ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

‘ମଥାରୁ ବିନ୍ଦି କାଢି ଦେଲୁ, ଆଲ୍ଲା ହୁ ଆକବର ବି କହିଲୁ...’, କିନ୍ତୁ ସେମାନେ ଗୁଳି ମାରିଦେଲେ

Published By : Prameya | April 24, 2025 8:27 PM

ନୂଆଦିଲ୍ଲୀ,୨୪।୪: ଆତଙ୍କବାଦୀଙ୍କଠାରୁ ବଞ୍ଚିବା ପାଇଁ ମୁଁ ମଥାରୁ ବିନ୍ଦି କାଢିଦେଲଇ। ଏପରିକି ଆଲ୍ଲା ହୁ ଆକବର ମଧ୍ୟ କହିବା ଆରମ୍ଭ କରିଦେଲି। ହେଲେ ସେମାନେ ମୋ ସ୍ବାମୀକୁ ଛାଡିଲେନି। ଗୁଳି ମାରିଦେଲେ। ଏଭଳି କିଛି କହିଛନ୍ତି ପୁନେର ସଙ୍ଗୀତା ଗଣବୋଟେ।  ସେ କହିଛନ୍ତି, ନିଜ ଧର୍ମର ପରିଚୟକୁ ଆମେ ଲୁଚାଇବାକୁ ଚେଷ୍ଟା କରି ବିଫଳ ହେଲୁ।’

ଗତ ମଙ୍ଗଳାବାର ପହଲଗାମ୍‌ ନିକଟସ୍ଥ ବେସରନ୍‌ରେ ଆତଙ୍କବାଦୀ ଆକ୍ରମଣରେ ମୃତ ୨୬ ଲୋକଙ୍କ ଭିତରେ ଅଛନ୍ତି ସଙ୍ଗୀତାଙ୍କ ସ୍ବାମୀ କୌସ୍ତୁଭ ଗଣବୋଟେ। ସଙ୍ଗୀତା କହିଛନ୍ତି, ସ୍ଥାନୀୟ ଜଣେ ମୁସଲମାନ ବ୍ୟକ୍ତି ଯେତେବେଳେ ଆକ୍ରମଣକାରୀଙ୍କୁ ପଚାରିଥିଲେ କାହିଁକି ଏଭଳି ନିର୍ଦୋଷ ଲୋକଙ୍କୁ ମାରୁଛ ? ସେମାନେ ତାଙ୍କୁ ମଧ୍ୟ ଗୁଳିମାରିଦେଲେ। କେବଳ ମୁଁ ନୁହେଁ ଅନେକ ମହିଳା ଓ ପରୁଷ ନିଜକୁ ଆତଙ୍କବାଦୀଙ୍କଠାରୁ ଧର୍ମ ଲୁଚାଇବାକୁ ଚେଷ୍ଟା କରିଥିଲୁ। ହେଲେ ସେମାନେ ଛାଡିଲେନି। ସଙ୍ଗୀତା ସେ ଦିନର ଘଟଣାକୁ ଗୋଟି ଗୋଟି କରି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଆଜି କହିଛନ୍ତି।

ଶରଦ ପାଓ୍ବାର ଶୋକସନ୍ତପ୍ତ ପରିବାର ଲୋକଙ୍କୁ ବଜି ଭେଟିବାକୁ ଯାଇଥିଲେ। ଏହି ସମୟରେ ସେ ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଆକ୍ରମଣରେ କୌସ୍ତଭ ଗଣବୋଯେଙ୍କ ବ୍ୟତୀତ ତାଙ୍କ ପିଲାବେଳର ବନ୍ଧୁ ସନ୍ତୋଷ ଜଗଦାଲେ ମଧ୍ୟ ଆତଙ୍କୀ ହମଲାରେ ନିହତ ହୋଇଛନ୍ତି। ଦୁଇ ପରିବାର ଏକାଠି ମିଶି କାଶ୍ମୀର ଯାତ୍ରାରେ ଯାଇଥିଲେ। ସେତେବେଳେ ୪ ଜଣ ସଶସ୍ତ୍ର ଆତଙ୍କୀ ତାଙ୍କୁ ବୈସରନ୍‌ରେ ରୋକି ତାଙ୍କୁ ନିଜର ଧର୍ମ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ। ଆତଙ୍କବାଦୀମାନେ ସମସ୍ତଙ୍କୁ ଆଜାନ ପଢିବାକୁ କହିଥିଲେ। ସବୁ ମହିଳା ଓ ପୁରୁଷ ପଢିବା ଆରମ୍ଭ କରିଦେଇଥିଲେ। କିନ୍ତୁ ଏହାପରେ ବି ସେମାନେ ପୁରୁଷଙ୍କୁ ମାରିଦେଲେ। ସେମାନେ ବିଶେଷ କରି ମୁଣ୍ଡ, ଆଖି ଓ ଛାତିକୁ ଗୁଳି ମାରୁଥିଲେ। ଆକ୍ରମଣ ସମୟରେ କୌଣସି ସୁରକ୍ଷାକର୍ମୀ ମୁତୟନ ନଥିଲେ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.