ପାଟାନା,୨୪/୦୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ରହିଛି ରାଜନୀତି । ବିହାରର ଅରରିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ 'ଭୋଟର ଅଧିକାର ଯାତ୍ରା'ରେ ଏସଆଇଆର ଓ ଭୋଟ ଚୋରିକୁ ନେଇ ରଣହୁଙ୍ଗାର ଦେଇଛନ୍ତି । ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବିହାର ମୁଖ୍ୟମନ୍ତ୍ରୀ ଚେହେରା ଉପରେ ଚୁପ ରହିଥିଲେ ହେଲେ ବିହାରରେ ଭୋଟ ଚୋରି ହେବାକୁ ଦେବୁନାହିଁ ବୋଲି କହିଛନ୍ତି ବର୍ଷିଛନ୍ତି ରାହୁଲ ଗାନ୍ଧୀ ।

'ବିହାରରେ ଭୋଟ ଚୋରି ହେବାକୁ ଦେବୁନାହିଁ'- 'ବିହାରରେ ଭୋଟ ଚୋରି ହେବାକୁ ଦେବୁନାହିଁ'- ଭୋଟର ଅଧିକାରୀ ଯାତ୍ରୀରୁ ରାହୁଲ କହିଛନ୍ତି,'' ଏସଆଇଆର 'ଭୋଟ ଚୋରି' ପାଇଁ ଷଡଯନ୍ତ୍ର ଏବଂ ନିର୍ବାଚନ କମିଶନ  ଭାଜପା ସପକ୍ଷରେ କାମ କରୁଛନ୍ତି । ଇସି ଓ ବିଜେପି ମଧ୍ୟରେ ପାର୍ଟନରସିପ ରହିଛି । ଏସଆଇଆର ଭୋଟ ଚୋରିର ସଂସ୍ଥାଗତ ପ୍ରୟାସ । ଆମେ ବିହାରରେ ଭୋଟ ଚୋରି ହେବାକୁ ଦେବୁନାହିଁ ।''

ଭୋଟର ଅଧିକାରୀ ଯାତ୍ରୀରୁ ରାହୁଲ ଆହୁରି କହିଛନ୍ତି,'' ଗତ ଦୁଇଟି ଯାତ୍ରାରୁ ଦୁଇଠି କୌତୁହଳପୂର୍ଣ୍ଣ କଥା ସାମ୍ନାକୁ ଆସିଛି । ପିଲାମାନେ ଆସୁଛନ୍ତି। ଏହା ଏକ ବହୁତ ଅଜବ ଘଟଣା । ସେମାନେ ମୋ ପାଖକୁ ଆସୁଛନ୍ତି । ସେମାନେ କହୁଛନ୍ତି 'ଭୋଟ୍ ଚୋର ଗାଦି ଛାଡ'। ଏମାନେ ବୟସ୍କ ନୁହଁନ୍ତି । ସେମାନେ ଛୋଟ । ଏବେ, ଛଅ ବର୍ଷର ଛୋଟ ପିଲା ଜାଣିପାରିଛନ୍ତି । କେବଳ ଗୋଟିଏ ନୁହେଁ, ହଜାର ହଜାର । ଏବେ, ନିର୍ବାଚନ କମିଶନ ଏହି ପିଲାମାନଙ୍କ ସହିତ କଥା ହେବା ଉଚିତ୍‌ । ସେମାନେ ଜାଣିପାରିବେ... ବିହାରର ପିଲାମାନେ ରାଜନୈତିକ ଭାବରେ ସକ୍ରିୟ ହୋଇଗଲେଣି ।'' 

ଭୋଟ ଅଧିକାର ଯାତ୍ରାରେ ତେଜସ୍ୱୀ ଯାଦବ କହିଛନ୍ତି, "ଏହି ପ୍ରକ୍ରିୟା ଏତେ କଷ୍ଟକର, ଏହା ଭୋଟ ଯୋଡିବା ହେଉ କିମ୍ବା ଅଭିଯୋଗ ମାଧ୍ୟମରେ ସେଗୁଡ଼ିକୁ ହଟାଇବା, ଏହି ପ୍ରକ୍ରିୟାରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ। ନିର୍ବାଚନ କମିଶନ ବିଜେପି ସହିତ ଅଛି, ତେଣୁ ବିଜେପି ଲୋକମାନେ ନିର୍ବାଚନ କମିଶନରଙ୍କୁ ସୁରକ୍ଷା ଦେବା ପାଇଁ ସଂସଦରେ ଏକ ଆଇନ ଆଣିଥିଲେ ଯାହା ଦ୍ୱାରା ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ । ଯଦି ଆପଣ ମୁଖ୍ୟମନ୍ତ୍ରୀମାନଙ୍କ ଉପରେ PMLA ଆଇନ ଲାଗୁ କରନ୍ତି, ତେବେ ଜାମିନ ପାଇବା କଷ୍ଟକର, ତେଣୁ ଆପଣ ବୁଝିପାରିବେ ଯେ ସେମାନେ ଆଇନ ସହିତ କେତେ ହେରଫେର କରୁଛନ୍ତି। ଏବେ ମାମଲାଟି ଜନସାଧାରଣଙ୍କ ପାଖରେ ପହଞ୍ଚିଛି, ଏବଂ ଜନସାଧାରଣ ସେମାନଙ୍କୁ ଛାଡିବେ ନାହିଁ। "

'ଚିରାଗ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ହନୁମାନ'- ଅରରିଆରୁ ଭୋଟର ଅଧିକାର ଯାତ୍ରାରେ ଆରଜେଡ଼ି ନେତା ତେଜସ୍ୱୀ ଯାଦବ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ନେଇ କହିଛନ୍ତି, '' ସେ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ହନୁମାନ ଆମେ ପବ୍ଲିକଙ୍କ ହନୁମାନ । ଚିରାଗ ପାଶୱାନ ଆଜିର ମୁଦ୍ଦା ନୁହେଁ ଜନତା ତାଙ୍କୁ ପଚାରୁନାହାନ୍ତି । ଆମେ ତାଙ୍କୁ ପରାମର୍ଶ ଦେବୁ ଆମ ବଡ଼ ଭାଇ ସେ ଜଲଦି ବିବାହ କରନ୍ତୁ ।''