ହରଭଙ୍ଗା,୨୭/୧୨ : ଭାବପୁରଠାରୁ ଭାୟା ଗେରି୍ଡିସାହି ଦେଇ ହିଞ୍ଜଳକୁ ଆଉ କେତେ ବର୍ଷରେ ଦୂର ହେବ ରାସ୍ତା ସମସ୍ୟା l ମୌଳିକ ସ୍ଥାୟୀ ରାସ୍ତା କେବେ ସୁବିଧା ପାଇବେ ଉପାନ୍ତ ଅଂଚଳବାସୀ l ସୂଚନା ଅନୁସାରେ ଭାବପୁର ଛକ ଠାରୁ ହିଞ୍ଜଳ ପର୍ଯ୍ୟନ୍ତ ୧୫କିଲୋମିଟର ରାସ୍ତା ସଂପୂର୍ଣ୍ଣ ଖରାପ l ଫଳରେ ଖରା ଓ ଶୀତ ଦିନେ ମୋଟରସାଇକେଲ ଓ ସାଇକେଲ ଯିବା ସମ୍ଭବ ହୋଇପାରୁନାହିଁ l ଏହି ରାସ୍ତା ଦେଇ ସିଧାସଳଖ ବୌଦ୍ଧରୁ ନୟାଗଡ଼କୁ ଯିବା ଆସିବା ସହଜ ହୁଏ l ଏହି ରାସ୍ତା ବାର ଖଣ୍ଡ ମୌଜାର ଜନସାଧାରଣଙ୍କ ନୀତି ଦିନିଆ ରାସ୍ତା l କାରଣ କୁସଙ୍ଗ ଦୈନିକ ବଜାର ସହିତ ବ୍ୟାଙ୍କ, ସ୍କୁଲ ସମବାୟ, ଚିକିତ୍ସା,ମଙ୍ଗଳ ବାର ସାପ୍ତାହିକ ହାଟ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଶହଶହ ପ୍ରତିଦିନ ଲୋକ ଯିବା ଆସିବା କରିଥାନ୍ତି l
ରାସ୍ତା କୁ ନେଇ ଅଂଚଳର ଜନସାଧାରଣ କ୍ଷୋଭ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି l ଏହି ରାସ୍ତା ଉପରେ ଭାବପୁର, ମୁତୁରି ବଣିଆ, ହାତୀଗଡ଼, ଘୁଙ୍ଗୁରୁ ପଡା, ନୁଆଁପଡା, ବୁଢ଼ା ଆମ୍ବ, ସିମିଗୁଡା, ଗେରିଡି ସାହି, ତଇଲା ସାହି,ଧୂବା ସାହି, ଶ୍ରୀପାଜୁ, ଓ ହିଞ୍ଜଳ ବାସି ଙ୍କ ନୀତି ଦିନିଆଁ ରାସ୍ତା ହୋଇଥିବାବେଳେ ରାସ୍ତା ସମସ୍ୟା ଦୂର ନ ହେଲେ ଆଗାମୀ ପଂଚାୟତ ନିର୍ବାଚନ ଏହି ସମସ୍ତ ଗ୍ରାମର ଜନ ସାଧାରଣ ଭୋଟ ବର୍ଜନ କରିବେ ବୋଲି ଅଂଚଳର ପଞ୍ଚାନନ ବେହେରା, ଗୁଲେଖ ବେହେରା, ଚଇତନ୍ୟ ଦଣ୍ଡସେନା, ପ୍ରଦୀପ ଗୁରୁ, ସୁଧୀର ସାମଲ, ଜୟନ୍ତ ଦେହୁରୀ, ଜନକ ବେହେରା, ରଞ୍ଜନ ସେନାପତି, ପ୍ରଦୀପ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି l