ପଟ୍ଟାମୁଣ୍ଡାଇ, ୧୬/୦୫: ତରଭୁଜ ଖାଇ ଶିଶୁ ମୃତ୍ୟୁ ଅଭିଯୋଗ । କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି । ଏନେଇ ଶିଶୁଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁପୁଣି ଗାଁରେ ତରଭୂଜ ଖାଇ ଗୋଟିଏ ପରିବାର ଦୁଇ ଜଣ ଶିଶୁ ସମେତ ମୋଟ୍ ୫ଜଣ ଅସୁସ୍ଥ ହୋଇଥିଲେ । ସେମାନଙ୍କ ପରିବାର ଲୋକ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଶିଶୁଙ୍କର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ କୁପୁଣି ଗାଁର ମଳୟ ସେନାପତି ଗଣ୍ଡାଖିଆରୁ ୪ କିଲୋ ତରଭୂଜ ଘରକୁ ନେଇ ଆସିଥିଲେ । ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ l କିଛି ସମୟ ପରେ ବାନ୍ତି ଓ ପତଳା ଝାଡ଼ା ହୋଇଥିଲେ l ୫ଜଣ ଅସୁସ୍ଥ ହେବାରେ ଜଣେ ସମ୍ପର୍କୀୟ ସେମାନଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଥିତି ବିଗିଡ଼ିବାକୁ ବବୃବାହାନ ସେନାପତି ଓ ସ୍ୱାଧୀନ ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସ୍ୱାଧୀନ ସେନାପତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଅଧିକ ପଢନ୍ତୁ-  ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି! ୪୪ଟି ପିଏସୟୁକୁ ତଥ୍ୟ ମାଗିଲେ ସରକାର