ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଏପଟେ ଯୁଦ୍ଧ, ସେପଟେ ପାକିସ୍ତାନ ସେନାରେ ବିଦ୍ରୋହ; ସେନା ମୁଖ୍ୟ ଅସିମ ମୁନୀର ହେଲେ ଗୃହବନ୍ଦୀ !

Published By : Bijay Swain | May 9, 2025 2:08 AM

Image courtesy: mathrubhumi

ଇସ୍ଲାମାବାଦ: ଏପଟେ ଯୁଦ୍ଧ ସେପଟେ ପାକିସ୍ତାନ ଭିତରେ ଲାଗିଲାଣି ଗୃହ ଯୁଦ୍ଧ। ପାକିସ୍ତାନର ସେନାର ହାଇଡ୍ରାମା ଦେଖିବାକୁ ମିଳିଛି। ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ କମିଟି (CJCSC)ର ଅଧ୍ୟକ୍ଷ ଜେନେରାଲ ସାହିର ଶମଶାଦ ମିର୍ଜା, ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ହେପାଜତକୁ ନେଇଥିବା ସୂଚନା ମିଳିଛି। ଏନେଇ ବିଶେଷ ସୂତ୍ରରୁ ଖବର ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ଖବର ପ୍ରକାଶ ପାଇଛି। ତେବେ ଏନେଇ ପାକିସ୍ତାନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। 

ରିପୋର୍ଟ ଅନୁସାରେ ଜେନେରାଲ ମୁନିରଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି ଏବଂ ଦେଶଦ୍ରୋହ ଅଭିଯୋଗରେ ତାଙ୍କୁ ସାମରିକ ଅଦାଲତରେ ବିଚାରର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି କୁହାଯାଉଛି। ସହିପରି ଅନ୍ୟପଟେ କର୍ଣ୍ଣେଲ, ମେଜର ଏବଂ କ୍ୟାପ୍ଟେନଙ୍କ ସମେତ ବରିଷ୍ଠ ଏବଂ ମଧ୍ୟ-ସ୍ତରୀୟ ଅଧିକାରୀମାନଙ୍କର ଏକ ଗୋଷ୍ଠୀ ଜେନେରାଲ ମୁନିରଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। 

ଏନେଇ ସେମାନେ କଡ଼ା ଶବ୍ଦରେ ଚିଠି ଲେଖିଛନ୍ତି। ଏହି ଚିଠିରେ ମୁନୀରଙ୍କ ଉପରେ ରାଜନୈତିକ ବିରୋଧୀଙ୍କୁ ଦମନ କରିବା, ନିର୍ବାଚନରେ ହସ୍ତକ୍ଷେପ କରିବା, ପ୍ରେସକୁ କଣ୍ଠରୋଧ କରିବା ଏବଂ ଦେଶର ଚାଲିଥିବା ସଙ୍କଟକୁ ଆହୁରି ତୀବ୍ର କରିବା ପାଇଁ ସେନାର ଅପବ୍ୟବହାର କରିବାର ଅଭିଯୋଗ କରାଯାଇଛି।

ଏଥିସହିତ ସେନାର ବିଶ୍ୱସନୀୟତାକୁ ସୁରକ୍ଷା ଦେବା ପାଇଁ ସେନା ନିୟନ୍ତ୍ରଣକୁ ବରିଷ୍ଠ ସାମରିକ ଅଧିକାରୀଙ୍କ ପରିଷଦକୁ ହସ୍ତାନ୍ତର କରାଯାଉ ବୋଲି ଅଧିକାରୀମାନେ ଦାବି କରିଛନ୍ତି। ଯଦି ମୁନିର ସ୍ୱେଚ୍ଛାକୃତ ଭାବରେ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ବଳପୂର୍ବକ ପଦରୁ ହଟାଇ ଦିଆଯିବ ବୋଲି ସେନା କର୍ମୀମାନେ ଚେତାବନୀ ଦେଇଛନ୍ତି।  

ପାକିସ୍ତାନ ସେନା ଭିତରେ ଏଭଳି ବିଦ୍ରୋହ ଚାପା ଆସନ୍ତୋଷର ମୁଖ୍ୟ କାରଣ ବୋଲି କୁହାଯାଉଛି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ଅଶାନ୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମ୍ଭାବ୍ୟ ମୁକ୍ତି ବିଷୟରେ ମୁକ୍ତି ନେଇ ଦାବି ଉଠିବା ଏହାର କାରଣ ହୋଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.