ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ସୁବର୍ଣ୍ଣରେଖାରେ ୬ଷ୍ଠ ଥର ବନ୍ୟା, ଅପରାହ୍ଣ ସୁଦ୍ଧା ୧୧.୪୦ ମିଟର ଟପିବା ସମ୍ଭାବନା

Published By : Harapriya Sethi | August 24, 2025 7:56 AM

ବାଲେଶ୍ୱର, ୨୪/୦୮: ଲଘୁଚାପ ବର୍ଷା ଯୋଗୁଁ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ୧୧.୪୦ ମିଟର ପହଞ୍ଚିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କ ରହିଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଜିଲ୍ଲାର ତହସିଲଦାର, ବିଡିଓଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ତତ୍କାଳୀନ VC କରି ସମୀକ୍ଷା କରିଛନ୍ତି। ବର୍ତ୍ତମାନ ୩ଟି SRC ବୋଟ୍ ଅଧିକ କ୍ଷତିଗ୍ରସ୍ତ ସଂଭାବନା ଥିବା ଜାଗାରେ ନିୟୋଜିତ ଅଛି । ଦୁଇଟି ଓଡ୍ରାଫ ଦଳ ମୁଖ୍ୟାଳୟରେ ପ୍ରସ୍ତୁତ ରହିଛି । ଆଉ ୨ ଟି ଟିମ୍ ପାଇଁ ଆବେଦନ ହୋଇଛି।

ଜିଲ୍ଲାପାଳ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଷ୍ଟକ୍ ଅବସ୍ଥା ଯାଞ୍ଚ କରିଛନ୍ତି । CDVOଙ୍କୁ ସଚେତନ କରାଯାଇଛି । ନିକଟରେ ଯେଉଁ ରାସ୍ତା କିମ୍ବା ବନ୍ଧ ପାଣି ସାମାନ୍ୟ ଧୋଇହୋଇଛି, ତାକୁ ତୁରନ୍ତ ବାଲି ବନ୍ଧ ଦିଆଯିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ପ୍ରଖର ସ୍ରୋତ ଥିବା ଖୋଲା ରାସ୍ତାରେ ବାରିକ୍ୟାଡ୍ କରିବା ପାଇଁ ନିର୍ଦ୍ଦେଶ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.