ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ସୁବର୍ଣ୍ଣରେଖାରେ କମିଛି ପାଣି ହେଲେ କମିନି ଦୁର୍ଦ୍ଦଶା, ତଳିଆ ଅଞ୍ଚଳ ଏବେବି ଜଳବନ୍ଦୀ

Published By : Rasmita Pradhan | June 25, 2025 9:32 AM

ଭୋଗରାଇ/କମର୍ଦ୍ଦା,୨୫/୦୬ : ସୁବର୍ଣ୍ଣରେଖାରେ ବନ୍ୟା ଜଳ କମୁଛି, ହେଲେ ତଳିଆ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା କମିନି। ବନ୍ୟାକୁ ୫ଦିନ ବିତିଯାଇଥିଲେ ସୁଦ୍ଧା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ତଳିଆ ଅଞ୍ଚଳ ଏବେବି ଜଳମଗ୍ନ ରହିଛି । କିଛି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଥିବା ବେଳେ ପନିପରିବା ଚାଷ ସହ ଖରିଫ ଧାନ ତଳି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ନଦୀ କୂଳିଆ ଲୋକଙ୍କ ଜୀବନଜୀବିକା ଉଜୁଡ଼ି ଯାଇଛି । 

ଅନ୍ୟପଟେ ମଙ୍ଗଳବାର ବନ୍ୟା ପାଣିରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗବଗାଁ ଗ୍ରାମର ଦେବାଶିଷ ଦେ’ଙ୍କ ପୁଅ ରୁଦ୍ରନାରାୟଣ ପ୍ରିୟାଂଶୁ ଦେ (୧୪ ବର୍ଷ) । ରୁଦ୍ରନାରାୟଣ ବନ୍ୟା ପୂର୍ବରୁ ବାପାମା’ଙ୍କ ସହ ସିମୁଳିଆ ମାର୍କୋଣା ସ୍ଥିତ ମାମୁଘରକୁ ବୁଲିବା ପାଇଁ ଯାଇଥିଲେ । ମଙ୍ଗଳବାର ସକାଳେ ବାପା-ମା’ଙ୍କ ସହ ଘରକୁ ଫେରିଥିଲେ । ଘର ଚାରି ପାଖରେ ବନ୍ୟା ପାଣି ଭର୍ତ୍ତି ହୋଇଥିବା ବେଳେ ରୁଦ୍ରନାରାୟଣ ଘର ସାମ୍ନା ରାସ୍ତାରେ ବସି କାଦୁଅ ଆଣି ଖେଳୁଥିବା ସମୟରେ ଗୋଡ଼ ଖସିଯାଇଥିଲା । ଫଳରେ ବନ୍ୟା ପାଣିରେ ପଡ଼ି ବୁଡ଼ି ଯାଇଥିଲେ । 

ବ୍ଲକ୍‌ର କୁମ୍ଭୀରଗଡ଼ି, ଆରୁହାବୃତ୍ତି-୧, ଗବଗାଁ, କୁଶୁଡା, ଖରିଦପିପଳ, କଚୁଆଡ଼ି ଓ ପୁଟିଣା ପଞ୍ଚାୟତର ସମସ୍ତ ଗାଁ ବନ୍ୟାରେ ପ୍ରଭାବିତ ହୋଇଥିଲା ବେଳେ ନାଚିନ୍ଦା ପଞ୍ଚାୟତର ଖରିଦଚକ, ଡେଉଁର, ଜୟରାମପୁର ପଞ୍ଚାୟତର ନାନକାର, ଠାକୁରଭଉଁରୀ ଓ ଖଡ଼ିକାବାଡ଼ି ଗାଁ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ସରକାରୀ ଅଧିକାରୀମାନେ ପ୍ରତି ଗାଁକୁ ଯାଇ ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ, ପିଇବା ପାଣି ବଣ୍ଟନ କରିଛନ୍ତି । ଏଥିପାଇଁ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ରାଜସ୍ୱ ନିରୀକ୍ଷକ ଓ ଏଡିଇଓଙ୍କୁ ନେଇ ପ୍ରଭାବିତ ୯ଟି ପଞ୍ଚାୟତ ପାଇଁ ଏକ ୪ ଜଣିଆ ଟିମ୍‌ ଗଠନ କରାଯାଇଥିବା ବେଳେ ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ସୂର୍ଯ୍ୟ କୁମାର ନାୟକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପପୁ ଭୂୟାଁ ଓ ବ୍ଲକ ଯୋଗାଣ ଅଧିକାରୀ ସୋମେଶ୍ୱର ବେହେରା ଏହାର ତଦାରଖ କରୁଛନ୍ତି । ବିପନ୍ନଙ୍କୁ ତୁରନ୍ତ ରନ୍ଧାଖାଦ୍ୟ ସହିତ ପଶୁପକ୍ଷୀଙ୍କ ପାଇଁ ଦାନା ଯୋଗାଇଦେବାକୁ ଦାବି ହୋଇଛି । ଏଥିସହିତ ବନ୍ୟା ପାଣିରେ ନଷ୍ଟ ହୋଇଥିବା ପନିପରିବା ଓ ଧାନ ତଳି କ୍ଷୟକ୍ଷତିର ଆକଳନ କରାଯାଇ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.