଫିଲ୍ମ ହେବାକୁ ଯାଉଛି, ଯାହା ମଲୟାଲମ ବ୍ୟତୀତ ହିନ୍ଦୀ , ତାମିଲ ଓ କନ୍ନଡା ଭାଷାରେ ରିଲିଜି ହେବ।

କହି ରଖୁଛୁ କି, କରଣ ଜୋହରଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ପୂର୍ବର ଫିଲ୍ମ ‘ଚାନ୍ଦ ମେରା ଦିଲ‘ , ତୁ ମେରି ମୈଁ ତେରା ମୈଁ ତେରା ତୁ ମେରି , ଜିଗର , ବ୍ୟାଣ୍ଡ ନ୍ୟୁଜ୍ ଫ୍ଲପ ହୋଇଛି। ଅନେକ ଫିଲ୍ମ ହାରାହାରି ଆୟ କରିପାରିଛି। କରଣ ଏକ ବଡ଼ ହିଟ୍ ଫିଲ୍ମରେ ତଲାସରେ ଅଛନ୍ତି। ଏହି କ୍ରମରେ କରଣ ମଲୟାଲମ ଫିଲ୍ମ ଆଡ଼କୁ ନିଜର କଦମ ବଢାଇଛନ୍ତି। ଆଶା କରାଯାଉଛି ଯେ, କରଣଙ୍କର ଏହା ପ୍ରଥମ ମଲୟାଲମ ଫିଲ୍ମ ବକ୍ସ ଅଫିସରେ କମାଲ କରିବ।

କରଣ ଜୋହରଙ୍କ ପ୍ରଡକ୍ସନର ଆହୁରି ଅନେର ଫିଲ୍ମ ଆସିବାକୁ ଯାଉଛି। ଆଗାମୀ ଦିନରେ ଆୟୁଷ୍ମାନ ଖୁରାନା , ସାରା ଅଲୀ ଖାନଙ୍କ ଫିଲ୍ମ ‘ଉଡତା ତୀର’, କାର୍ତ୍ତିକ ଆର୍ୟନଙ୍କ ‘ନାଗଜିଲା ’ ଓ ‘ଲଗ ଜା ଗଲେ’ ଆସୁଛି। ଏବେ ଏହି ତାଲିକାରେ ଓଡିୟନ ମଧ୍ୟ ସାମିଲ ହୋଇଛି। ଫିଲ୍ମ ସହ ଜଡ଼ିତ ଅଧିକ ସୂଚନା ସାମନାକୁ ଆସି ନାହିଁ। କିନ୍ତୁ ଅଡିୟାନ୍ସ ମଲୟାଲମ ସିନେମାର ଏହି ଫିଲ୍ମର ଅପେକ୍ଷା କରୁଛନ୍ତି।

ଆହୁରି ମଧ୍ୟ ପଢନ୍ତୁ : Mohammed Aziz : ଗୀତରେ ସମସ୍ତଙ୍କ ହୃଦୟ ଛୁଇଁ ଥିଲେ ମହମ୍ମଦ ଅଜିଜ, ହେଲେ ମିଳିଲାନି ସେତିକି ସମ୍ମାନ ; ଏମିତି ହୋଇଥିଲା ଅନ୍ତିମ ବିଦାୟ