ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସିନାଓ୍ବରର ମୃତ୍ୟୁ ପରେ ଯୁଦ୍ଧ କମିବ ନା ଆହୁରି ଭୟାବହ ହେବ? ବୁଝନ୍ତୁ ହମାସ୍‌ ଓ ଇସ୍ରାଏଲର ରଣନୀତି

Published By : Soubhagya Ranjan | October 19, 2024 11:03 AM

Image source: Jasatta

ନୂଆଦିଲ୍ଲୀ,୧୯/୧୦: ଇସ୍ରାଏଲ ଗୁରୁବାର ୟାହିୟା ସିନାଓ୍ବରଙ୍କୁ ହତ୍ୟା କରିଛି। ଗତ ଏକ ବର୍ଷ ଧରି ଚାଲିଆସୁଥିବା ଯୁଦ୍ଧରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ୨୦୧୭ ମସିହାରୁ ସିନାଓ୍ବର ହମାସର ଏକ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦାୟିତ୍ବ ନିଭାଇ ଆସୁଥିଲେ। ସେ ହାମାସର ସାମରିକ ଅପରେସନ୍ ଦାୟିତ୍ୱରେ ମଧ୍ୟ ଥିଲେ। ଗତ ବର୍ଷ ଅକ୍ଟୋବର 7 ରେ ଇସ୍ରାଏଲରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ୟାହିୟା ସିନୱାର ବୋଲି କୁହାଯାଉଥିଲା। ସିନୱାରକୁ ମାରିବା ଇସ୍ରାଏଲର ପ୍ରଥମ ଉଦ୍ଦେଶ୍ୟ ଥିଲା।

କାହିଁକି ହମାସ୍‌ ପାଇଁ ଜରୁରୀ ଥିଲା ସିନାଓ୍ବର?

ସିନୱାର ହମାସର ସବୁଠାରୁ କ୍ଷମତାଶାଳି ବ୍ୟକ୍ତି ଥିଲେ। ଇସ୍ରାଏଲ ହାମାସର ରାଜନୈତିକ ବ୍ୟୁରୋର ମୁଖ୍ୟ ଇସ୍ମାଇଲ ହାନିୟା ଏବଂ ସୈନ୍ୟ କମାଣ୍ଡର ମହମ୍ମଦ ଡେଫଙ୍କ ପରି ଲୋକଙ୍କ ମୃତ୍ୟୁ ପରେ ସିନୱାର ହିଁ ଏକମାତ୍ର ବ୍ୟକ୍ତି ଥିଲା ଯିଏକି ସବୁ ନିଷ୍ପତ୍ତି ନେଉଥିଲା। ସେ ଅଧିକରୁ ଅଧିକ ଇସ୍ରାଏଲୀୟଙ୍କୁ ହତ୍ୟା କଲାପରେ ସେ ଅଧିକ ଶକ୍ତିଶାଳୀ ହୋଇଉଠିଥିଲା। ଇସ୍ରାଏଲର ଟାର୍ଗେଟ ତାଲିକାରେ ସିନୱାରଙ୍କ ନାମ ପୂର୍ବରୁ ଥିଲା। ସିନୱାର ଗାଜାରେ ରହି ସାମରିକ ଅପରେସନ ଜାରି ରଖିଥିଲେ। ଶେଷରେ ଗ୍ରାଉଣ୍ଡ ଆକ୍ରମଣରେ ତାଙ୍କୁ ହତ୍ୟା କରାଯାଇଥିଲା।

୨୨ ବର୍ଷରୁ ଅଧିକ କାରାଦଣ୍ଡ ପରେ ୨୦୧୧ ରେ ସିନୱାର ଇସ୍ରାଏଲ ଜେଲରୁ ମୁକ୍ତ ହୋଇଥିଲେ। ୧୯୮୦ ଦଶକରେ ଦୁଇ ଇସ୍ରାଏଲ୍ ସୈନିକ ଏବଂ ୧୨ ଜଣ ପାଲେଷ୍ଟାଇନ ସହକର୍ମୀଙ୍କ ହତ୍ୟା ମାମଲାରେ ସେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ସେ ଇସ୍ରାଏଲର ଜେଲରୁ ମୁକ୍ତ ହୋଇଥିବା ସବୁଠାରୁ ହାଇ-ପ୍ରୋଫାଇଲ୍ ବ୍ୟକ୍ତି ଥିଲା। ୨୦୧୭ରେ ସେ ହମାସର ରାଜନୈତିକ ମୁଖ୍ୟ ହୋଇଥିଲା। ସେ ମିଶର ସହିତ କ୍ଷତିଗ୍ରସ୍ତ ସମ୍ପର୍କକୁ ପୁନଃ ସ୍ଥାପିତ କରିବା ପାଇଁ କାମ ଆରମ୍ଭ କରିଥିଲା ଏବଂ ଇରାନ ହମାସକୁ ସୁରକ୍ଷା ଦେଉଥିଲା।

ସିନୱାରଙ୍କ ସ୍ଥିତିକୁ ଦେଖି ତାଙ୍କ ମୃତ୍ୟୁ ହମାସରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଖାଲିଦ ମଶଲଙ୍କୁ ତାଙ୍କ ସ୍ଥାନରେ ମୁଖ୍ୟ କରାଯାଇଛି। ତାଙ୍କର ଭାବମୂର୍ତ୍ତି ମଧ୍ୟ ବହୁତ ଶକ୍ତିଶାଳୀ, କିନ୍ତୁ ସେ ସିନୱାରଙ୍କ ପରି ବିଶ୍ୱସ୍ତତା ପାଇଁ ଜଣାଶୁଣା। ନିଜକୁ ପୁନଃ ପ୍ରତିଷ୍ଠା କରିବା ପାଇଁ ହମାସକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। କୁହାଯାଉଛି ଯେ ହମାସକୁ ପୃଥିବୀ ପୃଷ୍ଠରୁ ବିଲୋପ କରିବାକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରତିଶୃତି ଦେଇଛନ୍ତି। କିଛି ବିଶେଷଜ୍ଞ କହିବା କଥା ହେଲା ଆଗାମୀ ଦିନରେ ଗାଜାରେ ବିବାଦ ଇସ୍ରାଏଲ୍ ପାଇଁ ବହୁତ କଷ୍ଟସାଧ୍ୟ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.