ବିଞ୍ଝାରପୁର,୦୯/୧୦: ବିଞ୍ଝାରପୁର ବ୍ଲକ୍‌ ରଣପୁର  ପଞ୍ଚାୟତର ୩ନଂ ୱାର୍ଡର ୱାର୍ଡସଭ୍ୟ ଧନେଶ୍ୱର ସେଠୀ ବୁଧବାର ଉଦ୍ଧାର ହୋଇଛନ୍ତି । ବିଞ୍ଝାରପୁର ପୁଲିସ ଏକ ସ୍ୱତନ୍ତ୍ର  ଟିମ୍‌ ତାଙ୍କୁ ଉଦ୍ଧାର କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା  ସନ୍ଦେହରେ ପୁଲିସ ଜାମସେଦପୁରରୁ ଜଣଙ୍କୁ ଉଠାଇ ଆଣି  ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ଅଟକ ବ୍ୟକ୍ତିଙ୍କ ସୂଚନା ବଳରେ ପୁଲିସ ଅପହୃତ ୱାର୍ଡ ସଭ୍ୟଙ୍କୁ ଉଦ୍ଧାର କରିବା ପରେ ଥାନାରେ ରଖି ପଚରାଉଚରା କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

jklf

ସୂଚନା ମୁତାବକ, ରଣପୁର ସରପଞ୍ଚ ରିୟଙ୍କା ଯେନାଙ୍କ ବିରୋଧରେ  ଅନାସ୍ଥା ପ୍ରସ୍ତାବ ଆସିଥିଲା । ବହୁ ୱାର୍ଡସଭ୍ୟ/ସଭ୍ୟା ଏ  ନେଇ ଅନାସ୍ଥା ପ୍ରସ୍ତାବ ଦେଇଥିଲେ । ପୂର୍ବ ନିଷ୍ପତ୍ତି ବଳରେ  ଆଜି ଅନାସ୍ଥାକୁ ନେଇ ଭୋଟ ଗ୍ରହଣ ଥିବା ବେଳେ  ଉପଜିଲ୍ଲାପାଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି  ଭୋଟ ଗ୍ରହଣକୁ ସ୍ଥଗିତ ରଖିଥିଲେ । ଅନ୍ୟପଟେ ଶ୍ରୀ  ସେଠୀଙ୍କୁ ଅପହରଣ ନେଇ ତାଙ୍କ ପତ୍ନୀ ପୁଷ୍ପଲତା ସେଠୀ  ଥାନାରେ ଅଭିଯୋଗ କରିଥିଲେ । ଶ୍ରୀ ସେଠୀ ବିଞ୍ଝାରପୁର  ସାପ୍ତାହିକ ହାଟରୁ ସଉଦା କିଣି ଘରକୁ ଫେରୁଥିବା ବେଳେ  ପୋଲ ଉପରେ ତାଙ୍କୁ ମାଡ଼ ମାରି ତାଙ୍କ ମୁହଁକୁ କପଡ଼ାରେ  ବନ୍ଦ କରି କାର୍‌ ଯୋଗେ ବିଞ୍ଝାରପୁର ପଞ୍ଚାୟତର ଅଜୟ  ସାହୁ ଓ ତାଙ୍କ ଭାଇ ଗୋବିନ୍ଦ ସାହୁ ଅପହରଣ କରି  ନେଇଥିବା ପତ୍ନୀ ଶ୍ରୀମତୀ ସେଠୀ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ପୁଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ  ଆରମ୍ଭ କରିଥିଲା । ଏହାକୁ ନେଇ ବିଞ୍ଝାରପୁର ଥାନାଧିକାରୀ  ରଂଜନ କୁମାର ମଲ୍ଲିକଙ୍କ ନେତୃତ୍ୱରେ ପୁଲିସର ଏକ  ଟିମ୍‌ ତନାଘନା କରୁଥିଲା । ତଦନ୍ତ ବଳରେ ସ୍ୱତନ୍ତ୍ର  ଟିମ୍‌ ଜାମସେଦପୁରରୁ ଜଣଙ୍କୁ ଉଠାଇ ଆଣି ଥାନାରେ  ପଚରାଉଚୁରା କରିବା ସହିତ ତା’ ସୂଚନା ବଳରେ ଆଜି  ୱାର୍ଡସଭ୍ୟ ଶ୍ରୀ ସେଠୀଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।