ସମ୍ବଲପୁର,୦୨/୦୯: କଲଭର୍ଟରେ ପଡି ଭିସୁଟ ଛାତ୍ରଙ୍କ ମୃତ୍ୟୁ । କଲଭର୍ଟ ନିକଟରୁ ମୃତଦେହ ଉଦ୍ଧାର କଲା ବୁର୍ଲା ପୁଲିସ  । ତେବେ  ମୃତ ଛାତ୍ର ଜଣକ ଯାଜପୁରର  ଅଞ୍ଜନେୟ ଦାସ ବଲି ଜଣାପଡ଼ିଛି। ସେ ବୁର୍ଲା ଭିସୁଟର ମେକାନିକାଲ ଇଂଜିନିୟରିଂର ଶେଷ ବର୍ଷର ଛାତ୍ର ଥିଲେ  । ଛାତ୍ରଙ୍କ ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ । 

ବର୍ତ୍ତମାନ ସୁଦ୍ଧା ଘଟଣାର ପ୍ରକୃତ କାରଣ ଜଣାପଡି ନାହିଁ।  କିନ୍ତୁ ମୃତ ଛାତ୍ର ଜଣକ ଉକ୍ତ କଲଭର୍ଟ ଉପରେ ଫୋନରେ କଥା ହେଉଥିବା ବେଳେ ଅସାବଧାନତା ବଶତଃ ଖସି ପଡିଥିବା ଅନୁମାନ କରୁଛି ପୁଲିସ । ସେପଟେ ଛାତ୍ରଙ୍କ ମୃତ୍ୟୁ ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଯାଇଛି।