ନୂଆଦିଲ୍ଲା,୧୮/୦୭: ଆସନ୍ତା ୧୯ ତାରିଖରେ ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦ୍ୱିତୀୟ ମ୍ୟାଚ୍‌ରେ ବ୍ୟାଟିଂ କରିବାବେଳେ ଆହତ ହୋଇଥିବା ଅଲରାଉଣ୍ଡର ୱାସିଂଟନ ସୁନ୍ଦର ବାଦ୍ ପଡ଼ିଛନ୍ତି । ତାଙ୍କ ବାମ ଗୋଡ଼ ପଛ ପାଶ୍ୱର୍ ମାଂସପେଶୀ ଟାଣି ହୋଇଯାଇଛି । ସୁନ୍ଦରଙ୍କ ସ୍ଥାନରେ ସ୍ପିନର କୁଲଦୀପ ଯାଦବଙ୍କୁ ଅନ୍ତିମ ମ୍ୟାଚ୍‌ରେ ସୁଯୋଗ ମିଳିବା ଆଶା କରାଯାଉଛି । ଚଳିତ ସିରିଜ ୧-୧ରେ ବରାବର ରହିଛି । ଭାରତ ସିରିଜ ବିଜୟ ସହ ସ୍ୱଦେଶ ଫେରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ଦିନିକିଆକୁ ଭାରତ ଜିତିଥିଲା । ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ବାଜି ମାରିନେଇଥିଲା । ଭାରତ ତୃତୀୟ ଦିନିକିଆ ଜିତିବା ସହିତ ସିରିଜ କବାଜ କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ । ଏହା ସିହିତ ଟି-ଟ୍ୱେଣ୍ଟିରେ ପରାଜୟର ପ୍ରତିଶୋଧ ଦିନିକିଆରେ ନେବ ।

ଦ୍ୱିତୀୟ ଦିନିକିଆରେ ୱାସିଂଟନ ସୁନ୍ଦର ବିରାଟ କୋହଲିଙ୍କ ଆଉଟ୍ ହେବା ପରେ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଷ୍ଟାର ଅଲାରାଉଣ୍ଡର ୱାସିଂଟନ ସୁନ୍ଦର ହାମଷ୍ଟ୍ରିଙ୍ଗ୍ ଆହତ ପାଇଁ ତୃତୀୟ ଦିନିକିଆରୁ ବାଦ ପଡିଛନ୍ତି । ଦ୍ୱିତୀୟ ଦିନିକିଆରେ ବ୍ୟାଟିଂ ସମୟରେ ଆଘାତ ଲାଗିଥିଲା । ଏହି ଆଘାତ ଏତେ ଗଭୀର ଯେ, ସେ କିଛି ସମୟ କ୍ରିକେଟରୁ ଦୂରରେ ରହି ପାରନ୍ତି । ଜାତୀୟ ଗଣମାଧ୍ୟମ ସୁତ୍ର ଅନୁସାରେ ମେଡିକାଲ୍ ଟିମ୍ ତାଙ୍କୁ ତୃତୀୟ ଦିନିକିଆ ପାଇଁ ଅନଫିଟ୍ ଘୋଷଣା କରିଛନ୍ତି । ପୂର୍ବରୁ ହର୍ଷିତ ରାଣା ଏବଂ ନୀତୀଶ କୁମାର ରେଡ୍ଡୀଙ୍କ ପରି ଖେଳାଳିଙ୍କ ଆହତ ସମସ୍ୟା ଭିତରେ ଭାରତୀୟ ଟିମ୍ ପାଇଁ ଏହା ଆଉ ଏକ ବଡ଼ ଝଟକା ହୋଇଛି । ସିରିଜର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଅଧିନାୟକ ଶୁଭମନ ଗିଲଙ୍କୁ ତାଙ୍କ ପ୍ଲେଇଁ ୧୧ ଏବଂ ରଣନୀତି ଉଭୟକୁ ବଦଳାଇବାକୁ ପଡିପାରେ । ଦ୍ୱିତୀୟ ଦିନିକିଆରେ ୱାସିଂଟନ ୫ଟି ବଲ ଖେଳି ୨ ରନ୍ କରିଥିଲେ । ପ୍ରଥମ ଦିନିକିଆରେ ଅକ୍ଷର ପଟେଲଙ୍କ ସହ ମିଶି ଅପରାଜିତ ୫୨ ରନର ଦମଦାର ଇନିଂସ ଖେଳିଥିଲେ । ଯେଉଁଥିରେ ୪ଟି ଚୌକା ଏବଂ ଗୋଟିଏ ଛକା ଥିଲା ।

ଏହା ବି ପଢନ୍ତୁ...Garry Sobers: କ୍ରିକେଟ୍ ଜଗତରେ ଶୋକ; ଆଉ ନାହାନ୍ତି ସାର୍ ଗ୍ୟାରୀ ସୋବର୍ସ, ୧୦ ଦିନ ପରେ ପାଳିଥାନ୍ତେ ଜନ୍ମଦିନ   

ସେପଟେ ଆୟୋଜକ ଦଳରୁ ଏକ ବଡ଼ ଖବର ଆସିଛି । ଭାରତ ବିପକ୍ଷ ତୃତୀୟ ତଥା ଶେଷ ଏକଦିବସୀୟ ପୂର୍ବରୁ ଇଂଲଣ୍ଡ ଷ୍ଟାର ଅଲରାଉଣ୍ଡର ଲିଆମ୍ ଡସନ୍ ଏବଂ ୱିକେଟକିପର-ବ୍ୟାଟର ଟମ୍ ବାଣ୍ଟନ୍ଙ୍କୁ ଦଳରୁ ରିଲିଜ୍ କରିଛି। ଘରୋଇ ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ, ଟି-୨୦ ବ୍ଲାଷ୍ଟରେ ନିଜ ନିଜ ଦଳ ପାଇଁ ଖେଳିବା ପାଇଁ ଉଭୟ ଖେଳାଳିଙ୍କୁ ମୁକ୍ତ କରାଯାଇଛି । ଚଳିତ ODI ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ରେ ଟମ୍ ବାଣ୍ଟନ୍ଙ୍କୁ ଇଂଲଣ୍ଡର ପ୍ଲେଇଂ ଇଲେଭେନରେ ସାମିଲ କରାଯାଇ ନଥିଲା। ଏହି ସମୟରେ ଡସନ୍ ଭାରତ ବିପକ୍ଷରେ ପ୍ରଥମ ODI ଖେଳିଥିଲେ, ଯାହାକୁ ଦଳ ହାରିଥିଲା । ପରେ କାର୍ଡିଫ୍ରେ ଦ୍ୱିତୀୟ ଦିନିକିଆରେ ତାଙ୍କୁ ପ୍ଲେଇଂ ଇଲେଭେନରୁ ବାଦ୍ ଦିଆଯାଇଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି, ଭାରତ ବିପକ୍ଷରେ ପ୍ରଥମ ODIରେ ଲିଆମ୍ ଡସନ୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ, ସେ ଚମତ୍କାର ୬୮ ରନ୍ କରିଥିଲେ । ମ୍ୟାଚ୍ରେ କେବଳ ଦୁଇଟି ଓଭର ବୋଲିଂ କରିଥିଲେ।