ଭୁବନେଶ୍ବର, ୧୧/୩ :   ଚାମ୍ପିୟନ୍ସ ଟ୍ରଫି ଶେଷ ହୋଇଯାଇଛି । ଭାରତୀୟ ଟିମ୍ ଚାମ୍ପିୟନ୍ସ ଟ୍ରଫିର ତାଜ୍ ହାତେଇବାରେ ସଫଳ ହୋଇଛି । ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୪ଓ୍ବିକେଟରେ ହରାଇ ଚାମ୍ପିୟନ୍ସ ଟ୍ରଫିର ତାଜ୍ ଜିତି ନେଇଛି। ଫାଇନାଲରେ ରୋହିତ ଶର୍ମା ପ୍ଲେୟର ଅଫ ଦ ମ୍ୟାଚ୍ ହୋଇଥିଲେ ତ ସେହିଭଳି ରଚିନ ରବିନ୍ଦ୍ର ପ୍ଳେୟର ଅଫ ଦ ଟୁର୍ଣ୍ଣାମେଣ୍ଟର ତାଜ୍ ହାତେଇଛନ୍ତି । ସେହିପରି ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ପାକିସ୍ତାନର ଭେଟରାନ ଖେଳାଳୀ ଓ୍ବାସିମ ଆକରମ ସେହି ଖେଳାଳୀଙ୍କ କଥା କହିଛନ୍ତି ଯିଏ ତାଙ୍କୁ ଇମ୍ପେ୍ରସ କରିଛି ।

ଓ୍ବାସିମ ଆକରମ ରଚିନ ରବିନ୍ଦ୍ରଙ୍କୁ ନେଇ କହିଛନ୍ତି କି, ନ୍ୟୁଜିଲାଣ୍ଡ କ୍ରିକେଟ ବହୁ ଭଲ ଖେଳିଛି । ଛୋଟ ଦେଶ ହେବା ପରେ ବି ତାଙ୍କ ଟିମ୍ କ୍ରିକେଟରେ ହୁଅନ୍ତୁ କିମ୍ବା ରଗବୀରେ କୌଣସି ବି ଟୁର୍ଣ୍ଣାମେଣ୍ଟରେ ଭଲ ପରଫର୍ମାନ୍ସ କରିଥାନ୍ତି । ନ୍ୟୁଜିଲାଣ୍ଡ କ୍ରିକେଟ ପରେ ଏବେ ଏକ ଏଭଳି ଖେଳାଳୀ ଅଛନ୍ତି ଯିଏ ଭବିଷ୍ୟତର ସୁପରଷ୍ଟାର । ରଚିନ ଫାଇନାଲରେ ଯେଉଁ ଫାଇଟିଂ ସ୍ପିରିଟ ଦେଖାଇଥିଲେ ତାହା ମୋତେ ବହୁ ଇମ୍ପେ୍ରସ କରିଛି । ମୈଦାନରେ ତାଙ୍କ ଖେଳ ଦେଖି ଲାଗୁଥିଲା କି ସେ ଶେଷ ସମୟ ପର୍ଯ୍ୟନ୍ତ ଫାଇଟ୍ କରୁଛନ୍ତି ।