ନୂଆଦିଲ୍ଲୀ,୮।୧୧:  ଆଫଗାନିସ୍ତାନ ଓ ପାକିସ୍ତାନ ଭିତରେ ଶାନ୍ତି ବାର୍ତ୍ତା ପୁଣିଥରେ ଫଳଶୂନ୍ୟ ହୋଇଛି। ଦୁଇ ଦେଶ ଭିତରେ ତୃତୀୟ ସ୍ତରୀୟ ଶାନ୍ତି ବାର୍ତ୍ତା ତୁର୍କୀ ଓ କତରର ମଧ୍ୟସ୍ଥତାରେ ଇସ୍ତାନବୁଲରେ ଚାଲିଥିଲା। ପାକିସ୍ତାନର କହିବା ଅନୁସାରେ, ଆତଙ୍କବାଦ ପ୍ରସଙ୍ଗରେ କୌଣସି ବୁଝାମଣା କରିବନି। ତେବେ ଆଫଗାନିସ୍ତାନ ତା’ଠାରୁ ତେହରିକ୍‌-ଇ-ତାଲିବାନ ଉପରେ ଲଗାମ ଲଗାଇବା ନେଇ କୌଣସି ଲିଖିତ ପ୍ରତିଶୃତି ଦେଇନାହିଁ ।ଆଫଗାନିସ୍ତାନର କହିବା ଅନୁସାରେ,ସେ ନିଜ  ମାଟିର ବ୍ୟବହାର ଆତଙ୍କବାଦ ପାଇଁ କରିବନି।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିପ କହିଛନ୍ତି, ଦୁଇ ଦେଶ ଭିତ​‌ରେ ଆଲୋଚନା ଶେଷ ହୋଇଯାଇଛି। ଚତୁର୍ଥ ପର୍ଯ୍ୟାୟର ଆଲୋଚନା ପାଇଁ କୌଣସି ପ୍ରକାର ଯୋଜନା ନାହିଁ। ଉଲ୍ଲେଖନୀୟ ଯେ, ଗୁରୁବାର ଦୁଇ ଦେଶ ଭିତରେ ବାର୍ତ୍ତା ଆରମ୍ଭ ହୋଇଥିଲା। ପାକିସ୍ତାନ ଚାହୁଁଥିଲା ଯେ, ଆଫଗାନିସ୍ତାନ ଲିଖିତ ଭାବରେ ଦେଉ ଯେ, ତେହରିକ୍-ଇ-ତାଲିବାନ ପାକିସ୍ତାନ ଟିଟିପି ବିରୋଧରେ ଆକ୍ସନ ନେବ। ଖ୍ବାଜା ଆସିଫ୍‌ ତୁର୍କୀ ଓ କତରକୁ ମଧ୍ୟସ୍ଥତା ଓ ବିବାଦକୁ କମ୍ କରିବା ପାଇଁ ଧନ୍ୟବାଦ ଦେଇଛି।

ଖ୍ବାଜା ଆସିଫ କହିଛନ୍ତି, ଆଫଗାନିସ୍ତାନ ତା’ର କଥା ମାନିବାକୁ ପ୍ରସ୍ତୁତ ଥିଲା, କିନ୍ତୁ ଲିଖିତରେ ବୁଝାମଣା କରିବାକୁ ପ୍ରସ୍ତୁତ ହୋଇନଥିଲା। ଆସିଫ କହିଛନ୍ତି, ମଧ୍ୟସ୍ଥତା କରୁଥିବା ଦେଶ ନିଜ ପକ୍ଷରୁ ସବୁ ପ୍ରକାର ଚେଷ୍ଟାରେ କୌଣସି ଅଭାବ ରଖିନାହିଁ। ଖ୍ବାଜା ଆସିଫ କହିଛନ୍ତି, ଯଦି ସେ ଆଶାବାଦୀ ତେବେ ଆମକୁ ଅଟକିବାକୁ କହିଥାନ୍ତେ। ଆମକୁ ଖାଲି ହାତରେ ଲେଉଟିବାକୁ ପଡିନଥାନ୍ତା। ଏଥିରୁ ଜଣାପଡୁଛି ଯେ, କାବୁଲରୁ ସେମାନେ ନିରାଶ ହୋଇଯାଇଛନ୍ତି।