ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବେଣୀପୁର ଓ ରଘୁଦେଇପୁର ପଞ୍ଚାୟତରେ ପାଣି ସଂକଟ, ଧାର୍ଯ୍ୟ ସମୟ ପରେ ବି ସରୁନି ପ୍ରକଳ୍ପ

Published By : Harapriya Sethi | March 30, 2025 7:24 AM

ଡେରାବିଶ,୩୦/୩: ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ବେଣୀପୁର ଓ ରଘୁଦେଇପୁର ପଞ୍ଚାୟତରେ ପାଣି ପାଇଁ ଲାକେ ଡହଳ ବିକଳ ହେଉଛନ୍ତି । ଗ୍ରୀଷ୍ମ ପ୍ରକୋପ ଆରମ୍ଭ ନ ହେଉଣୁ ବିଭିନ୍ନ ସ୍ଥାନରୁ ଜଳକଷ୍ଟ ନେଇ ଅଭିଯୋଗ ହୋଇଛି । ବସୁଧା ଓ ଓଭରହେଡ୍‌ ପାଣିଟାଙ୍କିର ବଡ଼ ବଡ଼ ପ୍ରକଳ୍ପ ଧାର୍ଯ୍ୟ ଅବଧି ସରିଲା ପରେ ମଧ୍ୟ କାମ ଶେଷ ହେଉ ନଥିବା ଦେଖିବାକୁ ମିଳୁଛି । ଏହି ସମୟରେ କେତେକ ସ୍ଥାନରେ ସରକାରୀ ନଳକୂଅ ଅଚଳ ଅବସ୍ଥାରେ ପଡ଼ି ରହିଛି । କେତେକ ଜାଗାରେ ନଳକୂଅରୁ ଲୌହ ମିଶା ପାଣି ଏବଂ ପଙ୍କୁଆ ପାଣି ବାହାରୁ ଥିବାରୁ ଲୋକଙ୍କ କାମରେ ଲାଗୁ ନାହିଁ । ଏମିତି ଦେଖିବାକୁ ମିଳିଛି ରଘୁଦେଇପୁର ପଞ୍ଚାୟତର କଂସାରି ପାଟଣା ଗ୍ରାମର ହାଟ ପଡ଼ିଆଠାରେ । ଏହି ପ୍ରକଳ୍ପ ଧାର୍ଯ୍ୟ ଅବଧି ମଧ୍ୟରେ ଶେଷ ହୋଇ ନଥିବା ବେଳେ କେତେକ ଘରକୁ ପାଇପ୍‌ ସଂଯୋଗ ଦିଆଯାଇନାହିଁ । 

ସେହିଭଳି ବେଣୀପୁର ପଞ୍ଚାୟତର ସଦାନନ୍ଦପୁର ଗ୍ରାମ ହାଟ ପଡ଼ିଆଠାରେ ହୋଇଥିବା ଓଭରହେଡ୍‌ ପାଣି ଟାଙ୍କି କାମ ସରିଥିଲେ ସୁଦ୍ଧା ପାଇପ୍‌ ଲାଇନ୍‌ ସଂଯୋଗରେ ଖାମଖିଆଲି ନୀତି ଯୋଗୁଁ ଏବେ ପର୍ଯ୍ୟନ୍ତ ଘରକୁ ଘର ପାଣି ପାଇପ୍‌ ସଂଯୋଗ ହୋଇନାହିଁ । ସଦାନନ୍ଦପୁର ଗ୍ରାମର ଗୋବରୀ ନଦୀ ବ୍ରିଜ୍‌ ନିକଟରେ ହୋଇଥିବା ବସୁଧା ପାନୀୟ ଜଳ ପ୍ରକଳ୍ପ ପାଇଁ ଦୀର୍ଘ ବର୍ଷ ହେବ ପୁରୁଣା ପାଇପ୍‌ରେ ନୂଆ ପ୍ରକଳ୍ପ କାମ କରୁଥିବା ବେଳେ ଏ ପର୍ଯ୍ୟନ୍ତ କାମ ସରୁ ନଥିବା ଅଭିଯୋଗ ହେଉଛି । ଠିକାଦାରଙ୍କ ମନମାନି ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ହଜାର ହଜାର ଲୋକ ପାଣି ପାଇଁ ଡହଳବିକଳ ହେଉଥିବା ଅଭିଯୋଗ ହେଉଛି । ସରକାର ଲୋକଙ୍କୁ ସୁବିଧାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବ୍ୟାପକ ଅର୍ଥ ବ୍ୟୟ କରୁଥିବା ବେଳେ ଡେରାବିଶ ବ୍ଲକ୍‌ରେ ଏସବୁ ପ୍ରତି ସତେ ଯେମିତି ଆଖି ବୁଜି ଦିଆଯାଇଛି । ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତେ୍ୱ ବିଭାଗୀୟ ଅଧିକାରୀମାନେ ଚୁପ୍‌ ରହୁଛନ୍ତି । ଫଳରେ ଲୋକେ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀଘ୍ର ପାଣି ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.