ମୁମ୍ୱାଇ : ବଲିଉଡ୍ ଅଭିନେତା ବିବେକ ଓବେରୟ ଏହି ସମୟରେ ନିଜର ଆଗାମୀ ଫିଲ୍ମ ମସ୍ତି-୪କୁ ନେଇ ଖବରର ଶିରୋନାମାରେ। ଏହା ପୂର୍ବରୁ ରିଲିଜ ହୋଇଥିବା ପାର୍ଟ୍ସରେ ଅଭିନେତା ନଜର ଆସିଥିଲେ। ବିବେକଙ୍କ ଭୂମିକାକୁ ଏଥିରେ ଖୁବ୍ ପସନ୍ଦ କରାଯାଇଛି। କିନ୍ତୁ ଫିଲ୍ମରେ ମିଳିଥିବା ଅସଫଳତା ପରେ ବିବେକଙ୍କୁ ଆକ୍ଟିଂ କରିବାର ଖୁବ୍ କମ୍ ଦେଖିବାକୁ ମିଳିଥିଲା। ଏବେ ତାଙ୍କର ପ୍ରଶଂସକ ମସ୍ତି-୪କୁ ଅପେକ୍ଷା କରିଛନ୍ତି। ଏହି ମଧ୍ୟରେ ବିବେକ ଏକ ସାକ୍ଷାତ୍କାରରେ ମୃତ୍ୟୁକୁ ମାତ୍ ଦେଇଥିବା ଏକ ଆକ୍ସିଡେଣ୍ଟ ବିଷୟରେ କହିଥିଲେ। ଅଭିନେତା କହିଥିଲେ , ତାଙ୍କର ଆକ୍ସିଡେଣ୍ଟ ଏତେ ଭୟାନକ ଥିଲା ଯେ, ଯେମିତି ସେ ମୃତ୍ୟୁ ସହ ଲଢି ପୁଣି ଫେରି ଥିଲେ।

ଏହାସହ ମଧ୍ୟ ପଢନ୍ତୁ : ଆଇସିୟୁରେ ଧର୍ମେନ୍ଦ୍ରଙ୍କ ଭିଡ଼ିଓ କରିବା ନେଇ କାର୍ଯ୍ୟାନୁଷ୍ଠାନ, ହସ୍ପିଟାଲ କର୍ମଚାରୀ ହେଲେ ଗିରଫ

ମୃତ୍ୟୁର ସମ୍ମୁଖୀନ ହୋଇଥିଲେ ବିବେକ –

ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ବିବେକ ଓବରୟ କହିଥିଲେ , ମୁଁ ରାଜସ୍ଥାନରେ ଫିଲ୍ମ ‘ରୋଡ୍’ର ସୁଟିଂ କରୁଥିଲି। ଆମେ ବିକାନେରରୁ ଜୈସଲମେର ଯାଉଥିଲୁ। ରାସ୍ତା ଖୁବ୍ ଭଲ ଥିଲା ଏବଂ ଡ୍ରାଇଭ୍ ମଧ୍ୟ ବହୁତ ଭଲଭାବେ ଚାଲିଥିଲା , କିନ୍ତୁ ସେଦିନ ଥିଲା ରାତି ସମୟ। ମୁଁ ଡ୍ରାଇଭରଙ୍କୁ ୧୫-୨୦ଥର କହିଥିଲି ଯେ ଧିରେ ଚଲାଅ, ରାତିରେ ଭିଜିବିଲିଟି କମ୍ ହୋଇଥାଏ , ଧୀରେ ଚଲାଅ। ମୁଁ ସମ୍ମୁଖ ସିଟ୍‌ରେ ବସି ଥିଲି। ବିବେକ କହିଥିଲେ ଯେ, ସେ ବାରମ୍ୱାର ବୁଝାଇବା ସତ୍ତ୍ୱେ ଡ୍ରାଇଭର ତାଙ୍କ କଥା ମାନି ନଥିଲେ।

ସିଟ୍ ସେପଟେ ବାହାରି ଥିଲା ଲୁହା ରଡ୍ -

ବିବେକ ଆହୁରି କହିଥିଲେ – ମୁଁ ଏବେ ଏବେ ସିଟ୍ ରିକ୍ଲାଇନ୍ ହିଁ କରିଥିଲି , ସେତେବେଳେ ଏକ ଜୋରଦାର ଧକ୍କା ହେଲା । ଏକ ଜୋରରେ ଶବ୍ଦ ଶୁଣାଗଲା । ସାମ୍ନାରେ ହଠାତ୍ ଏକ ଓଟ ଗାଡ଼ି ଆସି ଯାଇଥିଲା ,ଯେଉଁଥିରେ ଲୁହାର ଲମ୍ୱା ଲମ୍ୱା ଲୁହା ରଡ଼ ଥିଲା । ଧକ୍କା ହେବା ପରେ ସେହି ଲୁହା ରଡ଼ି କାରର ୱିଣ୍ଡସିଲ୍ଡ ଭାଙ୍ଗି ଭିତରେ ପଶି ଯାଇଥିଲା। ଯଦି ମୋ ସିଟ୍ ସିଧା ଥାନ୍ତା ତ ସେହି ଲୁହା ରଡ଼ ମୋ ଶରୀରରେ ପଶି ଯାଇଥାନ୍ତା। ସେହି ଧକ୍କା ହେବା ପରେ ସେ କାରର ବାହାରକୁ ଆଉ ବାହାରି ପାରି ନଥିଲେ। କାରଣ ସେହି ଲୁହା ରଡ଼ ତାଙ୍କ ସିଟ୍‌ ଉପରେ ଅଟକି ରହି ଥିଲା। ମୁଁ ବଞ୍ଚି ତ ଗଲି , ମୋତେ ଆଘାତ ବି ଲାଗି ନଥିଲା ...ହେଲେ ମୁଁ ମରଣ ପାଖରେ ପହଞ୍ଚି ଯାଇଥିଲି।

ବିବେକ ଆହୁରି କହିଥିଲେ କି, ସେହି ଦୁର୍ଘଟଣା ପରେ ସେ ନିଷ୍ପତ୍ତି ନେଇଥିଲେ ଯେ, ସେ କେବେ ରାତିରେ ଟ୍ରାଭେଲ କରିବେ ନାହିଁ ଏବଂ ସେବେ ଠାରୁ ଆଜି ଯାଏ , ସେ କେବେ ବି କାରର ଫ୍ରଣ୍ଟ ସିଟ୍‌ରେ ବସିବେ ନାହିଁ। ଏହି ଦୁର୍ଘଟଣା ଅଭିନେତାଙ୍କ ଜୀବନ ବଦଳାଇ ଦେଇ ଥିଲା।